www.samajalive.in
Sunday, December 14, 2025
23.1 C
Bhubaneswar

ଦନ୍ତା ଆକ୍ରମଣରେ ମୃତକଙ୍କ ପରିବାରକୁ ସହାୟତା ଦେଲା ବନବିଭାଗ

ପାଟଣା : ପାଟଣା ବନାଞ୍ଚଳ ଅନ୍ତର୍ଗତ ରେଙ୍ଗାଳବେଡା ଜଙ୍ଗଲରେ ୨୨ ଘରିଆ ହାତୀପଲ ଡେରା ପକାଇ ଥିବାବେଳେ ଗତ ଶୁକ୍ରବାର ଅପରାହ୍ନରେ ଜଙ୍ଗଲ ନିକଟରେ ଥିବା ଚାଷ ବିଲକୁ ଯାଇଥିବା ବେଳେ କଟାବେଡା ଗ୍ରାମର କ୍ଷୀରୋଦ ମହାନ୍ତ(୫୩)ଙ୍କୁ ଏକ ଦନ୍ତା ହାତୀ ଶୁଣ୍ଢରେ ଟେକି କଚାଡି ଦେଇଥିଲା । ଗୁରୁତର କ୍ଷୀରୋଦଙ୍କୁ ପାଟଣା ଡାକ୍ତରଖାନା ଅଣାଯାଇଥିବା ସମୟରେ ସେ ରାସ୍ତାରେ ମୃତ୍ୟୁ ବରଣ କରିଥିଲେ । ରବିବାର ବନବିଭାଗ ପକ୍ଷରୁ ମୃତକଙ୍କ ପରିବାରକୁ କ୍ଷୀରୋଦଙ୍କ ଶୁଦ୍ଧିକ୍ରିୟା ପାଇଁ ସହାୟତା ପ୍ରଦାନ କରାଯାଇଛି । ବନପାଳ ଭୂପତି ସେଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ସହାୟତା ପ୍ରଦାନ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭ୍ୟ ବୁଦ୍ଧଦେବ ମହାକୁଡ଼, ପାଟଣା ବନାଞ୍ଚଳ ଅଧିକାରୀ ବନବିହାରୀ ସର୍ଦ୍ଦାର, ଉପ ବନାଞ୍ଚଳ ଅଧିକାରୀ ଅମୁଲ୍ୟ କୁମାର ସେନାପତି, ସ୍ଥାନୀୟ ୱାର୍ଡ ମେମ୍ବର ଗୋପୀନାଥ ମୁଣ୍ଡା ଓ ସୋମବାରି ମୁଣ୍ଡା ପ୍ରମୁଖ କଟାବେଡା ଗ୍ରାମରେ ଉପସ୍ଥିତ ରହି ମୃତକଙ୍କ ପତ୍ନୀ ସୁକୁମାରୀ ମହାନ୍ତଙ୍କୁ ଶୁଦ୍ଧିକ୍ରିୟା ସହାୟତା ବାବଦକୁ ୬୦ ହଜାର ଟଙ୍କା ପ୍ରଦାନ କରିଛନ୍ତି ।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories