www.samajalive.in
Saturday, December 6, 2025
15.1 C
Bhubaneswar

କମଲନାଥଙ୍କୁ ମହଙ୍ଗା ପଡିଲା ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ, କଂଗ୍ରେସର ଷ୍ଟାର ପ୍ରଚାରକ ତାଲିକାରୁ ବାଦ ଦେଲେ ନିର୍ବାଚନ ଆୟୋଗ

ଭୋପାଳ : ବାରମ୍ବାର ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କରିବା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା କମଲନାଥଙ୍କୁ ମହଙ୍ଗା ପଡ଼ିଛି। ନିର୍ବାଚନ ଆଚରଣବିଧି ଉଲ୍ଲଂଘନ ଅଭିଯୋଗରେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ନାଁ ଷ୍ଟାର ପ୍ରଚାରକ ତାଲିକାରୁ ହଟାଇ ଦେଇଛନ୍ତି ଭାରତୀୟ ନିର୍ବାଚନ ଆୟୋଗ । ଏଥି ସହିତ ନିର୍ବାଚନ ଆୟୋଗଙ୍କ କହିବା ଅନୁଯାୟୀ ଯଦି କମଲନାଥଙ୍କ ଦ୍ବାରା କୌଣସି ପ୍ରଚାର କରାଯାଏ, ତାହେଲେ ଏହାର ସମ୍ପୂର୍ଣ୍ଣ ଖର୍ଚ୍ଚ ସେହି ପ୍ରାର୍ଥୀଙ୍କ ପାଖରୁ ଭରଣା କରାଯିବ।


କମଲନାଥ ଗୋଟିଏ ରାଜନୀତିକ ଦଳର ପ୍ରାର୍ଥୀ ହୋଇଥିଲେ ହେଁ ବାରମ୍ବାର ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କରିଛନ୍ତି। ଏହା ଆଦୌ ଗ୍ରହଣୀୟ ନୁହେଁ। ତେଣୁ ତାଙ୍କୁ ମଧ୍ୟପ୍ରଦେଶ ଉପ ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ଜାରି ଷ୍ଟାର ପ୍ରଚାର ତାଲିକାରୁ ବାଦ ଦିଆଯାଉଛି ବୋଲି ଭାରତୀୟ ନିର୍ବାଚନ ଆୟୋଗଙ୍କ ଦ୍ବାରା କୁହାଯାଇଛି। ଏଥି ସହିତ କମଲନାଥ ଏକ ନିର୍ବାଚନୀ ପ୍ରଚାରରେ ବିଜେପି ନେତ୍ରୀ ଇମର୍ତ୍ତି ଦେବୀଙ୍କୁ ‘ଆଇଟମ୍‌’ ବୋଲି ସମ୍ବୋଧିତ କରିବାକୁ ନିର୍ବାଚନ ଆୟୋଗ ତୀବ୍ର ଭର୍ତ୍ସନା କରିଛନ୍ତି। କମିଶନ କହିଛନ୍ତି, କମଲନାଥ ଜଣେ ମହିଳା ପ୍ରାର୍ଥୀଙ୍କ ବିରୋଧରେ ଆଇଟମ ଶବ୍ଦ ପ୍ରୟୋଗ କରିଛନ୍ତି। ମହିଳାଙ୍କ ବିରୋଧରେ ଏଭଳି ଶବ୍ଦ ପ୍ରୟୋଗ କରିବା ନିର୍ବାଚନ ଆୟୋଗ ଜାରି କରିଥିବା ନିୟମାବଳୀର ଉଲ୍ଲଙ୍ଘନ।

- Advertisement -

ଏଥି ସହିତ ଅନ୍ୟ ଏକ ନିର୍ବାଚନୀ ସଭାରେ କମଲନାଥ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କୁ ଟାର୍ଗେଟ କରିଥିଲେ। ତେବେ ଏହି ସମୟରେ କମଲାନାଥ ବର୍ତ୍ତମାନ ରାଜ୍ୟର ମୁଖ୍ୟମନ୍ତ୍ରୀ ଥିବା ଶିବରାଜ ସିଂହ ଚୌହାନଙ୍କ ପ୍ରତି ମଧ୍ୟ  ‘ମାଫିଆ’ ଓ ‘ମିଲାୱଟ୍‌ଖୋର୍‌’ ଭଳି ଶବ୍ଦ ପ୍ରୟୋଗ କରିଥିଲେ। ଯାହା ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କରିଥିଲା ବୋଲି ମଧ୍ୟ କମିଶନ କହିଛନ୍ତି। 

 

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories