ଚୌଦ୍ୱାର : ଚୌଦ୍ୱାରସ୍ଥିତ ଜୀବନଦାୟିନୀ ଯୋଗ ଓ ନେଚରୋପାଥି ଏକାଡେମିର ବାର୍ଷିକୋତ୍ସବ ରବିବାର ଅନୁଷ୍ଠିତ ହୋଇ ଯାଇଛି । କପାଳେଶ୍ୱରସ୍ଥିତ ଦିବ୍ୟ ଜୀବନ ସଂଘ ଶାଖା କାର୍ଯ୍ୟାଳୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲା ହୋମିଓପ୍ୟାଥି ଅଧିକାରୀ ଡା. ନାରାୟଣ ପ୍ରସାଦ ଆଚାର୍ଯ୍ୟ, ଆୟୁଷ ବିଭାଗର ଡା.ରାଧାକାନ୍ତ ସାହୁ, ଶ୍ରୀ ଶ୍ରୀ ବିଶ୍ୱ ବିଦ୍ୟାଳୟର ଅଧ୍ୟାପକ ଡ. ପ୍ରଶାନ୍ତ କୁମାର ଦାସ, ଲକ୍ଷ୍ମୀଧର ପରିଡ଼ା ପ୍ରମୁଖ ଅତିଥି ଭାବେ ଯୋଗଦେଇ ସୁସ୍ଥ ଓ ନିରାମୟ ଜୀବନ ଯାପନରେ ଯୋଗର ଭୂମିକା ଅତୁଳନୀୟ ବୋଲି ପ୍ରକାଶ କରିବା ସହିତ ପ୍ରତ୍ୟହ ଯୋଗଭ୍ୟାସ ମଣିଷର ଶରୀର ଓ ମସ୍ତିସ୍କକୁ ସୁସ୍ଥ ରଖିବା ସହିତ ସାକାରାତ୍ମକ ପ୍ରଭାବ ପକାଇଥାଏ ବୋଲି ମତବ୍ୟକ୍ତ କରିଥିଲେ । ଯୋଗଗୁରୁ ଛତ୍ରଧାରୀ ନାୟକ ଯୋଗାସନ ମାଧ୍ୟମରେ ବିଭିନ୍ନ ସାଂସ୍କୃତିକ ବିଚିତ୍ରା ପରିବେଷଣ କରିଥିଲେ ।ଏକାଡ଼େମୀର ନିର୍ଦ୍ଦେଶକ ଭୋଳାନାଥ ନାୟକଙ୍କ ପରିଚାଳନାରେ ସାରାଦିନ ବ୍ୟାପି ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ବହୁ ବ୍ୟକ୍ତି ବିଶେଷ ଯୋଗଦେଇ ଯୋଗ ଶିକ୍ଷା କରିଥିଲେ । ଯୋଗଗୁରୁ ଜୟକୃଷ୍ଣ ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ ।
Popular Categories



