ପୁରୀ : ସରିଲା କାଳିଆର ନବଦିନାତ୍ମକ ରଥଲୀଳା। ବଡ ଭାଇ ବଳଭଦ୍ର, ଭଉଣୀ ଦେବୀ ସୁଭଦ୍ରାଙ୍କୁ ସାଙ୍ଗରେ ନେଇ ନୀଳ କନ୍ଦରକୁ ବିଜେ କରିଛନ୍ତି ପ୍ରଭୁ ଚକାଡୋଳା। ବଡଦାଣ୍ଡରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ମହାବାହୁଙ୍କୁ ରଥବେଦୀରୁ ରତ୍ନବେଦୀକୁ ବାହୁଡି ଯିବାର ଦୃଶ୍ୟ ଦେଇ ଭାବବିହ୍ବଳ ହୋଇଥିଲେ। ସମସ୍ତଙ୍କ ଆଖିରୁ ଖୁସିର ଲୁହ ଝରି ଆସିଥିବାବେଳେ କାଳିଆ ଠାକୁରଙ୍କ ଗୋଟି ପହଣ୍ଡି ଦେଖି ନିଜକୁ ଧନ୍ୟମନେ କରିଥିଲେ। ଘୋଷଯାତ୍ରାର ଅନ୍ତିମ ପର୍ବ ନୀଳାଦ୍ରି ବଜେ ବେଳେ ଜଗତର ନାଥ ଶ୍ରୀଜଗନ୍ନାଥଙ୍କୁ ଅଟକାଇଥିଲେ ଦେବୀ ମହାଲକ୍ଷ୍ମୀ। ଅଭିମାନିନୀ ମହାଲକ୍ଷ୍ମୀଙ୍କୁ ପ୍ରଭୁ ସାଙ୍ଗରେ ନେଇ ଆସିଥିବା ସ୍ଵାଦିଷ୍ଟ ରସଗୋଲା ଦେଇ ମାନଭଞ୍ଜନ କରିଥିଲେ। ଏହାପରେ ବଡ ଠାକୁର ଶ୍ରୀମନ୍ଦିରକୁ ବିଜେ କରିଥିଲେ। ସେପଟେ ଆଜି(ଶନିବାର) ଶ୍ରୀମନ୍ଦିରରେ ପ୍ରଭୁଙ୍କୁ ଅନ୍ନବ୍ୟଞ୍ଜନ (ମହାପ୍ରସାଦ) ଅର୍ପଣ କରାଯିବ। ଭକ୍ତମାନେ ୧୩ଦିନ ପରେ ଶ୍ରୀମନ୍ଦିର ଆନନ୍ଦ ବଜାରରେ ମହାପ୍ରସାଦ ସେବନ କରିବାର ସୁଯୋଗ ପାଇବେ। ନୀଳାଦ୍ରି ବିଜେପରେ ରତ୍ନସିଂହାସନରେ ପ୍ରଭୁଙ୍କୁ ଅର୍ପଣ କରାଯାଉଥିବା ଅନ୍ନବ୍ୟଞ୍ଜନ ନୀଳାଚଳ ଅବଢ଼ା ଭାବେ ପରିଚିତ।
ସରିଲା ନବଦିନାତ୍ମକ ଯାତ୍ରା, ବଡ ଦେଉଳକୁ ବାହୁଡିଲେ ତିନି ଠାକୁର: ଆଜିଠୁ ମିଳିବ ନୀଳାଚଳ ଅବଢା
Popular Categories



