www.samajalive.in
Saturday, December 6, 2025
16.1 C
Bhubaneswar

ବିବାହ ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ପ୍ରତାରଣା ଅଭିଯୋଗ, ପ୍ରେମିକ ଗିରଫ

ଗୁରୁଡିଝାଟିଆ: ବିବାହ ପ୍ରତିଶ୍ରୁତି ଦେଇ ଜଣେ ଯୁବତୀଙ୍କୁ ପ୍ରତାରଣା କରିବା ଅଭିଯୋଗରେ ଖୁଣ୍ଟୁଣୀ ଥାନା ପୁଲିସ ଅଭିଯୁକ୍ତ ପ୍ରେମିକଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣକ ବିନୟ ଜେନା ଏବଂ ତାଙ୍କ ଘର ତିଗିରିଆ ଥାନା ଶାଳିଜଙ୍ଗା ଗ୍ରାମରେ। ଅଭିଯୋଗ ଅନୁସାରେ, ବିନୟ ଏବଂ ଖୁଣ୍ଟୁଣୀ ଥାନା ସରସ୍ଵତୀପୁର ଅଞ୍ଚଳର ଜଣେ ଯୁବତୀ ପରସ୍ପରଙ୍କୁ ଭଲ ପାଉଥିଲେ। ଉଭୟେ କିଛିଦିନ ଦିଲ୍ଲୀ ଯାଇ ସେଠାରେ ରହିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ବିନୟ ଯୁବତୀଙ୍କୁ ବିବାହ କରିବାକୁ ମନା କରିଥିଲେ। ଯୁବତୀ ଜଣକ ବିବାହ ପାଇଁ ବାଧ୍ୟ କରିବାରୁ ଉଭୟଙ୍କ ଫଟୋ ସାମାଜିକ ଗଣମାଧ୍ୟମରେ ପ୍ରଘଟ କରିବାକୁ ବିନୟ ଧମକ ଦେଇଥିଲେ। ଫଳରେ ଯୁବତୀ ଜଣକ ଏ ନେଇ ଥାନାର ଦ୍ଵାରସ୍ଥ ହୋଇଥିଲେ। ଏହା ପରେ ଅଭିଯୁକ୍ତ ବିନୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ତଥା ତଦନ୍ତକାରୀ ଅଧିକାରୀ ଭବାନୀ ଶଙ୍କର ଖୁଣ୍ଟିଆ ସୂଚନା ଦେଇଛନ୍ତି।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories