www.samajalive.in
Friday, December 5, 2025
26.1 C
Bhubaneswar

ଖ୍ରୀଷ୍ଟମାସ ପାଇଁ ସ୍ୱତନ୍ତ୍ର ଉପାୟ : ଏହି ଦିଗ ପ୍ରତି ଦିଅନ୍ତୁ ଧ୍ୟାନ

ପାଖେଇ ଆସୁଛି ଖ୍ରୀଷ୍ଟମାସ। ସମସ୍ତେ ଏହାକୁ ଆନନ୍ଦର ସହ ଅପେକ୍ଷା କରିଥାଆନ୍ତି। ଖାସ କରି ପିଲାମାନେ ସାନ୍ତାକ୍ଲଜ ଠାରୁ ଉପହାର ପାଇବା ପାଇଁ ଆପକ୍ଷା କରି ରହିଥାଆନ୍ତି। ଏତଦ ବ୍ୟତୀତ ଏହି ଖ୍ରୀଷ୍ଟମାସରେ ଘରକୁ ଖୁବ ସୁନ୍ଦରଭାବେ ସଜା ଯାଇଥାଏ। ଏହି ପର୍ବ ରଶ୍ମୀ, ଭଲପାଇବା ଓ ଖୁସିର ପ୍ରତୀକ ଅଟେ। ବହୁ ଲୋକେ କିଛି ଦିନ ପୂର୍ବରୁ ଏହାର ପ୍ରସ୍ତୁତିରେ ଲାଗିଥାଆନ୍ତି। ଖ୍ରୀଷ୍ଟମାସ ପର୍ବଟି ମୁଖ୍ୟତଃ ଛୋଟ ପିଲାମାନଙ୍କ ପାଇଁ ଅଧିକ ଆନନ୍ଦ ଓ ଉଲ୍ଲାସ ଆଣି ଦେଇଥାଏ। ଏହି ଦିନରେ ପିଲାମାନଙ୍କୁ ତାଙ୍କ ପସନ୍ଦର ଖାଦ୍ୟଦ୍ରବ୍ୟ ଖାଇବାକୁ ମିଳିବା ସହ ବହୁ ଉପହାର ମଧ୍ୟ ମିଳିଥାଏ। ମାନ୍ୟତା ଅନୁଯାୟୀ, ସାନ୍ତାକ୍ଲଜ ସ୍ୱର୍ଗରୁ ଆସି ସଭିଁଙ୍କ ପାଇଁ ଉପହାର ସହ ଖୁସି ଦେଇଯାଆନ୍ତି। ତେଣୁ ସାନ୍ତାକ୍ଲଜ ଭାବେ ଏହି ଦିନରେ କିଛି ବ୍ୟକ୍ତି ସଜ୍ଜିତ ହୋଇ ପିଲାମାନଙ୍କୁ ଉପହାର ପ୍ରଦାନ କରିଥାଆନ୍ତି।

courtesy : simplemost

ଏହି ପର୍ବରେ ବିଶେଷ କରି ଖ୍ରୀଷ୍ଟିୟାନ ଲୋକେ ଖ୍ରୀଷ୍ଟମାସ ଟ୍ରି ସହ ନିଜ ଘରକୁ ମଧ୍ୟ ସୁନ୍ଦର ଭାବେ ସଜାଇଥାଆନ୍ତି। ଏହାଛଡ଼ା ଚର୍ଚ୍ଚ ଓ ବୃହତ୍ତ ସପିଂ ମଲ ଗୁଡ଼ିକୁ ମଧ୍ୟ ସୁନ୍ଦରଭାବେ ସଜାଯାଇଥାଏ। ଏହି ସାଜସଜ୍ଜା କରିବାର କିଛି ସହଜ ଉପାୟ ବିଷୟରେ ଆସନ୍ତୁ ଜାଣିବା
ରଙ୍ଗବେରଙ୍ଗର ମହମବତୀ –
ବଜାରରେ ମଧ୍ୟ ଭିନ୍ନ ଭିନ୍ନ ତଥା ରଙ୍ଗବେରଙ୍ଗ ପ୍ରକାରର ମହମବତୀ ମିଳୁଛି। ଏହି ପର୍ବରେ ଘରକୁ ସଜାଇବା ପାଇଁ ଏହି ସମସ୍ତ ମହମବତୀର ବ୍ୟବହାର କରିପାରିବେ। ଏହା ଦ୍ୱାରା ଆଲୋକ ସହ ଚର୍ତୁପାଶ୍ୱର୍ ଖୁବ ସୁନ୍ଦର ଦେଖାଯିବ।
ବିଭିନ୍ନ ରଙ୍ଗର ରେଶମୀ ଫିତା –
ସାଜସଜ୍ଜା ପାଇଁ ଭିନ୍ନଭିନ୍ନ ରଙ୍ଗର ରେଶମୀ ଫିତା ମଧ୍ୟ ବ୍ୟବହାର କରିପାରିବେ। ଖାସ କରି ଧଳା, ଲାଲ,ସବୁଜ ରଙ୍ଗର ରେଶମୀ ଫିତାକୁ ବିଭିନ୍ନ ଡ଼ିଜାଇନ କରି ମଧ୍ୟ ସଜାଇ ପାରିବେ।
ପିଲାମାନଙ୍କ ପାଇଁ ଖ୍ରୀଷ୍ଟମାସର ଅର୍ଥ ହେଉଛି, ଖ୍ରୀଷ୍ଟମାସ ଟ୍ରି ଓ ସାନ୍ତାକ୍ଲଜ। ତେଣୁ ପିଲାମାନଙ୍କ କକ୍ଷରେ ଖ୍ରୀଷ୍ଟମାସ ଟ୍ରିକୁ ସଜାଇ ରଖନ୍ତୁ। ଏହା ଛଡ଼ା କିଛି ଉପହାର ଓ ଚକୋଲେଟ ମଧ୍ୟ ସଜାଇ ରଖନ୍ତୁ।
ଗୃହରେ ଥିବା ଟେବୁଲ ଓ ଅନ୍ୟାନ୍ୟ ବସ୍ତୁକୁ ଫୁଲ ଓ ମହମବତୀରେ ସଜାନ୍ତୁ।
ଘରେ ଓ କାର୍ୟ୍ୟାଳୟ ମାନଙ୍କରେ ବଜାରରେ ସଜ୍ଜିତ ହୋଇ ମିଳୁଥିବା ସାନ୍ତାକ୍ଲଜକୁ ଆଣି ମଧ୍ୟ ସଜାଇ ପାରିବେ।
ନିଜ ଘରକୁ ବିଭିନ୍ନ ପ୍ରକାରର ଲାଇଟ ଲଗାଇ ମଧ୍ୟ ସୁନ୍ଦର ଭାବେ ସଜାଇ ପାରିବେ। ଏହା ଦ୍ୱାରା ଘର ସୁନ୍ଦର ଦେଖାଯିବା ସହ ଆଲୋକିତ ମଧ୍ୟ ଦେଖାଯିବ।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories