www.samajalive.in
Sunday, December 14, 2025
23.1 C
Bhubaneswar

ହୋ ସମାଜ ପକ୍ଷରୁ ବୈଠକ ; ଦିଲ୍ଲୀ ଭାଷା ଆନ୍ଦୋଳନକାରୀଙ୍କୁ ସମ୍ବର୍ଦ୍ଧନା

ପାଟଣା : କେନ୍ଦୁଝର ଜିଲ୍ଲା ଢେଙ୍କିକୋଟ ନିକଟସ୍ଥ ବରବେଡା ହାଟ ପିଣ୍ଡି ଠାରେ ରବିବାର ଘଟଗାଁ ବ୍ଲକ ବିର୍ସା ମୁଣ୍ଡା ମାର୍ଶାଲ ହୋ ଆକଳା ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଦିଲ୍ଲୀ ଭାଷା ଆନ୍ଦୋଳନକାରୀଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଗତ ଅଗଷ୍ଟ ୨୧ ତାରିଖ ଦିଲ୍ଲୀର ଯନ୍ତର ମନ୍ତର ଠାରେ ହୋ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଛେଦରେ ସାମିଲ କରିବା ପାଇଁ ଆନ୍ଦୋଳନ କରାଯାଇଥିଲା। ଏଥିରେ କେନ୍ଦୁଝର ଜିଲ୍ଲା ହୋ ସମାଜ ପକ୍ଷରୁ ରାମରାୟ ମୁନ୍ଦିଆ, ଜଳଧର ଶିରକା, ନାରାୟଣ ପୁର୍ତ୍ତୀ, ରଥ ମୁଣ୍ଡା, ଚମ୍ବାବତୀ ଶିରକା, ରେଞ୍ଜର ପୁର୍ତ୍ତୀ, ସୁବାସ ପାଳିଆ, ମିଥୁନ ମୁଣ୍ଡା, ଘନଶ୍ୟାମ ବାରିକ, କୃଷ୍ଣ ଚାମ୍ପିଆ ଆନ୍ଦୋଳନ ରେ ଯୋଗ ଦେଇଥିଲେ। ଏହି ଅବସରରେ ରବିବାର ବିର୍ସା ମୁଣ୍ଡା ମାର୍ଶାଲ ହୋ ଆକଳା ବ୍ଲକ ସଭାପତି ପ୍ରହଲ୍ଲାଦ ଗାଗରାଇଙ୍କ ସଭାପତିତ୍ବରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି ।‌ ବୈଠକରେ ବ୍ଲକ ଉପଦେଷ୍ଟା ପାଣ୍ଡବ ଚାତମା, ତରା ସରପଞ୍ଚ ଚୁନାମଣି ହେମ୍ବ୍ରମ, ପଇଦାପାଟଣା ସରପଞ୍ଚ ମୁକୁନ୍ଦ ମୁଣ୍ଡା, ଗୋବିନ୍ଦ ମୁଣ୍ଡାଙ୍କ ସହ ବ୍ଲକର ୨୭ଟି ପଞ୍ଚାୟତର ସଭାପତି ଓ କର୍ମକର୍ତ୍ତା ଯୋଗ ଦେଇ ଦିଲ୍ଲୀ ଭାଷା ଆନ୍ଦୋଳନରେ ଯୋଗ ଦେଇଥିବା କର୍ମକର୍ତ୍ତା ସମ୍ବର୍ଦ୍ଧିତ କରିଥିଲେ।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories