www.samajalive.in
Saturday, December 6, 2025
15.1 C
Bhubaneswar

ବାଇକ ଦୁର୍ଘଟଣାରେ ଯୁବକ ଗୁରୁତର: ଫୁଲବାଣୀ ମେଡିକାଲରେ ଭର୍ତ୍ତି

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଅଞ୍ଚଳରେ ଦିନକୁ ଦିନ ଦୁର୍ଘଟଣା ବଢ଼ିବାରେ ଲାଗିଛି।  ଦୁର୍ଘଟଣାରେ ଜଣେ ଯୁବକ ଗୁରୁତର ହୋଇ ଫିରିଙ୍ଗିଆ ମେଡିକାଲ ଓ ପରେ ଫୁଲବାଣୀ ମେଡିକାଲ କୁ ସ୍ଥାନାନ୍ତର ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ଡଙ୍ଗରିକିଆ ଗାଁର ଦେବାଶିଷ କହଁର କୌଣସି କାମରେ ଫୁଲବାଣୀ ଯାଇ ନିଜ ବାଇକରେ ଘରକୁ ଫେରୁଥିଲେ। ବୁଧବାର ରାତି ପ୍ରାୟ ୮ଟା ସମୟରେ ସାରୁକୋଇ ଘାଟି ରେ ବାଇକ ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣା ର କାରଣ ଜଣା ପଡ଼ିନଥିବା ବେଳେ ଦୁର୍ଘଟଣା ଘଟିଥିବା ଖବର ଫିରିଙ୍ଗିଆ ଟିମ ହ୍ୟୁମାନୀଟି ସଦସ୍ୟ ସଞ୍ଜୟ କୁମାର ଦିଗାଲ କୁ କେହି ଜଣେ ରାସ୍ତାରେ ଯାଉଥିବା ବ୍ୟକ୍ତି ଖବର ଦେଇଥିଲେ । ତୁରନ୍ତ ଘଟଣା ସ୍ଥଳରେ ସ୍ବେଛାସେବୀ ସଂଗଠନ ଟିମ ହ୍ୟୁମାନୀଟି ସଦସ୍ୟ ସଞ୍ଜୟ ପହଞ୍ଚି ଗୁରୁତର ଆହତ ହୋଇଥିବା ଦେବାଶିଷ କୁ ଏକ ଅଟୋ ସାହାଯ୍ୟରେ ଫିରିଙ୍ଗିଆ ମେଡିକାଲ ରେ ଭର୍ତ୍ତି କରିଥିଲେ। ତେବେ ଦେବାଶିଷଙ୍କର ଦୁର୍ଘଟଣା ରେ ଗୋଡ଼ ଭାଙ୍ଗି ଯାଇଥିବା ଜଣାପଡିଛି। ତାଙ୍କୁ ଫିରିଙ୍ଗିଆ ମେଡିକାଲ ରୁ ଗୁରୁତର ଅବସ୍ଥାରେ ଫୁଲବାଣୀ ମେଡିକାଲ କୁ ସ୍ଥାନାନର କରିଯାଇଛି।  ଫିରିଙ୍ଗିଆ ଅଞ୍ଚଳରେ ବିଭିନ୍ନ ସମୟରେ ସଞ୍ଜୟ ଙ୍କ ଏପରି ସହଯୋଗ କୁ ଅଞ୍ଚଳ ବାସୀ ପ୍ରଶଂସା କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories