www.samajalive.in
Sunday, December 14, 2025
19.1 C
Bhubaneswar

ଆଦିତ୍ୟନାଥଙ୍କ ବିରୋଧରେ ଅଭିଯୋଗର ବିଚାର କର: ମାଜିଷ୍ଟ୍ରେଟଙ୍କୁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ଆଗତ ଘୃଣା ସୃଷ୍ଟିକାରୀ ମନ୍ତବ୍ୟ ସଂକ୍ରାନ୍ତ ମାମଲାର ବିଚାର କରିବା ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ଗୋରଖପୁର ମାଜିଷ୍ଟ୍ରେଟଙ୍କୁ ନିର୍ଦେଶ ଦେଇଛନ୍ତି। ପୂର୍ବରୁ ଏ ନେଇ ଯୋଗୀଙ୍କ ବିରୋଧରେ ରଶିଦ ଖାଁ ନାମକ ଜଣେ ବ୍ୟକ୍ତିଙ୍କ ଦ୍ୱାରା ଆଗତ ଅଭିଯୋଗକୁ ମାଜିଷ୍ଟ୍ରେଟ ବିନାକାରଣରେ ଅଗ୍ରାହ୍ୟ କରିଦେଇଥିଲେ। ଏ ନେଇ ରଶିଦ ଆଲ୍ଲାହାବାଦ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟ ମଧ୍ୟ ମାଜିଷ୍ଟ୍ରେଟଙ୍କୁ ଅଭିଯୋଗର ବିଚାର ପାଇଁ କହିଥିଲେ। ଏହା ସତ୍ତ୍ବେ ମାଜିଷ୍ଟ୍ରେଟ ଅଭିଯୋଗ ଗ୍ରହଣ ନ କରିବାରୁ ରଶିଦ ସର୍ବୋଚ୍ଚ ନ୍ୟାୟାଳୟକୁ ଯାଇଥିଲେ। ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର, ଜଷ୍ଟିସ ଏ.ଏମ୍‍ ଖାନ୍‍ୱିଲକର ଓ ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡ଼ଙ୍କୁ ନେଇ ଗଠିତ ପୀଠ ଏହି ମାମଲାରେ କହିଛନ୍ତି ଯେ ମାଜିଷ୍ଟ୍ରେଟ ନିଜର ମୁଣ୍ଡ ଖର୍ଚ୍ଚ କରି ମୌଖିକ ନିର୍ଦେଶ ଦେବା ଉଚିତ। ଆଦିତ୍ୟନାଥ ୨୦୦୭ ଜାନୁଆରୀ ୨୭ରେ ଗୋରଖପୁରଠାରେ ନିଜ ସଂଗଠନ ହିନ୍ଦୁ ଯୁବବାହିନୀର ସଦସ୍ୟଙ୍କୁ ସ୍ଥାନୀୟ ସଂଖ୍ୟାଲଘୁଙ୍କ ବିରୋଧରେ ମତାଇ ଉତ୍ତେଜନା ସୃଷ୍ଟିକାରୀ ଭାଷଣ ଦେଇଥିଲେ। ସେମାନଙ୍କୁ ହତ୍ୟା ସହିତ ସମ୍ପତ୍ତି ଧ୍ୱଂସ କରିବାକୁ ସେ ଆହ୍ୱାନ ଦେଇଥିବା ରଶିଦ ଅଭିଯୋଗରେ ଦର୍ଶାଇଥିଲେ।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories