www.samajalive.in
Saturday, December 6, 2025
15.1 C
Bhubaneswar

ଖୁସି ଖବର ଆଣିଛି ସେରୋ ସର୍ଭେ, ସଚେତନ ରହିଲେ କରୋନା ସଂକ୍ରମଣ ପ୍ରତିହତ କରାଯାଇପାରିବ: ସୁବ୍ରତ ବାଗ୍‌ଚୀ

ଭୁବନେଶ୍ବର: ​ଦୀର୍ଘଦିନର ବ୍ୟବଧାନ ପରେ ଫେରିଲେ ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗଚୀ। ବହୁତ ଦିନ ପରେ ସୁବ୍ରତ ବାଗଚୀ ଉପସ୍ଥାପନା କଲେ ଓଡ଼ିଶା କରୁଥିବା କୋଭିଡ୍ ମୁକାବିଲାର ସମ୍ପୂର୍ଣ୍ଣ ବିବରଣୀ। କହିଲେ ଗତ ମାର୍ଚ୍ଚମାସରୁ କୋଭିଡ୍ ଯୁଦ୍ଧ ଜାରି ରହିଥିବାବେଳେ ଏହାରି ମଧ୍ୟରେ ଖୁସି ଖବର ଆଣିଛି ସେରୋ ସର୍ଭେ। କାରଣ ନିକଟରେ ଭୁବନେଶ୍ୱର ବିଏମସି ଅଞ୍ଚଳରେ ଆର୍‌ଏମ୍‌ଆର୍‌ସି ପକ୍ଷରୁ କରାଯାଇଥିବା ତୃତୀୟ ପର୍ଯ୍ୟାୟ ସେରୋ ସର୍ଭେରେ ଅନୁମାନ କରାଯାଉଛି ୫୦ ପ୍ରତିଶତ ଲୋକଙ୍କ ଦେହରେ ଆଣ୍ଟିବଡି ତିଆରି ହୋଇଗଲାଣି । ତେଣୁ କରୋନା ସଂକ୍ରମଣର ଗ୍ରାଫ୍ ଧିରେ ଧିରେ ତଳକୁ ଖସୁଛି ବୋଲି ସୁବ୍ରତ ବାଗ୍‌ଚୀ କହିଥିଲେ।

ରାଜ୍ୟ ସରକାରଙ୍କ ମୁଖପାତ୍ର କହିଥିଲେ ଯେ ଆଗକୁ ଶୀତଦିନ ଆସୁଥିବାରୁ ଆମକୁ ଅଧିକ ସତର୍କ ରହିବାକୁ ପଡ଼ିବ। ଶୀତ ଯୋଗୁ କରୋନା ସଂକ୍ରମଣ ବଢ଼ିବା ଆଶଙ୍କା ରହିଛି। ଜ୍ବର, ଥଣ୍ଡା, ଦେହହାତ ବିନ୍ଧା ଆଦି ସାମାନ୍ୟତମ ଲକ୍ଷଣ ଦେଖାଦେଲେ ଅବହେଳା କରିବେ ନାହିଁ। ଲକ୍ଷଣ ଦେଖାଦେବା କ୍ଷଣି ତତ୍କାଣ କରୋନା ପରୀକ୍ଷା କରାଇ ନେବେ। ସାରା ରାଜ୍ୟରେ ମାଗଣାରେ କରୋନା ପରୀକ୍ଷା କରାଯାଉଛି। ତେଣୁ କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସତର୍କ ରହିବା ଓ ସଚେତନ ହେବା, ଫଳରେ ଏହା ସଂକ୍ରମିତ କରିପାରିବ ନାହିଁ। ଅପରପକ୍ଷରେ ଏବେ ରାଜ୍ୟର ସବୁଠାରୁ ଅଧିକ ସଂକ୍ରମିତ ଜିଲ୍ଲା ହେଉଛି ଖୋର୍ଦ୍ଧା। ଏହାର ମୁଖ୍ୟ କାରଣ ଭୁବନେଶ୍ୱର ସହର, ଯେଉଁଠାରେ ୧୧ ଲକ୍ଷ ବାସିନ୍ଦା ରହିଛନ୍ତି । ସଂକ୍ରମଣର ଗତି କେଉଁ ଆଡକୁ ଯାଉଛି ତାହା ଉପରେ ବିଶେଷଜ୍ଞମାନେ ନଜର ରଖିଛନ୍ତି। ତେବେ ନିୟମିତ ହାତ ସାବୁନରେ ହାତଧୋଇବା, ସାନିଟାଇଜର ବ୍ୟବହାର, ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ବ ନିୟମ ମାନିଲେ ଆମେ କରୋନା ସଂକ୍ରମଣକୁ ପ୍ରତିହତ କରିପାରିବା ବୋଲି ରାଜ୍ୟ ସରକାରଙ୍କ ମୁଖପାତ୍ର କହିଛନ୍ତି।

