www.samajalive.in
Friday, December 5, 2025
23.1 C
Bhubaneswar

ଝଟ୍‌କା ଦେଲେ ବୁମ୍‌ରା, ଅଶ୍ଵିନ; କଙ୍ଗାରୁ ଦଳର ବ୍ୟାଟିଂ ବିପର୍ଯ୍ୟୟ

ଆଡିଲେଡ୍‌: ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟେଷ୍ଟ ମ୍ୟାଚର ୨ୟ ଦିନ ଖେଳ ଶୁକ୍ରବାର ଜାରି ରହିଛି। ଭାରତ ପ୍ରଥମେ ବ୍ୟାଟିଂ କରି ୨୪୪ ରନ୍‌ରେ ଅଲଆଉଟ୍‌ ହୋଇଯାଇଛି। ଘରୋଇ ଦଳ ପ୍ରଥମ ଇନିଂସ ବ୍ୟାଟିଂ ଆରମ୍ଭ କରିଛି। ତେବେ ପ୍ରାରମ୍ଭରୁ ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ୍‌ ବୁମ୍‌ରା ଏବଂ ସ୍ପିନର ଆର. ଅଶ୍ଵିନ କଙ୍ଗାରୁ ଦଳକୁ ବଡ଼ ଝଟ୍‌କା ଦେଇଛନ୍ତି। ଏହି ଦୁଇ ଭାରତୀୟ ବୋଲରଙ୍କ ସାମ୍ନା କରି ନ ପାରି କଙ୍ଗାରୁ ଦଳ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛନ୍ତି।

୨ୟ ଦିନର ଦ୍ବିତୀୟ ସେସନ୍‌ ସୁଦ୍ଧା ଅଷ୍ଟ୍ରେଲିଆ ଏହାର ପ୍ରଥମ ଇନିଂସରେ ୪୬ ଓଭରରେ ୮୫ ରନ୍‌ ସଂଗ୍ରହ କରି ମୂଲ୍ୟବାନ୍‌ ୫ଟି ୱିକେଟ୍‌ ହରାଇଛି। ଫଳରେ ଦଳ ୧୫୯ ରନ୍‌ରେ ପଛୁଆ ରହିଛି। ବୁମ୍‌ରା ୧୩ ଓଭରରେ ୧୫ ରନ୍‌ ବିନିମୟରେ ୨ଟି ୱିକେଟ୍‌ ନେଇଥିବାବେଳେ ଅଶ୍ଵିନ ୧୦ ଓଭରରେ ୨୫ ରନ୍‌ ନେଇ ୩ଟି ୱିକେଟ ଅକ୍ତିଆର କରିଛନ୍ତି। ଅଷ୍ଟ୍ରେଲିଆର ଦୁଇ ଓପନର ମ୍ୟାଥ୍ୟୁ ୱାଡେ ଏବଂ ଜୋ ବର୍ନ୍‌ସ ୮ ରନ୍‌ ଲେଖାଏ କରିଥିବାବେଳେ ଷ୍ଟିଭ୍‌ ସ୍ମିଥ୍‌ ୧, ଟ୍ରାଭିସ୍‌ ହେଡ୍‌ ୭ ଓ କ୍ୟାମେରନ୍‌ ଗ୍ରୀନ୍‌ ୧୧ ରନ୍‌ କରି ଆଉଟ ହୋଇଛନ୍ତି।

- Advertisement -

ମାର୍ନସ ଲାବୁସ୍‌ଚେଞ୍ଜ ୪୫ ଏବଂ ୱିକେଟ୍‌ ରକ୍ଷକ ଅଧିନାୟକ ଟିମ୍‌ ପେନ୍‌ ୫ ରନ୍‌ କରି ଅପରାଜିତ ରହିଛନ୍ତି।

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories