www.samajalive.in
Saturday, December 6, 2025
16.1 C
Bhubaneswar

ଅଙ୍ଗନବାଡ଼ି କେନ୍ଦ୍ରରେ ଖାଦ୍ୟର ଦରଦାମ ବୃଦ୍ଧି ପାଇଁ ନବରଙ୍ଗପୁର ବିଧାୟକଙ୍କୁ ଦାବିପତ୍ର ପ୍ରଦାନ

ନବରଙ୍ଗପୁର: ଜିଲାର ଅଙ୍ଗନବାଡ଼ି କେନ୍ଦ୍ରରେ ଦିଆଯାଉଥିବା ନିୟମିତ ଖାଦ୍ୟର ଦର ବୃଦ୍ଧି କରିବା ପାଇଁ ଜିଲା ଅଙ୍ଗନବାଡ଼ି ସଂଘ ପକ୍ଷରୁ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀଙ୍କୁ ଭେଟି ଆଲୋଚନା କରିବା ସହ ଲିଖିତ ଭାବେ ଜଣାଇଛନ୍ତି। ବର୍ତ୍ତମାନ ପନିପରିବା ଦର ଆକାଶ ଛୁଆଁ ହୋଇଥିବାବେଳେ ଗ୍ରାମାଞ୍ଚଳରେ ଗୋଟିଏ ଅଣ୍ଡା ଦର ପ୍ରାୟ ୭ଟଙ୍କା ରହିଥିବାବେଳେ ସରକାର ୫ଟଙ୍କା ଦେଉଛନ୍ତି। ଫଳରେ ବଜାରରେ ପରିବା ଦର ସହ ଅଣ୍ଡା ଦର ଅଧିକ ଥିବାବେଳେ ରାଜ୍ୟସରକାର ପୁରୁଣା ଦରରେ ଟଙ୍କା ଦେଉଥିବାରୁ ଅଙ୍ଗନବାଡ଼ିକର୍ମୀମାନେ ଅଧିକ କ୍ଷତି ସହିବା ସହ ହାତରୁ ଟଙ୍କା ଦେଉଥିବା ଆଲୋଚନା କରିଥିଲେ। ଏ ସଂପର୍କରେ ସଂଘ ପକ୍ଷରୁ ପୂର୍ବରୁ ଜିଲାପାଳଙ୍କୁ ମଧ୍ୟ ଭେଟି ଲିଖିତ ଭାବେ ଦିଆଯାଇଛି। ତେବେ ବାଲେଶ୍ୱର ଓ ମୟୁରଭଞ୍ଜ ଭଳି ଜିଲାରେ ଅଣ୍ଡାଦର ବୃଦ୍ଧି କରାଯାଇ ଜିଲା ପ୍ରଶାସନ ପକ୍ଷରୁ ମିନେରାଲ ପାଣ୍ଠିରୁ ବର୍ଦ୍ଧିତଟଙ୍କା ଦିଆଯାଉଛି। ତେଣୁ ଏହି ଜିଲାରେ ମଧ୍ୟ ଏଥିପ୍ରତି ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ। ତେବେ ଏହି ଅସୁବିଧାନେଇ ସେ ଜିଲାପାଳଙ୍କର ସହିତ ଆଲୋଚନା କରିବେ ବିଧାୟକ ପ୍ରଧାନୀ ବୋଲି କହିଥିଲେ। ଏହାଛଡା ନବରଙ୍ଗପୁରଠାରେ ଜିଲା ଅଙ୍ଗନବାଡୀ ସଂଘର କମ୍ୟୁନିଟି ହଲ ନିର୍ମାଣାଧିନ ରହିଥିବାବେଳେ ବିଧାୟକ ପାଣ୍ଠିରୁ ସହାୟତା କରିବା ପାଇଁ ମଧ୍ୟ ଅନୁରୋଧ କରିଥିଲେ। ତେବେ ଏଥିପ୍ରତି ମଧ୍ୟ ଅନୁଦାନ ପ୍ରଦାନ କରିବାକୁ ସେ ପ୍ରତିଶୃତି ଦେଇଥିଲେ। ଭାରତୀୟମଜଦୂର ସଂଘର ସଭାପତି ବାଙ୍କ ବିହାରୀ ବିଷୋୟୀ,ସମ୍ପାଦକ ପରମେଶ୍ୱର ବିଷୋୟୀ, ଜିଲା ଅଙ୍ଗନବାଡୀ ସଂଘର ସଭାନେତ୍ରୀ ଭାଗ୍ୟବତୀ ଷଡଙ୍ଗୀ, ସମ୍ପାଦିକା ସନ୍ଧ୍ୟାରାଣୀ ବିଶ୍ୱାଳ, କୋଷାଧ୍ୟକ୍ଷା ମମତା ବ୍ରହ୍ମା, ତେନ୍ତୁଳିଖୁଣ୍ଟିବ୍ଲକ ସଭାନେତ୍ରୀ ହେମଲତା ନାୟକ, ନବରଙ୍ଗପୁର ବ୍ଲକ ସଭାନେତ୍ରୀ ଛବିଳ ମାଝୀ ଓ ଦେବକି ଭତରା ପ୍ରମୂଖ ଉପସ୍ଥିତ ଆଲୋଚନା କରିଥିଲେ।

Hot this week

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

Related Articles

Popular Categories