www.samajalive.in
Friday, December 5, 2025
27.1 C
Bhubaneswar

ମମତାଙ୍କୁ ସୁପ୍ରିମକୋର୍ଟଙ୍କ ଝଟ୍‌କା; ୪ ବିଜେପି ନେତାଙ୍କ ବିରୋଧରେ ପୁଲିସ କାର୍ଯ୍ୟାନୁଷ୍ଠାନ ଉପରେ ରୋକ୍‌

ନୂଆଦିଲ୍ଲୀ: ୪ ବିଜେପି ନେତାଙ୍କ ବିରୋଧରେ ପଶ୍ଚିମବଙ୍ଗ ସରକାର ଗ୍ରହଣ କରିଥିବା ପୁଲିସ କାର୍ଯ୍ୟାନୁଷ୍ଠାନ ଉପରେ ରୋକ୍‌ ଲଗାଇଛନ୍ତି ସୁପ୍ରିମକୋର୍ଟ। ବିଜେପି ସାଧାରଣ ସମ୍ପାଦକ କୈଳାସ ବିଜୟବର୍ଗୀୟ, ବରିଷ୍ଠ ନେତା ମୁକୁଲ ରାୟ, ସାଂସଦ ଅର୍ଜୁନ ସିଂହଙ୍କ ସମେତ ୪ ନେତାଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲାରେ ବଳପୂର୍ବକ କାର୍ଯ୍ୟାନୁ​ଷ୍ଠାନ ଗ୍ରହଣ ନ କରିବାକୁ ସୁପ୍ରିମକୋର୍ଟ ଶୁକ୍ରବାର ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ଏହା ସହିତ କୋର୍ଟ ରାଜ୍ୟକୁ ନୋଟିସ ଜାରି କରି ଜବାବ ମାଗିଛନ୍ତି। ସୁପ୍ରିମକୋର୍ଟଙ୍କ ଏହି ରାୟ ମମତାଙ୍କୁ ଏକପ୍ରକାର ଝଟ୍‌କା ଦେଇଛି।

ସୂଚନା ଅନୁସାରେ, ବିଜେପି ନେତାମାନେ ସୁପ୍ରିମକୋର୍ଟରେ ୪ଟି ପିଟିଶନ ରୁଜୁ କରି ପଶ୍ଚିମବଙ୍ଗର ଟିଏମସି ସରକାର ୪ ବିଜେପି ନେତାଙ୍କ ବିରୋଧରେ ମିଥ୍ୟା ଏତଲା ରୁଜୁ କରିଥିବା ଅଭିଯୋଗ କରିଥିଲେ। ବିଜାରପତି ସଞ୍ଜୟ କିସନ କୌଲଙ୍କ ନେତୃତ୍ଵରେ ଗଠିତ ୩ ଜଣିଆ ଖଣ୍ଡପୀଠ ଶୁକ୍ରବାର ଏହି ପିଟିଶନର ଶୁଣାଣି କରିଥିଲେ। କୋର୍ଟ ପଶ୍ଚିମବଙ୍ଗ ପୁଲିସକୁ ନିର୍ଦେଶ ଦେଇଛନ୍ତି ଯେ, କୈଳାସ ବିଜୟବର୍ଗୀୟ, ଅର୍ଜୁନ ସିଂହ ସମେତ ୪ ବିଜେପି ନେତାଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲାରେ ବଳପୂର୍ବକ କାର୍ଯ୍ୟାନୁଷ୍ଠାନ ନେବେ ନାହିଁ।

- Advertisement -

ଏହା ବ୍ୟତୀତ ବିଜେପି ନେତାମାନଙ୍କ ବିରୋଧରେ ରୁଜୁ ହୋଇଥିବା ମିଥ୍ୟା ମାମଲା ସମ୍ପର୍କିତ ପିଟିଶନ ଉପରେ ସୁପ୍ରିମକୋର୍ଟ ମମତା ସରକାରଙ୍କୁ ନୋଟିସ ଜାରି କରି ରିପୋର୍ଟ ତଲବ କରିଛନ୍ତି। ରାଜନୈତିକ କାର୍ଯ୍ୟକାଳପରୁ ଦୂରେଇ ରଖିବା ଲାଗି ସେମାନଙ୍କ ବିରୋଧରେ ମିଥ୍ୟା ଆପରାଧିକ ମାମଲା ରୁଜୁ କରାଯାଇଛି ବୋଲି ୪ ନେତା ପୃଥକ ପିଟିଶନ ଦାୟର କରିଥିଲେ।

Hot this week

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

Related Articles

Popular Categories