www.samajalive.in
Sunday, December 14, 2025
26.1 C
Bhubaneswar

ଜିଲ୍ଲାର ଶ୍ରେଷ୍ଠ ସ୍ୱଚ୍ଛ ପଞ୍ଚାୟତ ଭାବରେ ଅନନ୍ତପୁର ସମ୍ମାନୀତ

ଗୁରୁଡିଝାଟିଆ : ଆଠଗଡ ବ୍ଲକ ବ୍ରହ୍ମପୁର ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ର ଅଧିନସ୍ଥ ମେଘା ସେକ୍ଟର ର ଅନନ୍ତପୁର ପଞ୍ଚାୟତକୁ ମିଳିଛି ଜିଲ୍ଲାର ଶ୍ରେଷ୍ଠ ସ୍ୱଚ୍ଛ ପଞ୍ଚାୟତ ସମ୍ମାନ। ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଉତ୍ସବ ତଥା ପଞ୍ଚାୟତରାଜ ଦିବସରେ ଆୟୋଜିତ ଉତ୍ସବରେ ଜିଲ୍ଲାପାଳ ଶ୍ରୀ ଭବାନୀ ଶଙ୍କର ଚଇନି ଏହି ପୁରସ୍କାର ପ୍ରଦାନ କରିଛନ୍ତି। ଏଥିସହିତ ୧୦ହଜାର ଟଙ୍କାର ଅର୍ଥରାଶି ମଧ୍ୟ ପ୍ରଦାନ କରିଛନ୍ତି। ପ୍ରକାଶଯୋଗ୍ୟ ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟାଧିକାରୀ ଡାକ୍ତର ଦିଲ୍ଲିପ ଦାସଙ୍କ ପ୍ରତ୍ୟେକ୍ଷ ମାର୍ଗଦର୍ଶନରେ ମେଘା ସେକ୍ଟରର ସ୍ୱାସ୍ଥ୍ୟ ପରିଦର୍ଶକ ମହମ୍ମଦ ଆସଲମ୍ ଙ୍କ ବଳିଷ୍ଠ ଉଦ୍ୟମ ପାଇଁ ଏହା ସମ୍ଭବ ହୋଇପାରିଛି। ଶ୍ରୀ ଆସଲମ୍ ମେଘା ଅନନ୍ତପୁର ପଞ୍ଚାୟତର ପ୍ରତ୍ୟେକ ଗାଁର ଘରଘର ବୁଲି ସ୍ୱାସ୍ଥ୍ୟ ସଂପର୍କିତ ସଚେତନତା, ପରିମଳ ସତେଚନତା, ସ୍ୱଚ୍ଛତା, ସାମାଜିକ ଚଳଣି କ୍ଷେତ୍ରରେ ସୁସ୍ଥ ରହିବାର ମନ୍ତ୍ର ସର୍ବୋପରି ରୋଗକୁ କିପରିଭାବେ ମୁକାବିଲା କରିପାରିବା ଓ ରୋଗ ଯେପରି ନହେବ ସେ ସଂପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରିଥିଲେ। ଗାଁର ମହିଳା, କିଶୋରୀ,ବିଦ୍ୟାର୍ଥୀ,ମୁରବୀ ତଥା ନିଜ ନିର୍ବାଚିତ ପ୍ରତିନିଧିଙ୍କୁ ଧରି ବର୍ଷ ତମାମ ସ୍ୱାସ୍ଥ୍ୟ ଓ ପରିମଳ ସଂପର୍କିତ କାର୍ଯ୍ୟକ୍ରମ ଶ୍ରୀ ଆସଲମ କରିଥିଲେ। ଯାହାଫଳରେ କି ଅନନ୍ତପୁର ପଞ୍ଚାୟତ ଶ୍ରେଷ୍ଠ ପଞ୍ଚାୟତ ଭାବରେ ଜିଲ୍ଲାରେ ଆଜି ସମ୍ମାନୀତ ହୋଇପାରିଛି। କଟକ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସତ୍ୟବ୍ରତ ଛୋଟରାୟ, ଗୋଷ୍ଠୀ ସ୍ୱାସ୍ଥ୍ୟାଧିକାରୀ ଡାକ୍ତର ଦାସ ,ଯୁବନେତା ବଟକିଶୋର ସେଠୀ, ବ୍ଲକ ସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ କବିତାରାଣୀ ଦାସ, ପୂର୍ବତନ ସରପଞ୍ଚ ଲକ୍ଷ୍ମୀପ୍ରିୟା ବେହେରା, ସ୍ୱାସ୍ଥ୍ୟ ପରିଦର୍ଶକ ମହମ୍ମଦ ଆସଲମ ଙ୍କ ସହିତ ବହୁ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ଉପସ୍ଥିତିରେ ଜିଲ୍ଲାପାଳ ଶ୍ରୀ ଚଇନି ଅନନ୍ତପୁର ପଞ୍ଚାୟତକୁ ଜିଲ୍ଲାର ଶ୍ରେଷ୍ଠ ପଞ୍ଚାୟତ ଭାବରେ ସମ୍ମାନୀତ କରିଥିଲେ।

Hot this week

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

Related Articles

Popular Categories