www.samajalive.in
Saturday, December 6, 2025
14.1 C
Bhubaneswar

କଦଳୀ ପତ୍ରରେ ଖାଇଲେ ମିଳିଥାଏ ଏହି ଚମତ୍କାରୀ ଲାଭ

ବାସ୍ତୁ ଅନୁଯାୟୀ, କଦଳୀ ବୃକ୍ଷ ଘରର ସମ୍ମୁଖରେ ଥିଲେ, ଗୃହ ଜନିତ ବହୁ ବାସ୍ତୁ ଦୋଷ ଦୂର ହୋଇଥାଏ। କଦଳୀ ବୃକ୍ଷକୁ ପବିତ୍ର ଓ ପୂଜନୀୟ ବୃକ୍ଷ ବୋଲି କୁହାଯାଏ। ଭଗବାନ ସତ୍ୟନାରାୟଣ କଥାରେ କଦଳୀ ପତ୍ରର ବିଶେଷ ମହତ୍ତ୍ୱ ବିଷୟରେ ବର୍ଣ୍ଣନା କରାଯାଇଛି। ପୂଜାପର୍ବ ହେଉ କିମ୍ବା ଅନ୍ୟାନ୍ୟ ବହୁ ସମୟରେ ଆମେ କଦଳୀ ପତ୍ରରେ ଖାଦ୍ୟ ଖାଇଥାଉ। ଏହା ଏକ ପରମ୍ପରା ବୋଲି ମଧ୍ୟ କୁହାଯାଏ। ଜାଣନ୍ତୁ ଏହାର ପତ୍ରରେ ଖାଇଲେ କି କି ଉପକାର ମିଳିଥାଏ।
ମାନସିକ ଶାନ୍ତି ମିଳିଥାଏ। ଖାଦ୍ୟ ଖାଇବା ମାତ୍ରେ ଏକ ଭିନ୍ନ ଆତ୍ମସନ୍ତୋଷ ଲାଭ ହୋଇଥାଏ।
ଭଗବାନଙ୍କ ନିକଟରେ ଏହି ପତ୍ରରେ ଭୋଗ ଲଗାଯାଉଥିବାରୁ ଏଥିରେ ଖାଇବା ଦ୍ୱାରା ଧାର୍ମିକ ଭାବନା ସୃଷ୍ଟି ହୋଇଥାଏ। ଖାଦ୍ୟ ଅଧିକ ସ୍ୱାଦିଷ୍ଟ ଲାଗିଥାଏ।
କଦଳୀ ପତ୍ରରେ ବହୁ ପ୍ରକାର ଆଣ୍ଟି-ଅକ୍ସିଡ଼ାଣ୍ଟ ରହିଛି। ଯାହା ବହୁ ପତ୍ର ବିଶିଷ୍ଟ ଶାଗରୁ ମିଳିଥାଏ। ତେଣୁ ଏହି ପତ୍ରରେ ଖାଦ୍ୟ ଖାଇବା ଦ୍ୱାରା ଆମକୁ ବିଭିନ୍ନ ଆଣ୍ଟି-ଅକ୍ସିଡ଼ାଣ୍ଟ ମିଳିଥାଏ। ଯାହା ଆମ ତ୍ୱଚା ପାଇଁ ଖୁବ ଲାଭଦାୟକ।
ଖାଦ୍ୟ ଗରମ ଥିବା ସମୟରେ ଏହାକୁ କଦଳୀ ପତ୍ରରେ ଖାଇବା ଦ୍ୱାରା ଏହି ପତ୍ରରେ ଥିବା ପୋଷକ ତତ୍ତ୍ୱ ଖାଦ୍ୟକୁ ଆସିଥାଏ। ଯାହା ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ ଅଟେ।
ନିୟମିତ କଦଳୀ ପତ୍ରରେ ଖାଦ୍ୟ ଖାଇଲେ କେଶ ସୁନ୍ଦର ଓ ଘନ ହୋଇଥାଏ।
ଏଥିରେ ଖାଇବା ଦ୍ୱାରା ପେଟ ଜନିତ ସମସ୍ୟା ଯଥା କୋଷ୍ଠକାଠିନ୍ୟ, ଏସିଡ଼ିଟି, ବଦହଜମି ଆଦି ଦୂର ହୋଇଥାଏ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories