ସମ୍ବଲପୁର : ସମ୍ବଲପୁର ଜିଲା ଆଇନ ସେବା ପ୍ରାଧିକରଣ ତରଫରୁ ରବିବାର ଜିଲା ଜଜ ତଥା ଜିଲା ଆଇନ ସେବା ପ୍ରାଧିକରଣ, ସମ୍ବଲପୁରର ଅଧ୍ୟକ୍ଷ ମାନସ ରଞ୍ଜନ ବାରିକଙ୍କ ତତ୍ୱାବଧାନରେ ମଣ୍ଡଳସ୍ତରୀୟ ପ୍ରବନ୍ଧ, ବିତର୍କ, ଚିତ୍ରାଙ୍କନ ଏବଂ ସ୍କିଟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତାରେ ବିଭିନ୍ନ ବର୍ଗରେ ବିଭିନ୍ନ ଜିଲାର ୧୩ଟି ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ । ଏଥିରେ ପ୍ରବନ୍ଧ ପ୍ରତିଯୋଗିତାରେ ଜୁଡିସିଆଲ ଅଧିକାରୀ ମନୋଜ କୁମାର ଦାସ ମହାପାତ୍ର, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରାଜେନ୍ଦ୍ର ପଣ୍ଡା, ବିତର୍କ ପ୍ରତିଯୋଗିତାରେ ଜୁଡିସିଆଲ ଅଧିକାରିଣୀ ସଶ୍ମିତା ସାହୁ, ଅବସରପ୍ରାପ୍ତ ଶୀକ୍ଷକ ବିଶ୍ୱନାଥ ପ୍ରଧାନ, ଚିତ୍ରାଙ୍କନ ପ୍ରତିଯୋଗିତାରେ ସିଭିଲ କୋର୍ଟ ରେଜିଷ୍ଟାର ସୋଭେନ କାନୁନଗୋ, କଳା ଶିକ୍ଷକ ପ୍ରଶାନ୍ତ କୁମାର ମାଝୀ ଏବଂ ସ୍କିଟ ପ୍ରତିଯୋଗିତାରେ ଜିଲା ଆଇନ ସେବା ପ୍ରାଧିକରଣର ସଚିବ ସୌମ୍ୟା ପ୍ରଧାନ, ଜୁଡିସିଆଲ ଅଧିକାରିଣୀ ଅଭିନନ୍ଦିତା ମିଶ୍ର ଓ ଅଭିନେତା ତଥା ନିର୍ଦ୍ଦେଶକ ପ୍ରଦୀପ ପଣ୍ଡା ପ୍ରମୁଖ ବିଚାରକ ରୂପେ ଦାୟିତ୍ୱ ନିର୍ବାହ କରିଥିଲେ।
ପ୍ରବନ୍ଧ ପ୍ରତିଯୋଗିତାରେ ଚାରମାଳ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଋକ୍ମଣୀ ପ୍ରଧାନ, ଝାରସୁଗୁଡା ରେଲୱେ କଲୋନୀ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଶ୍ରୀସଥି ସିଂ ଓ କେନ୍ଦ୍ରୀୟ ବିଦ୍ୟାଳୟ ବରଗଡର ଛାତ୍ରୀ ପ୍ରାଚିବର୍ଣ୍ଣା ପାଣିଗ୍ରାହୀ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ। ବିତର୍କ ପ୍ରତିଯୋଗିତାରେ ତଳପାଟିଆ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ସୁରଭି ସାହୁ, ବରଗଡ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରୀ ପୁନମ ପ୍ରିୟଦର୍ଶିନୀ ବେହେରା ଓ ବୁର୍ଲ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ସୁଶ୍ରୀ ସ୍ନେହନ୍ସି ପାଣ୍ଡେ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଚିତ୍ରାଙ୍କନ ପ୍ରତିଯୋଗିତାରେ ସୁନ୍ଦରଗଡ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରୀ ଶ୍ରୀୟା ରାଉତ ପ୍ରଥମ, ବରଗଡ ନିଶାମଣି ଉଚ୍ଚ ବିଦ୍ୟାଳୟର ଛାତ୍ର ସାଇ ନନ୍ଦନ ସାହୁ ଦ୍ୱିତୀୟ ଓ ଝାରସୁଗୁଡା ଟାଉନ ଉଚ୍ଚ ବିଦ୍ୟାଳୟର ପ୍ରତୀକ କାନ୍ଦୁଲାନା ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ସ୍କିଟ ପ୍ରତିଯୋଗିତାରେ ଝାରସୁଗୁଡା ବଡମାଳ ପଞ୍ଚାୟ ଉଚ୍ଚ ବିଦ୍ୟାଳୟ ପ୍ରଥମ, ସମ୍ବଲପୁରର ବୁଢ଼ାରଜା ଉଚ୍ଚ ବିଦ୍ୟାଳୟ ଦ୍ୱିତୀୟ ଓ ବରଗଡର ଆଦର୍ଶ ବିଦ୍ୟାଳୟ ବଦୁଆପାଲି ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ସମସ୍ତ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇ ଉତ୍ସାହିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଜିଲା ଆଇନ ସେବା ପ୍ରାଧିକରଣ ସଚିବ ସୌମ୍ୟା ପ୍ରଧାନ ପରିଚାଳନା କରିଥିଲେ।