- Advertisement -

ରାଜ୍ୟ ସରକାରଙ୍କ କୋଭିଡ୍‌ ମୁଖ୍ୟ ମୁଖପାତ୍ର ଭୁବନେଶ୍ୱରରେ ହୋଇଥିବା ସେରୋ ସର୍ଭେ ସଂପର୍କରେ ବିସ୍ତୃତ ସୂଚନା ଦେଇ କହିଛନ୍ତି ଯେ ଶୀତ ଦିନ ଆସୁଥିବା ଦୃଷ୍ଟିରୁ ମାସ୍କ ପିନ୍ଧିବା, ଲଗାତାର ହାତ ଧୋଇବା ଓ ସାମାଜିକ ଦୂରତ୍ୱ ରକ୍ଷା କରିବା ପାଇଁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି। ଯେକୌଣସି ଲକ୍ଷଣ ପ୍ରକାଶ ପାଇଲେ ପରୀକ୍ଷା ସାଙ୍ଗକୁ ଡାକ୍ତରଙ୍କ ପରାମର୍ଶ ନେବାକୁ ଅନୁରୋଧ କରାଯାଇଛି। ଶ୍ରୀ ବାଗ୍‌ଚୀ କହିଛନ୍ତି ଯେ ଗତ ମାର୍ଚ୍ଚ ମାସରୁ କୋଭିଡ୍‌ ବିରୁଦ୍ଧରେ ସଂଗ୍ରାମ ଜାରି ରହିଛି । ଓଡ଼ିଶାରେ ମହାମାରୀ କୋଭିଡ୍‌ ବିରୁଦ୍ଧ ସଂଗ୍ରାମ ବିଶ୍ୱବାସୀଙ୍କ ପାଇଁ ଏକ ମଡେଲ୍‌ ହୋଇପାରିଛି । ଓଡ଼ିଶରେ ଖୋର୍ଦ୍ଧା ସବୁଠାରୁ ଅଧିକ ସଂକ୍ରମିତ ଜିଲ୍ଲା ଭାବରେ ଚିହ୍ନଟ ହୋଇଛି । ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ୩.୫୦ ଲକ୍ଷ କୋଭିଡ୍‌ ପରୀକ୍ଷଣ ହୋଇଛି । ଏଠାରେ ୩ଟି କୋଭିଡ୍‌ କେୟାର ସେଣ୍ଟର ଓ ୭ଟି କୋଭିଡ୍‌ ହସ୍‌ପିଟାଲ୍‌ କାର୍ଯ୍ୟକ୍ଷମ ଅଛି, ଯେଉଁଥିରେ ୫୦୯ଟି ଆଇସିୟୁ ଶଯ୍ୟା ଓ ୨୧୬ଟି ଭେଣ୍ଟିଲେଟରର ବ୍ୟବସ୍ଥା ରହିଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories