ପ୍ରାଚୀନ ସମୟରୁ ଭାରତରେ ଯୋଗର ଆଦର ରହିଆସିଛି। ସୁସ୍ଥ ଜୀବନଶୈଳୀ ନିମନ୍ତେ ଏହାର ଆବଶ୍ୟକତା ସବୁଠୁ ଅଧିକ ବୋଲି ବିଶେଷଜ୍ଞଙ୍କ ମତ।
ଯୋଗ କଲେ ସୁସ୍ଥ ଜୀବନଶୈଳୀ ଅତିବାହିତ କରିବା ସହ ଆମ ମନ ମଧ୍ୟ ପ୍ରଫୁଲ୍ଲ ରହିଥାଏ। ଏବେ ବିଶ୍ବର ପ୍ରମୁଖ ରାଷ୍ଟ୍ରରେ ଯୋଗର ପ୍ରସାର ଓ ପ୍ରଚାର ଉଭୟ ବଢ଼ିବାରେ ଲାଗିଛି।
– ନିୟମିତ ଯୋଗ କରିବା ଦ୍ବାରା ଆମ ଏକାଗ୍ରତା ବଢ଼ିବା ସହ ଶରୀରର ରୋଗପ୍ରତିରୋଧକ ଶକ୍ତି ମଧ୍ୟ ବଢ଼ିଥାଏ।
– ଅବସାଦଗ୍ରସ୍ତ ରହୁଥିବା ଲୋକ ପ୍ରତ୍ୟହ ୧୫ ମିନିଟ୍ ଯୋଗ କଲେ ସେମାନଙ୍କ ସମସ୍ୟାର ସମାଧାନ ହେଉଥିବାର ବିଶେଷଜ୍ଞଙ୍କ ମତ।
– ମାନସିକ ଚାପ, ଉଚ୍ଚରକ୍ତଚାପ ରୋଗୀ ୧ ସପ୍ତାହ ନିୟମିତ ଯୋଗ କଲେ ସେମାନେ ଫରକ୍ ଜାଣିପାରିବେ।
– ଯୋଗ ଓ ଧ୍ୟାନ ସମସ୍ତ ରୋଗର ସମାଧାନ ବୋଲି ବିଭିନ୍ନ ଅନୁଧ୍ୟାନରୁ ପ୍ରମାଣିତ ହୋଇଛି। ନିଜ ବ୍ୟସ୍ତବହୁଳ ଜୀବନରେ ମାତ୍ର ୨୦ ମିନିଟ୍ ଲେଖାଏଁ ଯୋଗ କଲେ ସୁସ୍ଥ ଓ ନୀରୋଗ ଜୀବନ ଅତିବାହିତ କରିପାରିବେ।



