www.samajalive.in
Sunday, December 14, 2025
23.1 C
Bhubaneswar

ରାତିଅଧରେ ସମିତିସଭ୍ୟଙ୍କ ଘରେ ପଶି ପୁଲିସର ଦୁର୍ବ୍ୟବହାର ଅଭିଯୋଗ

ଗୁରୁଡିଝାଟିଆ : ଗୁରୁଡିଝାଟିଆ ପୁଲିସ ରାତି ଅଧରେ ଗୋବରା ପଞ୍ଚାୟର ସମିତିସଭ୍ୟ ସୁଜିତ ଜେନାଙ୍କ ଘରେ ମନଇଚ୍ଛା ପଶି ଶ୍ରୀ ଜେନା ନଥିବା ସମୟରେ ତାଙ୍କର ୭୨ ବର୍ଷିୟ ବିଧବା ମାଆକୁ ମାନସିକ ନିର୍ଯ୍ୟାତନା ଦେଇଛନ୍ତି। ଶ୍ରୀ ଜେନାଙ୍କ ମାଆ ଉର୍ମିଳା ଜେନା ପୁଲିସ କୁ କଣପାଇଁ ରାତିଅଧରେ ମୋ ଘର କବାଟ ବାଡୋଉଛନ୍ତି ବୋଲି କହିବାରୁ ପୋଲିସ କୌଣସି କଥା ନଶୁଣି ବଳପୂର୍ବକ କବାଟକୁ ଗୋଇଠାମାରି ବିଭିନ୍ନ ପ୍ରକୋଷ୍ଠରେ ପଶିଥିଲେ। ଫଳରେ ଉଚ୍ଚରକ୍ତଚାପରେ ପୀଡୀତ ଥିବା ଉର୍ମିଳା ପୁଲିସର ଏଭଳି ଆଚରଣ ଓ ଦୁବ୍ୟହାରରେ ମର୍ମାହତ ଓ ବ୍ୟଥିତ ହୋଇ ଭାରସାମ୍ୟ ହରାଇଥିଲେ। ଆଜି ଏ ନେଇ ଉର୍ମିଳା ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ପଶି ଲିଖିତ ଅଭିଯୋଗ ଦେଇଛନ୍ତି। ଆଜି ଆରକ୍ଷୀ ଅଧିକ୍ଷକଙ୍କ ଉପସ୍ଥିତିରେ ଜୈନିକ ଅଧିକାରୀ ଅଭିଯୋଗ ପତ୍ର ଦେଇଥିବାର ଜଣାଯାଏ। ପ୍ରକାଶଯୋଗ୍ୟ ଏକ ଅପରହଣ ମାମଲାରେ ପାରାଦ୍ୱୀପ ପୋଲିସ କୌଣସି ସୁତ୍ରରୁ ଖବର ପାଇଁ ଗୁରୁଡିଝାଟିଆ ପୋଲିସର ସହଯୋଗରେ ଗୋବରାରେ ପହଞ୍ଚିଥିଲା। ସେଠାରେ ପହଞ୍ଚି ସମିତିସଭ୍ୟ ଶ୍ରୀ ଜେନାଙ୍କ ଘରେ ଅତର୍କିତ ଚଢାଉ କରିଥିଲା। ଯେହେତୁ ସମିତିସଭ୍ୟ ଓ ତାଙ୍କ ପରିବାର ଚୌଦ୍ୱାରରେ ରହୁଥିଲେ। ତାଙ୍କର ବିଧବା ମାଆ ଉର୍ମିଳା କେବଳ ଗୋବରାରେ ରହୁଛନ୍ତି। ପୁଲିସର ଏଭଳି ଆଚରଣ, କାର୍ଯ୍ୟକଳାପ ଜଣେ ବୟସ୍କା ବୃଦ୍ଧାଙ୍କୁ ଅତ୍ୟନ୍ତ ବ୍ୟତିବ୍ୟସ୍ତ କରିପକାଇଛି। ସ୍ଥାନୀୟ ନବେଢା ଅଞ୍ଚଳରେ ଉର୍ମିଳାଙ୍କ ପରିବାରଙ୍କ ସ୍ୱତନ୍ତ୍ର ସମ୍ମାନ ରହିଛି। ପୁଲିସ ରାତିଅଧିଆ ପଶି ଏଭଳି ଅମାନବୀୟ କାର୍ଯ୍ୟ କରିବା ଯୋଗୁଁ ତାଙ୍କ ପରିବାର ର ସମ୍ମାନହାନି ଘଟିଛି। ସେଥିପାଇଁ ଉର୍ମିଳା ନ୍ୟାୟ ପାଇଁ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଦ୍ୱାରସ୍ଥ ହୋଇଛନ୍ତି। ନ୍ୟାୟ ନ ମିଳିଲେ ବାଧ୍ୟ ହୋଇ ନ୍ୟାୟାଳୟର ଆଶ୍ରୟ ନେବା ପାଇଁ ମଧ୍ୟ ଅଭିଯୋଗରେ ଉଲ୍ଲେଖ କରିଛନ୍ତି। ଏସଂକ୍ରାନ୍ତ ଜିଲ୍ଲା ଗ୍ରାମାଞ୍ଚଳ ଆରକ୍ଷୀ ଅଧିକ୍ଷକ ବି ଜୁଗଳକିଶୋରଙ୍କୁ ପଚାରିବାରୁ କହିଥିଲେ ଘଟଣା ସଂର୍ପକରେ ମୁଁ ଅବଗତ ନାହିଁ। ତଦନ୍ତ କରି ଆଇନ ଅନୁଯାୟୀ ବ୍ୟବସ୍ଥା ଗ୍ରହଣ କରିବେ ବୋଲି ସମାଜକୁ ପ୍ରକାଶ କରିଥିଲେ।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories