ମେଡିକାଲରୁ ଝିଆରୀର ଶିଶୁ ପୁତ୍ରକୁ ଚୋରିକଲା ମାଉସୀ
ଆଠଗଡ : ଖୁଣ୍ଟୁଣୀ ମେଡିକାଲରେ ଶିଶୁ ଚୋରି ହୋଇଥିବା ନେଇ ଗୁରୁବାର ଅଭିଯୋଗ ହୋଇଛି । ଶିଶୁପୁତ୍ରକୁ ଝିଆରୀଠାରୁ ଚୋରେଇ ନେଲା ସମ୍ପର୍କୀୟ ମାଉସୀ ।ଧରିବା ବାହାନାରେ ଚାରି ମାସର ଶିଶୁ ନେଇ ଚମ୍ପଟ ମାରିଥିଲେ । ଭୋଗରା ଅଞ୍ଚଳର ମହିଳା ଶିଶୁପୁତ୍ର ସହ ମେଡିକାଲ ଆସିଥିଲେ । ମେଡିକାଲରେ ଢେଙ୍କାନାଳର ସମ୍ପର୍କୀୟ ମାଉସୀ ଭେଟିଥିଲେ । ଧରିବା ବାହାନାରେ ଶିଶୁକୁ ନେଇ ଚମ୍ପଟ ମାରିଥିଲେ । ଥାନାରେ ଅଭିଯୋଗ ପରେ ପିଙ୍ଗୁଆ ଅଞ୍ଚଳରୁ ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି । ଉକ୍ତ ମାଉସୀ ସହ ଜଣେ ଯୁବକକୁ ଖୁଣ୍ଟୁଣୀ ପୁଲିସ ଅଟକ ରଖି ପଚରାଉଚରା କରୁଛି।
Comments are closed.