www.samajalive.in
Saturday, December 6, 2025
23.1 C
Bhubaneswar

ଅବକାରୀ ଚଢାଉ, ୩୮୫୦ଲିଟର ଗୁଡପୋଚ ଜବତ

ଆଠଗଡ : କଟକ ଜିଲ୍ଲା ଅବକାରୀ ଅଧିକ୍ଷକ ଡଃ ଶାନ୍ତନୁ କୁମାର ଦାସଙ୍କ ନିର୍ଦ୍ଦେଶକ୍ରମେ ଆଠଗଡ ଓ କଟକ ଅବକାରୀ ବିଭାଗୀୟ ଅଧିକାରୀମାନେ ଶୁକ୍ରବାର ଆଠଗଡ ଅଞ୍ଚଳର ତାଳବସ୍ତ ଗ୍ରାମ ନିକଟରେ ଚଢାଉ କରି ବିପୁଳ ପରିମାଣର ଗୁଡପୋଚ ଜବତ କରିଥିବା ଜଣାପଡିଛି। କଟକ ଅବକାରୀ ନିରୀକ୍ଷକ ପ୍ରବୀର କୁମାର ସାମଲ ଓ ଆଠଗଡ ଅବକାରୀ ନିରୀକ୍ଷକ ସଂଜୀତ ବାର୍ଲାଙ୍କ ନେତୃତ୍ୱରେ ଶୁକ୍ରବାର ସକାଳେ ଆଠଗଡ ଥାନା ଅନ୍ତର୍ଗତ ଏବଂ ଢେଙ୍କାନାଳ ସୀମାବର୍ତ୍ତି ତାଳବସ୍ତ ଗ୍ରାମ ଦେଇ ଯାଇଥିବା ନାଳ କଡେ କଡେ ଥିବା ବୁଦୁବୁଦିଆ ଜଙ୍ଗଲରେ ମଦ ପ୍ରସ୍ତୁତି ପାଇଁ ଶତାଧିକ ଜାରକିନରେ ଲୁଚାଇ ରଖାଯାଇଥିବା ୩୮୫୦ଲିଟର ଗୁଡପୋଚ ଜବତ କରାଯାଇଥିଲା। ଜବତ ଗୁଡପୋଚକୁ ଘଟଣାସ୍ଥଳରେ ନଷ୍ଟ କରାଯିବା ସହ ଜାରକିନ ଗୁଡିକୁ କଣା କରି ଫଟାଇ ଦିଆଯାଇଥିଲା। ଏହି ଚଢାଉରେ କଟକ ଅବକାରୀ ଏସଆଇ କେଶବ ଚନ୍ଦ୍ର ଦାସ, ଏସଆଇ ବେଣୁଧର ସାମଲ, ଏସଆଇ ଟେଲିସ୍ଫୋର ଲାକ୍ରା ଓ ଏସଆଇ ବିଜୟ କୁମାର ଭଞ୍ଜଙ୍କ ସମେତ ବହୁ ଅବକାରୀ ଅଧିକାରୀ ଓ କର୍ମଚାରୀ ଅଂଶଗ୍ରହଣ କରିଥିଲେ।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories