www.samajalive.in
Monday, December 15, 2025
15.1 C
Bhubaneswar

ଜଗତପୁରରେ ବ୍ରହ୍ମାକୁମାରୀଜ୍‍ ପକ୍ଷରୁ ବିଶ୍ୱ ଯୋଗ ଦିବସ ପାଳିତ

ଜଗତପୁର : ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ତଥା ଭାରତ ସ୍ୱାଭିମାନ ଟ୍ରଷ୍ଟର ମିଳିତ ସହଯୋଗରେ ନିମପୁର ହାଇସ୍କୁଲ ଖେଳପଡିଆରେ ବିଶ୍ୱ ଯୋଗ ଦିବସ ଅବସରରେ ରାଜ ଯୋଗ ଏବଂ ଅଷ୍ଟାଙ୍ଗ ଯୋଗାଭ୍ୟାସ କାର୍ଯ୍ୟକ୍ରମ ରଖାଯାଇଥିଲା। ଏଥିରେ ରାଜ ଯୋଗିନୀ ଇଂ. ଅସ୍ମିତା ମୁଖ୍ୟ ବକ୍‍ତା ରୂପେ ତାଙ୍କର ଦିକ୍ଷାନ୍ତ ଭାଷଣରେ ରାଜଯୋଗ ଦ୍ୱାରା ଉଭୟ ଶାରୀରିକ ଓ ମାନସିକ ସୁସ୍ଥତା ହୋଇପାରୁଥିବାର ମତବ୍ୟକ୍‍ତ କରିଥିଲେ। ଅନ୍ୟତମ ସମ୍ମାନୀତ ଅତିଥି ରାଜଧାନୀ କଲେଜର ଅଧ୍ୟାପକ ଡ. ସୁରେଶ୍ୱର ମେହେର ଉଭୟ ରାଜଯୋଗ ଏବଂ ଯୋଗାସନର ଉପାଦେୟତା ଉପରେ ଆଲୋକପାତ କରିଥିଲେ। ମୁଖ୍ୟ ଅତିଥିରୂପେ ଜଗତପୁର ଚିନ୍ମୟ ମିସନର ବ୍ୟବସ୍ଥାପକ ସ୍ୱାମୀ ଗର୍ଗ ଚୈତନ୍ୟ ଯୋଗ ସାଧନାପାଇଁ ଆହ୍ୱାନ ଦେଇଥିଲେ। ବ୍ରହ୍ମାକୁମାରୀ ଗୀତାଞ୍ଜଳୀ ରାଜ ଯୋଗର ଦିବ୍ୟ ଅନୁଭବ କରାଇଥିଲେ। ବ୍ର.କୁ. ଅରବିନ୍ଦ ସଂସ୍ଥାର ପରିଚୟ ପ୍ରଦାନ କରିଥିବାବେଳେ ବ୍ର.କୁ. ଗୟାଧର ଧନ୍ୟବାଦ ଅର୍ପଣ କରିଥିଲେ। ବ୍ର.କୁ. ଅମୁଲ୍ୟ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ। ଭାରତ ଭୂଷଣ ଶର୍ମା ଓ ଆଶିଷ ହାଲଦାର ଅଷ୍ଟାଙ୍ଗ ଯୋଗ ଶିଖାଇଥିଲେ। ସ୍ଥାନୀୟ କର୍ପୋରେଟର ନିରୋଦ ଚନ୍ଦ୍ର ପଣ୍ଡା ଏବଂ ଦୟାନିଧି ନାୟକ ଶୁଭେଚ୍ଛା ପ୍ରଦାନ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories