ନୂଆଦିଲ୍ଲୀ : ବୁଧବାର ଭାରତ-ପାକିସ୍ତାନ ମ୍ୟାଚରେ ଧୋନିଙ୍କୁ ଆଗରେ ଆସିବା ଅ।।ବଶ୍ୟକ ବୋଲି ଭାରତର ପୂର୍ବତନ ଦ୍ରୁତ ବୋଲର ଜାହିର ଖାନ କହିଛନ୍ତି। ସେ କହିଛନ୍ତି ଅନୁଭବକୁ ଦେଖିଲେ ବୁଧବାର ମ୍ୟାଚରେ ଧୋନିଙ୍କୁ ଚତୁର୍ଥ ସ୍ଥାନରେ ବ୍ୟାଟିଙ୍ଗ କରିବା ଆବଶ୍ୟକ। ଜାହିର କହିଛନ୍ତି ବିଶ୍ୱକପକୁ ଆଖି ଆଗରେ ରଖି ମୋତେ ଲାଗୁଛି କି ଧୋନିଙ୍କ ଭଳି ବ୍ୟାଟ୍ସମ୍ୟାନ୍ ଚତୁର୍ଥ ସ୍ଥାନରେ ବ୍ୟାଟିଙ୍ଗ କରିବାକୁ ଆସିବା ଆବଶ୍ୟକ। ସେ କହିଛନ୍ତି ଆଜି ପର୍ଯ୍ୟନ୍ତ ଭାରତୀୟ ଦଳ ସେହି ମ୍ୟାଚ ସବୁ ଜିତି ଆସିଛି ଯେଉଁଥିରେ ଭାରତର ଆଗଧାଡିର ବ୍ୟାଟ୍ସମ୍ୟାନ ଭଲ ପଦର୍ଶନ କରିିଛନ୍ତି। ତେଣୁ ଆଗରେ ଭାରତକୁ ଅନୁଭବ ଥିବା ବ୍ୟାଟ୍ସମ୍ୟାନଙ୍କର ଆବଶ୍ୟକତା ରହିଛି। ତେଣୁ ଧୋନିଙ୍କୁ ଚତୁଥ ସ୍ଥାନରେ ଆସିବା ଦଳପାଇଁ ଭଳ ହେବ।
Popular Categories



