ୟୁସୁଫ୍ ପଠାନଙ୍କୁ ଟିକେଟ ଦେଲା ଟିଏମସି

କୋଲକାତା : ଲୋକସଭା ନିର୍ବାଚନ ପାଇଁ ତୃଣମୂଳ କଂଗ୍ରେସ ନିଜ ପ୍ରାର୍ଥୀ ତାଲିକା ଜାରି କରିଛି । ଦଳର ଏହି ତାଲିକାରେ ସମୁଦାୟ ୪୨ ଜଣ ପ୍ରାର୍ଥୀଙ୍କ ନାଁ ରହିଛି । କୁଚବିହାର ଲୋକସଭା ଆସନରୁ ଜଗଦୀଶ ଚନ୍ଦ୍ର ବସୁନିଆଙ୍କୁ ପ୍ରାର୍ଥୀ କରିଛି ଦଳ । ବହରାମପୁରରୁ ପୂର୍ବତନ କ୍ରିକେଟର ୟୁସୁଫ୍ ପଠାନଙ୍କୁ ଟିକେଟ ଦିଆଯାଇଛି । ତେବେ ଆକଳନ କରାଯାଉଛି କି ୟୁସୁଫ୍ ଅଧୀର ରଞ୍ଜନ ଚୌଧୁରୀଙ୍କ ବିରୁଦ୍ଧରେ ମଇଦାନକୁ ଓହ୍ଲାଇବେ । ଟିଏମସି କୁଚବିହାର ଲୋକସଭା ଆସନରୁ ଜଗଦୀଶ ଚନ୍ଦ୍ର ବସୁନିଆଙ୍କୁ ପ୍ରାର୍ଥୀ କରିଛି ।

Comments are closed.