www.samajalive.in
Sunday, December 14, 2025
26.1 C
Bhubaneswar

ଚୀନକୁ ପ୍ରଧାନମନ୍ତ୍ରୀଙ୍କ ଚେତାବନୀ; ଆମେ ଶ୍ରୀକୃଷ୍ଣଙ୍କ ଭଳି ବଂଶୀ ବଜାଇପାରୁ, ସୁଦର୍ଶନ ଚକ୍ର ବି ଧରିପାରୁ

ଲେହ: ଗଲୱାନ ଘାଟି ଭାରତର। ଲଦାଖର ପୂରା ଅଂଶ ଭାରତର ମାନସମ୍ମାନର ପ୍ରତୀକ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଶୁକ୍ରବାର ମୋଦୀ ଲେହ ଗସ୍ତ କରିବା ଅବସରରେ ୧୧ ହଜାର ଫୁଟ ଉଚ୍ଚରେ ଥିବା ନିମୁସ୍ଥିତ ସେନା ଶିବିରରେ ଯବାନମାନଙ୍କୁ ଉଦବୋଧନ ଦେଇ ଏହା କହିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଯବାନମାନଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି। ଆମ ଯବାନମାନଙ୍କ ବୀରତ୍ଵ ସାରା ଦୁନିଆ ଦେଖିଛି। ଆମେ ଶ୍ରୀକୃଷ୍ଣଙ୍କ ଭଳି ବଂଶୀ ବଜାଇପାରୁ ଏବଂ ସୁଦର୍ଶନ ଚକ୍ର ବି ଧରିପାରୁ ବୋଲି ମୋଦୀ ଚୀନକୁ ଚେତାବନୀ ଦେଇ କହିଛନ୍ତି।

ଯବାନମାନଙ୍କୁ ଉଦବୋଧନ ଦେବା ବେଳେ ମୋଦୀ କହିଥିଲେ, ଗଲୱାନ ଘାଟିରେ ଆପଣମାନେ ଯେଉଁ ଅଦମ୍ୟ ସାହସ ଏବଂ ବୀରତା ଦେଖାଇଛନ୍ତି ତାହା ପ୍ରଶଂସାଯୋଗ୍ୟ। ଗଲୱାନରେ ସହିଦ ବୀର ଯବାନମାନଙ୍କୁ ମୁଁ ଶ୍ରଦ୍ଧାଞ୍ଜଳି ଜଣାଉଛି। ଆଜି ପ୍ରତି ଦେଶବାସୀଙ୍କ ମୁଣ୍ଡ ଆପଣଙ୍କ ନିକଟରେ ନତମସ୍ତକ। ଆପଣମାନଙ୍କ ବୀରତା ପାଇଁ ଦେଶବାସୀଙ୍କ ଛାତି ଫୁଲିଉଠୁଛି। ଲଦାଖର ମାଟି, ପାଣି, ପଥର ଭାରତୀୟ ଯବାନଙ୍କ ପରାକ୍ରମର ସାକ୍ଷୀ। ସାରା ଦୁନିଆ ଆମ ଯବାନଙ୍କ ପରାକ୍ରମ ଦେଖିଲା। ଲଦାଖର ଏହି ସମଗ୍ର ଅଞ୍ଚଳ ଭାରତର ମସ୍ତକ। ଏହାର ସୁରକ୍ଷା ଆମର ସଙ୍କଳ୍ପ। ବର୍ଷ ବର୍ଷ ଧରି ପ୍ରତି ଆକ୍ରମଣର ମୁହଁତୋଡ଼ ଯବାବ ଦିଆଯାଇଛି ଏବଂ ପ୍ରତି ଆକ୍ରମଣ ପରେ ଭାରତ ଅଧିକ ସଶକ୍ତ ହୋଇଛି। ଦୁର୍ବଳ ଏବଂ କମ୍‌ଜୋର କେବେ ଶାନ୍ତି ଆଣିପାରିବ ନାହିଁ। ଭାରତ ଆଜି ଆଧୁନିକ ଅସ୍ତ୍ରଶସ୍ତ୍ର ନିର୍ମାଣ କରୁଛି। ବିସ୍ତାରବାଦର ଯୁଗ ଶେଷ ହୋଇସାରିଛି। ବର୍ତ୍ତମାନ ବିକାଶବାଦର ଯୁଗ। ବିସ୍ତାରବାଦ ମାନବିକତାର ବିନାଶର କାରଣ ହୋଇଛି। ଏହା ବିଶ୍ଵଶାନ୍ତି ପାଇଁ ସବୁବେଳେ କ୍ଷତିକାରକ ସାବ୍ୟସ୍ତ ହୋଇଛି। ଏଭଳି ଶକ୍ତି ସବୁବେଳେ ପରାସ୍ତ ହୋଇଛି ଏବଂ ମୁଣ୍ଡ ନୁଆଁଇଛି। ସାରା ବିଶ୍ଵ ଏବେ ବିସ୍ତାରବାଦ ବିରୋଧରେ ଏକାଠି ହୋଇଛି ବୋଲି ମୋଦୀ କହିଛନ୍ତି।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories