www.samajalive.in
Sunday, December 14, 2025
19.1 C
Bhubaneswar

ଦୁର୍ଘଟଣାରେ ଯୁବକର ମୃତ୍ୟୁ ; ୫ଘଣ୍ଟା ଧରି ଜାତୀୟ ରାଜପଥ ଅବରୋଧ

ଗୁରୁଡିଝାଟିଆ : ୫୬ ନଂ ଜାତୀୟ ରାଜପଥର କୃଷ୍ଣଶ୍ୟାମପୁର ନିକଟରେ ଏକ ବସ ଦୁର୍ଘଟଣା ହେବା ଫଳରେ ପ୍ରଦୀପ ସାହୁ ନାମକ ଯୁବକର ମୃତ୍ୟୁ ହୋଇଥିଲା। ଯୁବକର ଘର ସ୍ଥାନୀୟ କୁଲାଇଲୋ ପଞ୍ଚାୟରେ ହୋଇଥିବାରୁ ଲୋକମାନେ ଉତ୍ୟକ୍ତ ହୋଇ ରାଜପଥକୁ ପ୍ରାୟ ଦୀର୍ଘ ସମୟ ଧରି ଅବରୋଧ କରିଥିଲେ। ଘଟଣାସ୍ଥଳରେ ଆଠଗଡ ତହସିଲଦାର ତପନ କୁମାର ଖୁଣ୍ଟିଆ, ଚୌଦ୍ୱାର ଏସଡିପିଓ ପ୍ରଶାନ୍ତ କୁମାରମଲ୍ଲ, ସ୍ଥାନୀୟ ଥାନା ଅଧିକାରୀ ସୁଚିତ୍ରବରର୍ଯ୍ୟ ଦାସ, ଗୁରୁଡିଝାଟିଆ ଥାନା ଅଧିକାରୀ ସୁଚିତ୍ରବୀର୍ଯ୍ୟ ଦାସ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବାପରେ ରାସ୍ତାରୋକ ହଟିଥିଲା। ଆଜି ପୂର୍ବାହ୍ନ ସାଢେ ୮ଟା ସମୟରେ ମୃତ ଶ୍ରୀ ସାହୁ ଖୁଣ୍ଟୁଣୀ ପାର୍ଶ୍ବରୁ ରାଣିବଣିଆ ନିକଟରେ ଥିବା ତାର ଦୋକାନକୁ ବାଇକରେ ଯାଉଥିବା ବେଳେ ଅନୁଗୁଳ ପାଶ୍ୱର୍ରୁ ଆସୁଥିବା ଏକ ଯାତ୍ରୀବାହୀ ବସ ସିଧାସଳଖ ଏକ ବଙ୍କା ରାସ୍ତାରେ ଧକ୍କା ଦେବା ଫଳରେ ବାଇକଟି ବସ ଭିତରେ ପଶିଯାଇଥିଲା । ଫଳରେ ଘଟଣାସ୍ଥଳରେ ଶ୍ରୀ ସାହୁଙ୍କ ମୃତ୍ୟୁ ଘଟିଥିଲା। ଖୁଣ୍ଟୁଣୀ ପୁଲିସ ଦୁର୍ଘଟଣାଗ୍ରସ୍ତ ବସକୁ ଜବତ କରିବା ସହିତ ଶବ ବ୍ୟବଚ୍ଛେଦ ପାଇଁ ଆଠଗଡ ଉପଖଣ୍ଡ ଚିକିତ୍ସାଳୟକୁ ପ୍ରେରଣ କରିଛନ୍ତି।

Hot this week

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

Related Articles

Popular Categories