ଘିଅ ମକା ରାଇସ

ଆବଶ୍ୟକ ସାମଗ୍ରୀ
ପ୍ରସ୍ତୁତ ଅରୁଆ ଭାତ– ୨କପ
ପାଳଙ୍ଗ ଶାଗ – ୨କପ
ସିଝା ମକା – ୧କପ
କୋରା ପନିର – ୧କପ
ସିମଲା ଲଙ୍କା – ୧ଟି
ଗାଜର – ୧ଟି
ଗରମ ମସଲା – ଅଳ୍ପ
ଗୋଲମରିଚ ଗୁଣ୍ଡ – ଅଳ୍ପ
ଲୁଣ – ଆବଶ୍ୟକ ପରିମାଣରେ
ଘିଅ – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଗ୍ୟାସରେ ଏକ କଡ଼େଇ ବସାଇ ଘିଅ ଗରମ କରନ୍ତୁ। ଘିଅ ଗରମ ହେବା ପରେ ପାଳଙ୍ଗ ଶାଗ ପକାଇ ୨ ମିନିଟ ଭାଜନ୍ତୁ। ୨ ମିନିଟ ପରେ ଗାଜର, ସିମଲା ଲଙ୍କା ପକାଇ ଭାଜନ୍ତୁ। ଏବେ ଏଥିରେ ସିଝା ମକା, ପ୍ରସ୍ତୁତ ଭାତକୁ ପକାଇ ଗୋଳାଇ ଦିଅନ୍ତୁ। ଗୋଳାଇବା ପରେ ଲୁଣ, ଗୋଲମରିଚ ଗୁଣ୍ଡ, ଗରମ ମସଲା କୋରା ପନିର ପକାଇ ଗୋଳାଇ ୨ ମିନିଟ ଗ୍ୟାସରେ ବସାଇ ଦିଅନ୍ତୁ। ଏବେ ଏକ ପାତ୍ରକୁ କାଢି କିଛି କୋରା ପନିର ପକାଇ ସଜାଇ ଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ଘିଅ ମକା ରାଇସ।

kalyan agarbati

Comments are closed.