www.samajalive.in
Tuesday, December 9, 2025
26.1 C
Bhubaneswar

ଜିଲାପାଳଙ୍କ କର୍ଯ୍ୟାଳୟରେ ଯୁବକଙ୍କ ଆତ୍ମାହୁତି ଉଦ୍ୟମ

ଗ୍ୱାଲିଅର : ମଧ୍ୟପ୍ରଦେଶର ଗ୍ୱାଲିଅର ସ୍ଥିତ ଜିଲାପାଳଙ୍କ କାର୍ଯ୍ୟାଳୟରେ ଜନଶୁଣାଣି ସମୟରେ ସମସ୍ୟା ନ ଶୁଣିବାରୁ ଅସନ୍ତୁଷ୍ଟ ଜଣେ ଯୁବକ ମଙ୍ଗଳବାର ଜିଲାପାଳଙ୍କ କକ୍ଷରେ ଆତ୍ମାହୁତି ଉଦ୍ୟମ କରିଛନ୍ତି। ସେଠାରେ ଉପସ୍ଥିତ ଅଧିକାରୀମାନେ ଅର୍ଦ୍ଧ ଦଗ୍ଧ ଅବସ୍ଥାରେ ଯୁବକଙ୍କୁ ନେଇ ଡାକ୍ତରଖାନାରେ ଭର୍ତ୍ତି କରାଇଛନ୍ତି। ତାଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି।
ଗ୍ୱାଲିଅର ଜିଲାପାଳ ଅନୁରାଗ ଚୌଧୁରୀଙ୍କ କହିବାନୁସାରେ, ପ୍ରତ୍ୟେକ ମଙ୍ଗଳବାର ସମସ୍ତ ସରକାରୀ କାର୍ଯ୍ୟାଳୟରେ ଜନଶୁଣାଣି ହୋଇଥାଏ। ଏହି ଭିତ୍ତିରେ ଜିଲାପାଳ କାର୍ଯ୍ୟାଳୟର ଜନଶୁଣାଣି କକ୍ଷରେ ଅଧିକାରୀ ଲୋକଙ୍କ ସମସ୍ୟା ଶୁଣୁଥିଲେ। ଇତି ମଧ୍ୟରେ ଭିତରୱାର ତହସିଲର ଅନିଲ ବରାର ନାମକ ଜଣେ ଯୁବକ ସେଠାରେ ପହଞ୍ଚିଥିଲେ ଓ ସେ କକ୍ଷ ବାହାରେ ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ। ସେଠାରେ ଉପସ୍ଥିତ କିଛି ଲୋକ ନିଆଁ ଲିଭାଇ ତୁରନ୍ତ ତାଙ୍କୁ ଡାକ୍ତରଖାନା ନେଇଥିଲେ।
ଜିଲାପାଳ କହିଛନ୍ତି ଯେ, ବରାର ଭିତରୱାରରେ କିଛି ସରକାରୀ ଜମିକୁ ଦଖଲ କରିଥିଲେ। କିଛିଦିନ ପୂର୍ବରୁ ଅନ୍ୟ କିଛି ଲୋକ ଏହି ଜମିକୁ ଦଖଲ କରିବାକୁ ପ୍ରୟାସ କରିଥିଲେ। ଏହାକୁ ନେଇ ବରାର ମୁଖ୍ୟମନ୍ତ୍ରୀ ହେଲ୍ପଲାଇନ୍‍ରେ ମଧ୍ୟ ଅଭିଯୋଗ କରିଥିଲେ ଓ ମଙ୍ଗଳବାର କିରୋସିନ ଧରି ଜନଶୁଣାଣିରେ ପହଞ୍ଚିଥିଲେ। ସେ ପୁନର୍ବାର କହିଛନ୍ତି ଯେ, ଭିତରୱାରର ୱାର୍ଡ଼ କାଉନ୍‍ସିଲର୍‍ ଆଶୀ ଖାନ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ମଧ୍ୟ ବରାର ଅଭିଯୋଗ କରିଛନ୍ତି।
ଯୁବକଙ୍କ ଜମି ମାମଲାର ଯାଞ୍ଚ ଚାଲିଛି ଏବଂ ହତ୍ୟା ଧମକ ମାମଲାରେ ଜିଲା ପୁଲିସ ଅଧୀକ୍ଷକଙ୍କ ଦ୍ୱାରା ଯାଞ୍ଚ କରାଯିବ ବୋଲି ଜିଲାପାଳ ଚୌଧୁରୀ କହିଛନ୍ତି।
ଅନ୍ୟପକ୍ଷରେ ପୀଡ଼ିତ ଯୁବକ କହିଛନ୍ତି, “ଭିତରୱାରର ଜଣେ ୱାର୍ଡ଼ କାଉନ୍‍ସିଲର୍‍ ମୋତେ ଦୀର୍ଘ ଦିନ ଧରି ହତ୍ୟା ଧମକ ଦେଉଛନ୍ତି। ହେଲେ ବାରମ୍ବାର ଅଭିଯୋଗ କରିବା ସତ୍ତ୍ବେ ସ୍ଥାନୀୟ ଅଧିକାରୀମାନେ ମୋ ଅଭିଯୋଗ ପ୍ରତି ଧ୍ୟାନ ଦେଉ ନାହାନ୍ତି। ଏହାପରେ ମୁଁ ମଙ୍ଗଳବାର ଗ୍ୱାଲିଅର ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚଥିଲି। ମାତ୍ର ସେଠାରେ ମଧ୍ୟ ମୋ ସମସ୍ୟା କେହି ଶୁଣି ନ ଥିଲେ। ସେଥିପାଇଁ ମୁଁ ଆତ୍ମାହୁତି ଉଦ୍ୟମ କରିଥିଲି”।

Hot this week

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

ଅଟୋକୁ ଧକ୍କା ଦେଇ ବାଇକ ଚାଳକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲକ୍ଷ୍ମୀପୁର ଗାଁରେ ଅଟୋ କୁ...

ବିଧାୟକଙ୍କ ଦରମା ବୃଦ୍ଧି: ଭତ୍ତା ସହ ପାଇବେ ୩.୨୬ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟମାନଙ୍କ ଦରମା,...

Related Articles

Popular Categories