www.samajalive.in
Monday, December 15, 2025
15.1 C
Bhubaneswar

ରାଷ୍ଟ୍ର ଗଠନରେ ଯୁବପ୍ରସ୍ତୁତି ପ୍ରଶିକ୍ଷଣ ଶିବିର

ସମ୍ବଲପୁର : ସମ୍ବଲପୁରର ଜିଲା ସାର୍ବଜନୀନ ପାଠାଗାର ଠାରେ ରାଷ୍ଟ୍ର ଗଠନରେ ଯୁବ ପ୍ରସ୍ତୁତି ଧାରାବାହିକ ପ୍ରଶିକ୍ଷଣ ଶିବିରର ତ୍ରୟୋବିଂଶ ସପ୍ତାହ କାର୍ଯ୍ୟକ୍ରମ ରବିବାର ଆୟୋଜିତ ହୋଇଯାଇଛି। ମାଁ ବାଗଦେବୀ ପୂଜା ଓ ବିଶ୍ୱଶାନ୍ତି ପ୍ରାର୍ଥନା ପରେ ମରକ୍କୋ ଠାରେ ଭୂକମ୍ପରେ ପ୍ରାଣ ହରାଇଥିବା ଲୋକଙ୍କ ପାଇଁ ୨ ମିନିଟର ନୀରବ ପ୍ରାର୍ଥନା କରାଯାଇଥିଲା। ପ୍ରଥମ ଅଧିବେଶନରେ ବରିଷ୍ଠ ଶିକ୍ଷକ ହରି ନାରାୟଣ ପଣ୍ଡା ସାହସ ଓ ଦୁଃସାହସର ବିଭିନ୍ନ ଦିଗ ଉପରେ ତାଙ୍କର ଶିକ୍ଷାଦାନ କରି ପିଲାଙ୍କୁ ସାହାସୀ ହେବାକୁ ଆହ୍ୱାନ ଦେଇଥିଲେ । ସେହିଭଳି ଦ୍ୱିତୀୟ ଅଧିବେଶନରେ ଚକ୍ଷୁ ବିଶେଷଜ୍ଞ ଡା. ସୁରେଶ ଚନ୍ଦ୍ର ଦାନୀ ମଣିଷର ଅଙ୍ଗ ମାନଙ୍କର ମଧ୍ୟ ଚକ୍ଷୁର ଗୁରୁତ୍ୱ ଓ ଏହାର ଯତ୍ନ ଉପରେ ବିଭିନ୍ନ ଉଦାହରଣ ସହ ବୁଝାଇବା ସହିତ ପିଲାଙ୍କୁ ଏହି ଦିଗରେ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମର ସଂଯୋଜକ ରାଜେନ୍ଦ୍ର କୁମାର ପଣ୍ଡା, ସମଗ୍ର ବ୍ୟବସ୍ଥାକୁ ପରିଚାଳନା କରିଥିବା ବେଳେ ପିଲା ମାନଙ୍କୁ ଉତ୍ସାହିତ କରିବା ପାଇଁ ପ୍ର. ଆଦିତ୍ୟ ପ୍ରସାଦ ପାଢ଼ୀ, ରଘୁନାଥ ମିଶ୍ର, ପ୍ର. ରବି ନାରାୟଣ ପଣ୍ଡା, ଅର୍ଜୁନ ରଞ୍ଜନ ପଣ୍ଡା, ଡ. ଗିରିଧାରୀ ହୋତା, ଡ. ଜୟଦେବ ମେହେର, ବିଭୁତି ନାରାୟଣ ମାଝୀ, ଗୋଲକ ବିହାରୀ ମିଶ୍ର, ଶିବ ଶଙ୍କର ଷଡଙ୍ଗୀ, ଗୋପୀନାଥ ମିଶ୍ର, ଉଦିତ ଚନ୍ଦ୍ର ପାଟ୍ଟଯୋଶୀ ପ୍ରମୁଖ ଉପସ୍ଥିତ ରହିଥିଲେ।  ବିଜୟ କୁମାର ସାହୁ ଓ ସୁନନ୍ଦ ପ୍ରଧାନ ବୈଷୟିକ ସାହାଯ୍ୟ ପ୍ରଦାନ କରିଥିବା ବେଳେ ଆଜିର ପ୍ରଶିକ୍ଷଣ ଶିବିରରେ ୧୨ଟି ହାଇସ୍କୁଲର ୨୫ ଜଣ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ଶେଷରେ ଧନ୍ୟବାଦ ଅର୍ପଣ ସହିତ ଜାତୀୟ ସଙ୍ଗୀତ ଗାନ ପରେ କାର୍ଯ୍ୟକ୍ରମ ଶେଷ ହୋଇଥିଲା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories