www.samajalive.in
Saturday, December 6, 2025
15.1 C
Bhubaneswar

ସ୍ୱାଦିଷ୍ଟ ମସଲା ମଟନ

ଆବଶ୍ୟକ ସାମଗ୍ରୀ
ମଟନ – ୫୦୦ ଗ୍ରାମ
ଅଦା ରସୁଣ ବଟା – ୪ ଚାମଚ
କଟା ପିଆଜ – ୨ଟି
କଟା ଆଳୁ – ୨ଟି
ହଳଦୀ ଗଣ୍ଡ – ଅଳ୍ପ
ଲଙ୍କା ଗୁଣ୍ଡ – ଅଳ୍ପ
ଧନିଆ ଗୁଣ୍ଡ – ଅଳ୍ପ
ଜିରା ଗୁଣ୍ଡ – ଅଳ୍ପ
ଗରମ ମସଲା – ୧ ଚାମଚ
ଚିନି – ସାମାନ୍ୟ
ଲୁଣ – ଆବଶ୍ୟକ ପରିମାଣରେ
ପେଷା ଟମାଟୋ – ୧ଟି
ସୋରିଷ ତେଲ – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ମଟନକୁ ଭଲ ଭାବେ ଧୋଇ ଏଥିରେ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ , ଲୁଣ, ଅଦା ରସୁଣ ବଟା, ପିଆଜ ଗୋଳାଇ ରଖି ୩୦ ମିନିଟ ରଖି ଦିଅନ୍ତୁ। ଏବେ ଗ୍ୟାସ ଲଗାଇ କୁକର ବସାନ୍ତୁ। କୁକରରେ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ରଖିଥିବା ମଟନକୁ ପକାଇ ଭଲ ଭାବେ ୧୦ ରୁ ୧୫ ମିନିଟ କଷନ୍ତୁ। କଷିବା ପରେ ଏଥିରେ ପେଷା ଟମାଟୋ ପକାଇ ପୁଣି କଷନ୍ତୁ। ଏବେ ଏଥିରେ ୨କପ ପାଣି, ଆଳୁ, ଲୁଣ ପକାଇ ଗୋଳାଇ ଦିଅନ୍ତୁ। ଏହାପରେ କୁକରର ଖୋଳ ଦେଇ ୬ ରୁ ୭ଟି ସିଟି ଦିଅନ୍ତୁ। ୬ ରୁ ୭ଟି ସିଟି ହେବା ପରେ ଏହାକୁ ଗ୍ୟାସରୁ ଓହ୍ଲାଇ ଏକ ପାତ୍ରକୁ କାଢି ଖାଆନ୍ତୁ ଓ ମଜା ନିଅନ୍ତୁ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories