www.samajalive.in
Monday, December 15, 2025
15.1 C
Bhubaneswar

ଅବକାରୀ ଚଢାଉ, ୩୮୫୦ଲିଟର ଗୁଡପୋଚ ଜବତ

ଆଠଗଡ : କଟକ ଜିଲ୍ଲା ଅବକାରୀ ଅଧିକ୍ଷକ ଡଃ ଶାନ୍ତନୁ କୁମାର ଦାସଙ୍କ ନିର୍ଦ୍ଦେଶକ୍ରମେ ଆଠଗଡ ଓ କଟକ ଅବକାରୀ ବିଭାଗୀୟ ଅଧିକାରୀମାନେ ଶୁକ୍ରବାର ଆଠଗଡ ଅଞ୍ଚଳର ତାଳବସ୍ତ ଗ୍ରାମ ନିକଟରେ ଚଢାଉ କରି ବିପୁଳ ପରିମାଣର ଗୁଡପୋଚ ଜବତ କରିଥିବା ଜଣାପଡିଛି। କଟକ ଅବକାରୀ ନିରୀକ୍ଷକ ପ୍ରବୀର କୁମାର ସାମଲ ଓ ଆଠଗଡ ଅବକାରୀ ନିରୀକ୍ଷକ ସଂଜୀତ ବାର୍ଲାଙ୍କ ନେତୃତ୍ୱରେ ଶୁକ୍ରବାର ସକାଳେ ଆଠଗଡ ଥାନା ଅନ୍ତର୍ଗତ ଏବଂ ଢେଙ୍କାନାଳ ସୀମାବର୍ତ୍ତି ତାଳବସ୍ତ ଗ୍ରାମ ଦେଇ ଯାଇଥିବା ନାଳ କଡେ କଡେ ଥିବା ବୁଦୁବୁଦିଆ ଜଙ୍ଗଲରେ ମଦ ପ୍ରସ୍ତୁତି ପାଇଁ ଶତାଧିକ ଜାରକିନରେ ଲୁଚାଇ ରଖାଯାଇଥିବା ୩୮୫୦ଲିଟର ଗୁଡପୋଚ ଜବତ କରାଯାଇଥିଲା। ଜବତ ଗୁଡପୋଚକୁ ଘଟଣାସ୍ଥଳରେ ନଷ୍ଟ କରାଯିବା ସହ ଜାରକିନ ଗୁଡିକୁ କଣା କରି ଫଟାଇ ଦିଆଯାଇଥିଲା। ଏହି ଚଢାଉରେ କଟକ ଅବକାରୀ ଏସଆଇ କେଶବ ଚନ୍ଦ୍ର ଦାସ, ଏସଆଇ ବେଣୁଧର ସାମଲ, ଏସଆଇ ଟେଲିସ୍ଫୋର ଲାକ୍ରା ଓ ଏସଆଇ ବିଜୟ କୁମାର ଭଞ୍ଜଙ୍କ ସମେତ ବହୁ ଅବକାରୀ ଅଧିକାରୀ ଓ କର୍ମଚାରୀ ଅଂଶଗ୍ରହଣ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories