www.samajalive.in
Saturday, December 6, 2025
16.1 C
Bhubaneswar

ବେଣ୍ଟପଦାରେ ସ୍ୱତନ୍ତ୍ର ଅଲିମ୍ପିକ ପକ୍ଷରୁ ଯୁବ କର୍ମଶାଳା

ଆଠଗଡ : ଭାରତ ସ୍ୱତନ୍ତ୍ର ଅଲିମ୍ପିକ ଓଡିଶା ଶାଖା ଏବଂ ଆଠଗଡର ଦୋରଡସ୍ଥିତ ଡକ୍ଟର ବ୍ରଜବିହାରୀ ଟ୍ରଷ୍ଟର ମିଳିତ ଉଦ୍ୟମରେ ବେଣ୍ଟପଦା ଗ୍ରାମରେ ଏକ ଯୁବ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ବେଣ୍ଟପଦା ଗ୍ରାମର ଜଗନ୍ନାଥ ମଣ୍ଡପ ପରିସରରେ ବ୍ରଜବିହାରୀ ଟ୍ରଷ୍ଟର ଟ୍ରଷ୍ଟି ବିବେକାନନ୍ଦ ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କର୍ମଶାଳାରେ ବେଣ୍ଟପଦା ସରପଞ୍ଚ କନକଲତା ସାହୁ ମୁଖ୍ୟ ଅତିଥି, ଅବସରପ୍ରାପ୍ତ ଶିକ୍ଷକ ଚୈତନ୍ୟ ବେହେରା, ମୁଖ୍ୟବକ୍ତା, ସମାଜସେବୀ ନିରୁପମା ଭଞ୍ଜ ଓ ପବିତ୍ର କୁମାର ସାହୁ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ। ସ୍ୱତନ୍ତ୍ର ଅଲିମ୍ପିକ ଓଡିଶା ଶାଖାର କଟକ ଜିଲ୍ଲା ଆଥଲେଟ୍ ଲିଡର କଳ୍ପନା ଜେନା, ୟୁଥ ଲିଡର ବନଲତା ସାହୁ ପ୍ରମୁଖ ଏଥିରେ ସ୍ୱତନ୍ତ୍ର ଆମନ୍ତ୍ରିତ ଅତିଥି ଭାବେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଏହି ଆଲୋଚନାରେ ଯୋଗଦେଇଥିବା ୮୦ରୁ ଉର୍ଦ୍ଧ୍ବ ଭିନ୍ନକ୍ଷମ ଯୁବକ ଯୁବତୀ ଓ ସେମାନଙ୍କର ଅଭିଭାବକଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ। ଶାରୀରିକ ଅକ୍ଷମ ବ୍ୟକ୍ତିମାନଙ୍କୁ କେମିତି ପୀଡା ପ୍ରଶିକ୍ଷଣ ଦିଆଯିବ ଓ ସେମାନେ ଉନ୍ନତ କ୍ରୀଡା ପ୍ରଦର୍ଶନ କରିପାରିବେ ଏବଂ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇପାରିବେ ସେ ବିଷୟରେ ମୁଖ୍ୟତଃ ଏହି କର୍ମଶାଳାରେ ଆଲୋଚନା କରାଯାଇଥିଲା।

Hot this week

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

Related Articles

Popular Categories