www.samajalive.in
Saturday, December 6, 2025
14.1 C
Bhubaneswar

ଗୋଧିକୁ କାଟି ଖାଇଲେ ୟୁଟ୍ୟୁବର; ସୋସିଆଲ ମିଡିଆରେ ଭାଇରାଲ

ଠାକୁରମୁଣ୍ଡା: ରାତାରାତି ପ୍ରସିଦ୍ଧି ଅର୍ଜନ କରିବାର ଦୁର୍ବାର ଅଭିଳାଷ ରଖି ଜଣେ ୟୁଟ୍ୟୁବର ଗୋଧିକୁ କାଟି ଖାଇବା ଏବଂ ତାହା ସାମାଜିକ ଗଣମାଧ୍ୟମରେ ପ୍ରଘଟ ହେବା ପରେ ତାକୁ ନେଇ ବିଭିନ୍ନ ମହଲରେ ଭ୍ରୂକୁଞ୍ଚନ ସୃଷ୍ଟି ହୋଇଛି। ଏକ ସିଡୁଲ ୧ ପ୍ରଜାପତିର ବନ୍ୟଜନ୍ତୁଙ୍କୁ କାଟି ତା’ର ମାଂସ ରୋଷେଇର ଭିଡିଓ ସାମାଜିକ ଗଣମାଧ୍ୟରେ ଭାଇରାଲ ହେଉଥିବା ବେଳେ ଏହା ମୟୂରଭଞ୍ଜ ଜିଲ୍ଲାର ଠାକୁରମୁଣ୍ଡା ବ୍ଲକ ଅଞ୍ଚଳର ଜଣେ ୟୁଟ୍ୟୁବର ବୋଲି ଚର୍ଚ୍ଚା ହେଉଛି। ଏକ ଗୋଧିକୁ କାଟି ତାର ମାଂସକୁ ରୋଷେଇ କରିବାର ଭିଡିଓକୁ ନିଜ ଗଣମାଧ୍ୟମ ଆକାଉଣ୍ଟରେ ଅପଲୋଡ଼ କରଯାଇଛି।

ଗୋଧି ଏକ ସରୀସୃପ ପ୍ରଜାତିର ବନ୍ୟଜନ୍ତୁ ଯାହା କି ବିଲୁପ୍ତ ପ୍ରଜାତିର। ଏହା ଏକ ସମ୍ବେଦନଶୀଳ ବନ୍ୟଜନ୍ତୁ ଯାହାର ପ୍ରଜାତିର ସୁରକ୍ଷା ଏବଂ ସଂରକ୍ଷଣ ନିହାତି ଆବଶ୍ୟକ ଏପରି ସ୍ଥଳେ ଗୋଧିକୁ କାଟି ଖାଇବା ଧର୍ତ୍ତବ୍ୟ ଅପରାଧ । ୟୁଟ୍ୟୁବର ଜଣକ ଏହା ଆଦିବାସୀଙ୍କ ଖାଦ୍ୟ ଏବଂ ବିଶେଷ କରି ଆଦିବାସୀମାନେ ଖାଇଥାଆନ୍ତି ଏବଂ ଯଦି ଜଣେ ସାଧାରଣ ଲୋକ ଛେଳି ,କୁକୁଡ଼ା ଖାଇ ପାରୁଛି ତା ହେଲେ କାହିଁକି ଜଣେ ଆଦିବାସୀ ଲୋକ ଗୋଧି ଖାଇ ପାରିବନାହିଁ ବୋଲି ଯୁକ୍ତି ଦର୍ଶାଇଛନ୍ତି। ଏହା ସମ୍ପୂର୍ଣ୍ଣ ବେଆଇନ୍ ା କେହି ବି କୋଣସି ପ୍ରକାର ବନ୍ୟଜନ୍ତୁ ଶିକାର କରି ପାରିବ ନାହିଁ ବୋଲି ସରକାରଙ୍କ କଡ଼ା ନିୟମ ରହିଛି। ବନ୍ୟଜନ୍ତୁ ଶିକାର ପାଇଁ ଲୋକଙ୍କୁ ସଚେତନତା କରାଯିବା ଆବଶ୍ୟକ। ଏହିପରି ଘଟଣା ଘଟିଲେ କେବଳ ବନ ବିଭାଗ ନୁହେଁ; ବରଂ ପୁଲିସ ମଧ୍ୟ ଏହା ଉପରେ କାର୍ଯ୍ୟାନୁଷ୍ଠାନ ନେଇପାରିବ। ସେ ଲୋକ କିଏ ଏବଂ କେଉଁ ପରିସ୍ଥିତିରେ ଏହିପରି ଭିଡିଓ ଅପଲୋଡ଼ କରାଯାଇଛି ସେ ନେଇ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କରଞ୍ଜିଆ ବନଖଣ୍ଡ ଅଧିକାରୀ ବୈଦ୍ୟନାଥ ମାଝୀ ପ୍ରକାଶ କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories