www.samajalive.in
Friday, December 5, 2025
20.1 C
Bhubaneswar

ସରକାରୀ ଶିକ୍ଷକଙ୍କ ଘରୋଇ ଶିକ୍ଷା ବେପାର

ବଲାଙ୍ଗିର : ସରକାରୀ ଶିକ୍ଷାର ମାନରେ ଉନ୍ନତି ଆଣିବା ପାଇଁ ଅନବରତ ପ୍ରୟାସ କରୁଛନ୍ତି  ରାଜ୍ୟ ସରକାର। ବଲାଙ୍ଗିର ଜିଲାରେ ସରକାରୀ ଚାକିରି କରି ମଧ୍ୟ ଘରୋଇ ଶିକ୍ଷା ବେପାରରେ ମାଳ ମାଳ ଶିକ୍ଷକ ରହିଛନ୍ତି। ଏହି ଛଦ୍ମବେଶୀ ଶିକ୍ଷକମାନେ ସରକାରୀ ଖୋଳପା ଭିତରେ ଘରୋଇ ଶିକ୍ଷାର ରାକେଟ ଚଳାଇଛନ୍ତି। ଗଳାବାଟରେ ଏମାନେ ଜଣେ ଜଣେ ଧୁରନ୍ଧର ବେପାରୀ ପାଲଟିଲେଣି। ଶିକ୍ଷାର ମାନ ନେଇ ବଲାଙ୍ଗିର ଜିଲାପାଳ ଚଞ୍ଚଳ ରାଣା ଗୁରୁତ୍ୱ ଦେଉଥିବାରୁ ଶିକ୍ଷା ବେପାରୀଙ୍କ ଗୋଲାକ ଧନ୍ଦାର ପର୍ଦ୍ଦାଫାଶ କରାଯିବା ଉପରେ ଗୁରୁତ୍ୱ ପ୍ରକାଶ  କରିଛନ୍ତି।

ନିକଟ ଅତୀତରେ ତୁଷୁରାର ଏକ ଘରୋଇ ଶିକ୍ଷାନୁଷ୍ଠାନ ଉପରେ ଅଭିଯୋଗ କରିଥିଲେ ଜଣେ ଛାତ୍ରଙ୍କ ଅଭିଭାବକ। ତୁଷୁରାରେ ଥିବା ସିବିଏସ୍ଇ, ସିଏଚ୍ଏସ୍ଇ ସ୍କୁଲ ତୋଷାଲୀ ଇଣ୍ଟରନ୍ୟାସନାଲ୍ ଓ ରୋୟାଲ୍ ଇଣ୍ଟରନ୍ୟାସନାଲ୍ ଉପରେ ଆଙ୍ଗୁଠି ଉଠିଥିଲା। ଆଉ ଖୋଳତାଡ କରିବା ବେଳେ ଏହି ସ୍କୁଲ ଚାଲିଥିଲା ଏକ ଟ୍ରଷ୍ଟ ଅଧୀନରେ। ଯେଉଁଠି ୪ଜଣ ସରକାରୀ ସ୍କୁଲ ଶିକ୍ଷକ ସାମିଲ ରହିଥିବା ଓ ସେମାନେ ଏହି ସ୍କୁଲ ଖୋଲିଥିବା ଜଣାପଡିଥିଲା। ଆଉ ଧରାପଡି ଯାଇଥିଲେ ସରକାରୀ ଶିକ୍ଷକଙ୍କ ଘରୋଇ ଶିକ୍ଷା ବେପାର। ଯେଉଁଠି ଏହି ଶିକ୍ଷକମାନେ ଛାତ୍ରଛାତ୍ରୀଙ୍କୁ ସରକାରୀ ସ୍କୁଲ ମୁହାଁ କରାଇବା ସହ ସେମାନଙ୍କୁ ଉତ୍ତମ ଶିକ୍ଷା ଦେବାର ଦାୟିତ୍ୱ ନେଇଛନ୍ତି ସେଥିରେ ଫନ୍ଦି କରି ସେମାନେ ଘରୋଇ ସ୍କୁଲ ମୁହାଁ କରାଉଥିଲେ ଛାତ୍ରଛାତ୍ରୀମାନଙ୍କୁ। ଭଲ ବେପାର ଚଳାଇଥିଲେ। ଜଣେ ଛାତ୍ରଙ୍କୁ ଦୁର୍ବ୍ୟବହାର ହୁଅନ୍ତା ନାହିଁ ଆଉ ଘରୋଇ ଶିକ୍ଷା ବେପାରର ଗୁମର ଫିଟନ୍ତା ନାହିଁ। ଏହି ଦୁର୍ବ୍ୟବହାର କାରଣର ଖୋଳତାଡ କରୁ କରୁ ଏହି ସରକାରୀ ଶିକ୍ଷକମାନେ ଜିଲା ଶିକ୍ଷାଧିକାରୀଙ୍କ ନଜରକୁ ଆସିଥିଲେ। ଆଉ ସେମାନଙ୍କୁ ୨ଟି ପର୍ଯ୍ୟାୟ କରି ନିଲମ୍ବନ କରାଯାଇଥିଲା।

- Advertisement -

ରାଜ୍ୟ ସରକାର ସରକାରୀ ସ୍କୁଲରେ ଅଧିକର ଅଧିକ ଛାତ୍ରଛାତ୍ରୀଙ୍କୁ ଭର୍ତ୍ତି କରିବାକୁ ଗୁରୁତ୍ୱ ଦେଇ ଆସୁଛନ୍ତି। ସରକାର ଅଣ୍ଡା ଯୁକ୍ତ, ଦଣ୍ଡ ମୁକ୍ତ ଭଳି ବ୍ୟବସ୍ଥା କାର୍ଯ୍ୟକାରୀ କରୁଛନ୍ତି। କିନ୍ତୁ ସେଭଳି ସ୍ଥଳେ ଗୋଟିଏ ପରେ ଗୋଟିଏ ସ୍କୁଲରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା କମି କମି ଯାଉଥିବା ବେଳେ ଘରୋଇ ସ୍କୁଲଗୁଡ଼ିକରେ ଛାତ୍ରଛାତ୍ରୀ ସଂଖ୍ୟା ବଢୁଛି। ଏପରିକି ଘରୋଇ ସ୍କୁଲ ଶିକ୍ଷକ ସରକାରୀ ସ୍କୁଲ ଶିକ୍ଷକଙ୍କର ଦରମାଠାରୁ ଢେର ପଛରେ ରହୁଥିଲେ ବି ଗୁଣାତ୍ମକ ଶିକ୍ଷା କ୍ଷେତ୍ରରେ ଘରୋଇ ସ୍କୁଲଗୁଡ଼ିକ ଆଗରେ ରହିଛନ୍ତି। ଆଉ ଏହା ସରକାରଙ୍କ ପାଇଁ ଚିନ୍ତାର ବିଷୟ। ଏପରିକି ଚଳିତ ବର୍ଷଠାରୁ ୨୦ରୁ କମ୍ ସଂଖ୍ୟକ ଛାତ୍ରଛାତ୍ରୀ ଥିବା ଗାଁ ସ୍କୁଲଗୁଡ଼ିକୁ ବନ୍ଦ କରିଦେବା ଯୋଜନାକୁ ବି କାର୍ଯ୍ୟକାରୀ କରିବାକୁ ବାଧ୍ୟ ହେଉଛନ୍ତି ସରକାର।

କେବଳ ତୁଷୁରା ନୁହେଁ, ଜିଲାର ପାଟଣାଗଡ, କଣ୍ଟାବାଞ୍ଜି, ଟିଟିଲାଗଡ, ବଲାଙ୍ଗିର ସହ ଜିଲା ଉପାନ୍ତରେ ମଧ୍ୟ ଅନେକ ଘରୋଇ ସ୍କୁଲ ମୁଣ୍ଡ ଟେକିଛି। କେଉଁ ସ୍କୁଲର କାଗଜପତ୍ର ଠିକ୍ ନାହିଁ ତ କେଉଁ ସ୍କୁଲ ନାମକୁ ମାତ୍ର ଚାଲିଛି। ତେବେ ପାଠ ପଢା ଅନ୍ୟ କେଉଁଠି ହେଉଛି। ସ୍କୁଲ କେବଳ ନୁହେଁ, କଲେଜଗୁଡ଼ିକର ଅବସ୍ଥା ମଧ୍ୟ ତଦ୍ରୁପ। ଅନେକ ଘରୋଇ କଲେଜ ବଲାଙ୍ଗିର ଜିଲାରେ ଖୋଲିଥିଲେ ବି ପାଠ ପଢାର ଦେଖା ନଥାଏ। ଛାତ୍ରଛାତ୍ରୀ କଲେଜ ବାରଣ୍ଡା ବି ମାଡି ନଥାନ୍ତି। କିନ୍ତୁ ଏହି କଲେଜର ଛାତ୍ରଛାତ୍ରୀମାନେ ଅନ୍ୟ କଲେଜ ଜରିଆରେ ପରୀକ୍ଷା ଦେଉଥିବା ନଜିର ବି ରହିଛି ଅତୀତରେ। ଖାଲି କ’ଣ ସେତିକି, ବ୍ରଦ୍ମପୁରରେ କିଏ ଶାଖା ଖୋଲି ବଲାଙ୍ଗିର, କଳାହାଣ୍ଡି ଜିଲାରେ ବି ଶାଖାର ଉପ ଶାଖା ଖୋଲି ଶିକ୍ଷା ବେପାର ଚଳାଇଛନ୍ତି। ହେଲେ ସରକାରୀ ଦସ୍ତାବେଜରେ ଏହାର କୌଣସି ସୂଚନା ହିଁ ନାହିଁ। କଥା ଏତିକିରେ ସରୁନି, ବହୁ ବର୍ଷ ପୂର୍ବେ ରାଜଧାନୀ ଏକ ପ୍ରତିଷ୍ଠିତ କଲେଜର ଅଧ୍ୟାପକ ଘରୋଇ କୋଚିଂ ଜରିଆରେ ପାଠ ପଢାଇ ସେମାନଙ୍କୁ ଭଲ ମାର୍କ ଦେଉଥିବା ଓ ଉପହାର ମାଗୁଥିବା ଯୋଗୁଁ ଏଥିରେ ନିରାଶ ହୋଇ ଜଣେ ଛାତ୍ରୀ ଆତ୍ମହତ୍ୟା କରିଥିଲେ। ସେହି ସମୟରେ ସରକାରୀ ଅଧ୍ୟାପକ, ଶିକ୍ଷକମାନେ କୋଚିଂ ଖୋଲିବା ପାଇଁ ବି ସରକାରୀ କଟକଣା ରହିଛି। ଏଇ ନିକଟରେ ଜଣେ ସରକାରୀ ବାବୁ ଘରୋଇ ଶିକ୍ଷା ବେପାର କରି ଧରାପଡିଥିବା ବେଳେ ବଲାଙ୍ଗିର ଜିଲାରେ ଏଭଳି କୋଚିଂ ସେଣ୍ଟର ଓ ଏହାର ପରିଚାଳନାରେ ସରକାରୀ ଅଧ୍ୟାପକ, ଅଧ୍ୟାପିକା, ଶିକ୍ଷକମାନେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ରହୁଛନ୍ତି। ତେଣୁ ଜିଲାପାଳ ଶ୍ରୀ ରାଣା ସ୍ୱତନ୍ତ୍ର ଭାବେ ଏକ ଟିମ୍ ଗଠନ କରି ସରକାରୀ ଘରୋଇ ଶିକ୍ଷା ବେପାର ଚଳାଇଥିବା ସରକାରୀ ବାବଙ୍କୁ ଧରପଗଡ କରିବାକୁ ଶିକ୍ଷାବିତ ମହଲରେ ଆଲୋଚନା ଆରମ୍ଭ ହୋଇଛି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories