www.samajalive.in
Monday, December 15, 2025
15.1 C
Bhubaneswar

ଧନକଉଡା ଟଙ୍କା ଲୁଟ ମାମଲା : ୩ ଲୁଟେରା ଗିରଫ

ସମ୍ବଲପୁର : ସମ୍ବଲପୁରର ଉପକଣ୍ଠସ୍ଥ ଧନକଉଡା ପଡିଆ ନିକଟରେ ଶୁକ୍ରବାର ସ୍ପଷ୍ଟ ଦିବାଲୋକରେ ହୋଇଥିବା ଟଙ୍କା ଲୁଟ ମାମଲାରେ ଜଣଙ୍କୁ ପୁଲିସ ଗିରଫ କରିଛି। ପ୍ରାପ୍ତସୂଚନାନୁଯାୟୀ, ଗେଙ୍ଗୁଟିପାଲି ଗ୍ରାମ ନିବାସୀ ତ୍ରିନାଥ ମୁଣ୍ଡା (୨୨) ତାଙ୍କ ଗାଡିରେ ଯାଉଥିବା ବେଳେ ଧନକଉଡା ପଡିଆ ନିକଟରେ ଜଣ ଯୁବକ ଏକ ଟିଭିଏସ ସ୍କୁଟିରେ ଆସି ତାଙ୍କୁ ଅଟକାଇ ଥିଲେ। ତ୍ରିନାଥ ଅଟକିବାରୁ ତାଙ୍କର ଗାଡିର ଡିକି ଚେକ କରିବା ପାଇଁ ଗାଡି ଚାବି ଦେବାକୁ କହିଥିଲେ। ତେବେ ସେ ଏଥିରେ ଅନିଚ୍ଛା ପ୍ରକାଶ କରିବାରୁ ଜଣେ ଯୁବକ ତ୍ରିନାଥଙ୍କୁ କାବୁ କରି ନେଇଥିବା ବେଳେ ଅନ୍ୟ ଜଣେ ଯୁବକ ତାଙ୍କ ପକେଟରୁ ୨ଟି ମୋବାଇଲ ଫୋନ ନେଇ ଯାଇଥିଲା। ତୃତୀୟ ଯୁବକ ଏକ ଭୁଜାଲୀ ମାରଣାସ୍ତ୍ର ଦେଖାଇ ତାଙ୍କୁ ଭୟବୀତ କରି ୧୦ ହଜାର ଅନ୍ୟାନ୍ୟ ସାମଗ୍ରୀ ଥିବା ମନିପର୍ସ ସମେତ ଏୟାର ବ୍ୟାଗ ଲୁଟ କରି ନେଇଥିଲ। ଏଣୁ ତ୍ରିନାଥ ସହାୟତା ପାଇଁ ଚିତ୍କାର କରିଥିବା ବେଳେ ଲୁଟେରା ମାନେ ତୁରନ୍ତ ଫେରାର ମାରିଥିଲେ। ନେଇ ସଦର ଥାନାରେ ଅଭିଯୋଗ ହେବାରୁ ମାମଲା ନଂ ୫୫/୨୦୨୧ ରୁଜୁ କରି ଘଟଣାର ତଦନ୍ତ କରିଥିଲା। ତଦନ୍ତ ସମୟରେ ସୋନାପାଲି ନୁଆପଡା ନିବାସୀ ବଲ୍ଲଭ ସୁନା ଓରଫ ବଲଦେବ (୨୩), ହାଟପଡା ନିବାସୀ ଚୈତନ୍ୟ ସେଠ ଓରଫ ମେଘ (୨୪) ଏବଂ ମହାନ୍ତିପଡା ନିବାସୀ ଆକାଶ ଜେନା (୨୧) ଙ୍କୁ ଧରି ପଚରାଉଚୁରା କରିବାରୁ ସେମାନେ ଅପରାଧ ସ୍ୱିକାର କରିବା ସହିତ ଲୁଟ ସାମଗ୍ରୀ ମଧ୍ୟ ଉଦ୍ଧାର କରିଛି। ଲୁଟ ହୋଇଥିବା ଦୁଇଟି ଦାମିକୀଆ ସ୍ମାର୍ଟ ମୋବାଇଲ ଫୋନ, ଏକ ଏୟାର ବ୍ୟାଗ, ମନି ପର୍ସ ସମେତ ନଗଦ ଶହ ଟଙ୍କା, ଅପରାଧରେ ବ୍ୟବହୃତ ସ୍କୁଟି ଏବଂ ଏକ ଭୂଜାଲି ପୁଲିସ ଜବତ କରିଛି। ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରାଯାଇଛି ବୋଲି ଥାନାଧିକାରୀ ଜଣାଇଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories