www.samajalive.in
Monday, December 8, 2025
14.1 C
Bhubaneswar

ଦିବ୍ୟାଙ୍ଗଙ୍କ ମଧ୍ୟରେ ରହିଛି ଅଫୁରନ୍ତ ଶକ୍ତି ଓ ସାମର୍ଥ୍ୟ:ରାଜ୍ୟପାଳ

ଭୁବନେଶ୍ୱର: ମଣିଷ ହେଉଛି ଅମୃତର ସନ୍ତାନ। ପ୍ରତ୍ୟେକଙ୍କ ମଧ୍ୟରେ ଦିବ୍ୟତ୍ୱ ରହିଛି। ଦିବ୍ୟାଙ୍ଗଙ୍କ ମଧ୍ୟରେ ରହିଛି ଅଫୁରନ୍ତ ଶକ୍ତି ଓ ସାମର୍ଥ୍ୟ। ଏହାର ସଫଳ ଉପଯୋଗ ନିମନ୍ତେ ଅନୁକୂଳ ପରିବେଶ ନିର୍ମାଣ ହେବା ଦରକାର ବୋଲି କହିଛନ୍ତିି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ।
ଶୁକ୍ରବାର ‘ସ୍ୱାଭିମାନ’ ପକ୍ଷରୁ ଆୟୋଜିତ ତୃତୀୟ ଓଡ଼ିଶା ଯୁବ ସମ୍ମିଳନୀକୁ ଉଦଘାଟନ କରି ରାଜ୍ୟପାଳ କହିଛନ୍ତି, ମଣିଷର ବହୁସ୍ତରୀୟ ସ୍ଥିତି ରହିଛି। ବାହ୍ୟ ସ୍ଥିତିରେ କିଛି ଅଭାବ ସାମଗ୍ରିକ ସ୍ଥିତିକୁ ପ୍ରଭାବିତ କରି ପାରିବ ନାହିଁ। ଦିବ୍ୟାଙ୍ଗମାନେ ନିଜର ଅନ୍ତର୍ନିହିତ ଶକ୍ତିର ଉପଯୋଗ କରି ଶ୍ରେଷ୍ଠତ୍ୱ ପ୍ରତିପାଦନ କରିବାକୁ ସେ ଆହ୍ୱାନ ଦେଇଛନ୍ତି।
ସ୍ୱାଭିମାନର ମୁଖ୍ୟ ନିର୍ବାହୀ ଡ. ଶ୍ରୁତି ମହାପାତ୍ର, ପାନୀୟ ନିଗମର ପରିଚାଳନା ନିର୍ଦେଶକ ଦ୍ୱିଜବର କର ପ୍ରମୁଖ ଦିବ୍ୟାଙ୍ଗଙ୍କୁ ସମାଜର ମୁଖ୍ୟସ୍ରୋତକୁ ଆଣିବା ନେଇ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ।
ଜାତୀୟ ଯୁବ ପ୍ରକଳ୍ପର ଆବାହକ ଡ. ଏସ.ଏନ.ସୁବାରାଓ କହିଥିଲେ ଯେ ପ୍ରତ୍ୟେକ ବ୍ୟକ୍ତି ମହାଶକ୍ତିର ଅଂଶବିଶେଷ। ଏଣୁ ସାରା ବିଶ୍ୱ ଏକ ଓ ଅଭିନ୍ନ ଭାବରେ ସମ୍ପର୍କିତ। ଏହି ଭାବଧାରାକୁ ନେଇ ଦିବ୍ୟାଙ୍ଗଙ୍କ ପ୍ରତି ସେବା ଓ ସଦିଚ୍ଛାର ହାତ ବଢ଼େଇବା ଦରକାର। ରାଜ୍ୟପାଳ ଏହି ଅବସରରେ ଦୃଷ୍ଟିବାଧିତଙ୍କ ପାଇଁ ଏକ ହେଲ୍ପ ଲାଇନ ଓ ଏକ କାର୍ଯ୍ୟକାରୀ ପୁସ୍ତିକାକୁ ଲୋକାର୍ପଣ କରିଥିଲେ। ସ୍ୱାଭିମାନର କାର୍ଯ୍ୟକୁ ପ୍ରଶଂସା କରିବା ସହ ଅନୁଷ୍ଠାନ ପାଇଁ ସେ ଏକ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories