ଦାନଗଦି/ଗଡ଼ମଧୁପୁର: ଯଖପୁରା ଥାନା ଅନ୍ତର୍ଗତ ପଙ୍କପାଳ ପଞ୍ଚାୟତ ନୂଆସାହି ଗ୍ରାମର ଜଣେ ନାବାଳିକାକୁ ଘର ଲୋକେ ମୋବାଇଲ ଫୋନ ଦେବାକୁ ମନା କରିବାରୁ ଏଥିରେ ରାଗି ସେ ବ୍ରାହ୍ମଣୀ ପୋଲ ଉପରୁ ନଦୀକୁ ଡେଇଁ ପଡ଼ିଥିଲେ। ଏହା ଦେଖି ପାଖରେ ଥିବା ତାଙ୍କ ଜେଜେ ଶତ୍ରୁଘ୍ନ ଦଳେଇ(୬୫) ନାତୁଣୀକୁ ବଞ୍ଚାଇବା ପାଇଁ ନଦୀକୁ ଡେଇଁ ପଡିଥିଲେ। ନିକଟରେ ଉପସ୍ଥିତ ଲୋକମାନେ କଳିଙ୍ଗନଗର ଥାନାକୁ ଖବର ଦେଇଥିଲେ। ଥାନା ଅଧିକାରୀ ଦମକଳ ବାହିନୀକୁ ଖବର ଦେଇଥିଲେ। ସେତେବେଳକୁ ଜେଜେ ନାତୁଣୀଙ୍କୁ ଉଦ୍ଧାର କରି ନଦୀ ମଝିରେ ଥିବା ଏକ ବାଲି କୁଦ ଉପରେ ଅଟକି ରହିଥିଲେ। ଦମକଳ ବାହିନୀ ସେଠାରୁ ଉଭୟଙ୍କୁ ଉଦ୍ଧାର କରି ଦାନଗଦି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସାମାନ୍ୟ କଥାକୁ ନେଇ ପାଟିତୁଣ୍ଡ ହେବା ଯୋଗୁଁ ଏପରି କରିଥିବା ଜେଜେ ସୂଚନା ଦେଇଛନ୍ତି। ଶତ୍ରୁଘ୍ନ ସୁସ୍ଥ ରହିଥିବା ବେଳେ ନାତୁଣୀଙ୍କ ଚିକିତ୍ସା ଜାରି ରହିଛି।
Popular Categories



