www.samajalive.in
Saturday, December 6, 2025
14.1 C
Bhubaneswar

ଚଟପଟା ଇଲିସି ମାଛ

ଆବଶ୍ୟକ ସାମଗ୍ରୀ
ଇଲିସିି ମାଛ – ୫୦୦ ଗ୍ରାମ
କଞ୍ଚା ଲଙ୍କା – ୬ ରୁ ୭ଟି
ଧନିଆ ପତ୍ର – ଆବଶ୍ୟକ ପରିମାଣରେ
କଟା ପିଆଜ – ୧ଟି
କଟା ଟମାଟୋ – ୧ଟି
ଲଙ୍କା ଗୁଣ୍ଡ – ଆବଶ୍ୟକ ପରିମାଣରେ
ହଳଦୀ ଗୁଣ୍ଡ – ଆବଶ୍ୟକ ପରିମାଣରେ
ଲୁଣ – ଆବଶ୍ୟକ ପରିମାଣରେ
ଜିରା ଗୁଣ୍ଡ – ଅଳ୍ପ
ତେଲ – ଆବଶ୍ୟକ ପରିମାଣରେ
ଲେମ୍ବୁ – ୧ଟି
ଅଦା ରସୁଣ ବଟା – ୪ ଚାମଚ
ସୋରିଷ ବଟା – ୨ ଚାମଚ
ତେଲ – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଇଲିସି ମାଛକୁ ଧୋଇ ଏଥିରେ ଅଳ୍ପ ଲୁଣ ଓ ହଳଦୀ ଗୋଳାଇ ଦିଅନ୍ତୁ। ଏହାପରେ ଏଥିରେ କଟା ପିଆଜ, କଟା କଞ୍ଚା ଲଙ୍କା , ଧନିଆ ପତ୍ର, କଟା ଟମାଟୋ, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ, ଅଦା ରସୁଣ ବଟା, ସୋରିଷ ବଟା, ଲେମ୍ବୁ ରସ, ତେଲ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏବେ ଗ୍ୟାସରେ ଏକ କଡ଼େଇ ବସାଇ ତେଲ ଗରମ କରନ୍ତୁ। ଏହି ଗୋଳାଇ ରଖିଥିବା ମାଛକୁ ଗୋଟେ ଗୋଟ କରି ରଖନ୍ତୁ। ଅଳ୍ପ ପାଣି ଦିଅନ୍ତୁ। ପାଣି ଦେବା ପରେ ଏହା ଉପରେ ସାମାନ୍ୟ ଲୁଣ ମଧ୍ୟ ପକାନ୍ତୁ। ଏହାପରେ କଡେଇ ଉପରେ ଏକ ଢାଙ୍କୁଣୀ ଘୋଡ଼ାଇ ଏହା ଉପରେ ଏକ ଭାରୀ ଦ୍ରବ୍ୟ (ଶିଳପୁଆ) ଆଦି ରଖନ୍ତୁ। ଗ୍ୟାସରେ ୨୦ ରୁ ୨୫ ମିନିଟ ବସାଇବା ପରେ ଏକ ପାତ୍ରକୁ କାଢି ଧନିଆ ପତ୍ର ଦେଇ ସଜାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଚଟପଟା ଇଲିସି ମାଛ ତରକାରୀ । ଏହାକୁ ଖାଆନ୍ତୁ ଓ ମଜା ନିଅନ୍ତୁ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories