www.samajalive.in
Saturday, December 6, 2025
15.1 C
Bhubaneswar

ରାୟଗଡ଼ାର ସୁପର ସ୍ପ୍ରେଡର ପରିବାର, ଗୋଟିଏ ପରିବାରରୁ ଗାଁ’ ର ୯୦ ଜଣ ସଂକ୍ରମିତ

ରାୟଗଡ଼ା : ରାୟଗଡ଼ା ଜିଲା ଗୁଣପୁର ବ୍ଲକରୁ ସୁପର ସ୍ପ୍ରେଡର ପରିବାର ଚିହ୍ନଟ ହୋଇଛନ୍ତି। ଏହି ସୁପର ସ୍ପ୍ରେଡର ପରିବାରର ସଂସ୍ପର୍ଶରେ ଆସି ବର୍ତ୍ତମାନ ସୁଦ୍ଧା ଉକ୍ତ ଗାଁରୁ ୯୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇସାରିଛନ୍ତି। ସୂଚନା ଅନୁସାରେ ଗୁଣପୁର ବ୍ଲକ ବିଜୟପୁର ଗାଁର ଗୋଟିଏ ପରିବାରର ୩ ଜଣ ଆନ୍ଧ୍ରପ୍ରଦେଶରୁ ଫେରିଥିଲେ । ସେହି ୩ ଜଣ କରୋନା ଆକ୍ରାନ୍ତ ହେବାପରେ ତାଙ୍କ ସଂସ୍ପର୍ଶରେ ଯେଉଁମାନେ ଆସିଥିଲେ ସେମାନଙ୍କର ମଧ୍ୟ ପରୀକ୍ଷଣ କରାଯାଇଥିଲା। ଗତ ୨୭ ତାରିଖରେ ଆନ୍ଧ୍ରପ୍ରଦେଶରୁ ଫେରି କରୋନା ଆକ୍ରାନ୍ତ ହୋଇଥିବା ୩ ଜଣଙ୍କ ସଂସ୍ପର୍ଶରେ ଆସିଥିବା ୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଗାଁରୁ ୧୩ ଜଣ ଏକା ସାଙ୍ଗରେ ପଜିଟିଭ୍ ଚିହ୍ନଟ ପରେ ଗାଁର ଅନ୍ୟ ସଦସ୍ୟ ଯେଉଁମାନେ ଉକ୍ତ ୧୩ ଜଣଙ୍କ ସଂସ୍ପର୍ଶରେ ଆସିଥିଲେ ସେମାନଙ୍କ ନମୂନା ପରୀକ୍ଷଣ ପାଇଁ ପଠାଯାଇଥିଲା। ଶୁକ୍ରବାର ଆସିଥିବା ପରୀକ୍ଷଣ ରିପୋର୍ଟରୁ ଜଣାପଡିଲା କି ବିଜୟପୁର ଗାଁରୁ ଆଜି ଗୋଟିଏ ଦିନରେ ୭୪ ଜଣ କରୋନା ପଜିଟିଭ୍ ରହିଛନ୍ତି ଏବଂ ସେମାନେ ସମସ୍ତେ ଉକ୍ତ ପରିବାର ଏବଂ ଗତ ୨୭ରେ ଚିହ୍ନଟ ୧୩ ଜଣଙ୍କ ସଂସ୍ପର୍ଶରେ ଆସିଛନ୍ତି। ଆଜି ବିଜୟପୁର ଗାଁରୁ ଚିହ୍ନଟ ୭୪ ଜଣଙ୍କୁ ମିଶାଇ ଉକ୍ତ ଗାଁରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୦ରେ ପହଞ୍ଚିଥିବା ରାୟଗଡା ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ଏତେ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେବା ପରେ ଉକ୍ତ ଗାଁକୁ ଜିଲା ପ୍ରଶାସନ ପକ୍ଷରୁ କଣ୍ଟେନମେଣ୍ଟ ଭାବରେ ଘୋଷଣା କରାଯାଇଛି । ଆଜି ରାୟଗଡା ଜିଲାରୁ ଚିହ୍ନଟ ହୋଇଥିବା ମୋଟ୍ ୭୬ଟି କେସ୍ ମଧ୍ୟରୁ ୭୪ଟି କେସ୍ କେବଳ ବିଜୟପୁର ଗାଁର ବୋଲି ଜଣାପଡ଼ିଛି । ଆଜିର ସମସ୍ତ କେସ୍ କୁ ମିଶାଇ ରାୟଗଡ଼ା ଜିଲ୍ଲାରେ ମୋଟ ୧୧୫ଟି କରୋନା ପଜିଟିଭ କେସ୍ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୧୭ ଜଣ ସୁସ୍ଥ ହୋଇଥିବା ବେଳେ ଅନ୍ୟ ୯୮ ଜଣ ବିଭିନ୍ନ କୋଭିଡ଼ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

- Advertisement -

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories