www.samajalive.in
Sunday, December 7, 2025
16.1 C
Bhubaneswar

୨ ବର୍ଷ ଭିତରେ ରାଜପଥରୁ ହଟିବ ଟୋଲ୍‌ ବୁଥ

ନୂଆଦିଲ୍ଲୀ: ଆଗାମୀ ୨ ବର୍ଷ ଭିତରେ ରାଜପଥରେ ଆଉ ଟୋଲ୍‌ ବୁଥ୍‌ ରହିବ ନାହିଁ। ସବୁ ଟୋଲ୍‌ ବୁଥ ହଟାଇ ଦିଆଯିବ। ଟୋଲ ଟିକସ ଆଦାୟ କରିବା ଲାଗି ସରକାର ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବେ। ବିଶେଷ କରି ଜିପିଏସ (ଗ୍ଲୋବାଲ ପୋଜିଶନିଂ ସିଷ୍ଟିମ) ମାଧ୍ୟମରେ ଟୋଲ ଟିକସ ଆଦାୟ କରିବେ। କେନ୍ଦ୍ର ସଡ଼କ ଏବଂ ପରିବହନ ତଥା ଏମଏସଏମଇ ମନ୍ତ୍ରୀ ନିତିନ ଗଡ଼କରୀ ଆସୋଚାମ୍‌ ଫାଉଣ୍ଡେଶନ ସପ୍ତାହ କାର୍ଯ୍ୟକ୍ରମରେ ଏହି ଘୋଷଣା କରିଛନ୍ତି।

- Advertisement -

ଏହି ଅବସରରେ ଗଡ଼କରୀ ଭିନ୍ନ ଭିନ୍ନ କ୍ଷେତ୍ରରେ ଆର୍ଥିକ ପୁନରୁଦ୍ଧାର ପାଇଁ ‘ନ୍ୟାଶନାଲ ଇନ୍‌ଫ୍ରାଷ୍ଟ୍ରକ୍ଚର ଫର ଇକୋନୋମିକ୍‌ ରିଭାଇଭାଲ’ ଥିମ୍‌ ଉପରେ ନିଜର ମତ ରଖିଥିଲେ। ଏହା ସହିତ ଟୋଲ୍‌ ଫି’ ସିଧାସଳଖ ବ୍ୟାଙ୍କ ଆକାଉଣ୍ଟରୁ କଟିବା ସମ୍ପର୍କରେ ବି ସୂଚନା ଦେଇଥିଲେ। ସେ କହିଥିଲେ, ଯେତେବେଳେ ସମସ୍ତ ବ୍ୟାବସାୟିକ ଯାନ ଟ୍ରାକିଂ ସିଷ୍ଟମ୍‌ ଅଧୀନରେ ଆସିଯିବେ, ସେବେଠାରୁ ସରକାର ପୁରୁଣା ଯାନଗୁଡ଼ିକରେ ଜିପିଏସ୍‌ ଟେକ୍‌ନିକ୍‌ ଲଗାଇବାର ଯୋଜନା କରିବେ।

ଗଡ଼କରୀ ଆହୁରି କହିଥିଲେ, ଚଳିତ ଆର୍ଥିକ ବର୍ଷରେ ଅର୍ଥାତ ୨୦୨୧ ମାର୍ଚ୍ଚ ସୁଦ୍ଧା ଟୋଲ୍‌ ଟିକସ ସଂଗ୍ରହ ପରିମାଣ ୩୪ ହଜାର କୋଟିରେ ପହଞ୍ଚିପାରେ। ଜିପିଏସ୍‌ ଜରିଆରେ ଟୋଲ୍‌ ଟିକସ ସଂଗ୍ରହ କରାଗଲେ ଆଗାମୀ ୫ ବର୍ଷରେ ଟୋଲ୍‌ ଜରିଆରେ ହେବାକୁ ଥିବା ଆୟ ୧ ଲକ୍ଷ ୩୪ ହଜାର କୋଟିରେ ପହଞ୍ଚିବ।

ଦେଶରେ ଔଦ୍ୟୋଗିକ ବିକାଶ ହିଁ ରୋଜଗାର ସୃଷ୍ଟି ଏବଂ ଗରିବ ହଟାଇବାର ଏକମାତ୍ର ରାସ୍ତା ବୋଲି ଗଡ଼କରୀ କହିଥିଲେ। ତେବେ ବର୍ତ୍ତମାନ ସମୟରେ ଉଦ୍ୟୋଗ ଦେଶର ସହରାଞ୍ଚଳରେ କେନ୍ଦ୍ରୀଭୂତ ହୋଇରହିଛି। ଏଭଳି ପରିସ୍ଥିତିରେ ଉଦ୍ୟୋଗଗୁଡ଼ିକର ବିକେନ୍ଦ୍ରୀକରଣକୁ ପ୍ରୋତ୍ସାହନ ଦେବା ଜରୁରୀ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories