www.samajalive.in
Sunday, December 14, 2025
19.1 C
Bhubaneswar

ଘରୋଇ ସାମଗ୍ରୀ ଘରକୁ କରୁଛି ବିଷାକ୍ତ!

ଅଧିକାଂଶ ଲୋକେ ନିଜ ଘରେ ନିୟମିତ ଭାବେ ମଶାଧୂପ ବତି, ଲୁଗା ସଫା ପାଉଡର, ଟଏଲେଟ୍ କ୍ଲିନର୍, ଏୟାର୍ ଫ୍ରେଶନର୍‌ ବ୍ୟବହାର କରିଥାନ୍ତି। ଅନୁସନ୍ଧାନରୁ ଜଣାପଡ଼ିଛି ଯେ ଏସବୁ ଉପଯୋଗରେ ଘରର ପରିବେଶ ବିଷାକ୍ତ ହୋଇଥାଏ।

– ବିଶେଷଜ୍ଞଙ୍କ ମତରେ, ଗୋଟିଏ ମଶାଧୂପ କଏଲ୍‌ରୁ ବାହାରୁଥିବା ଧୂଆଁ ୩୭ଟି ସିଗାରେଟ୍‌୍ର ଧୂଆଁ ସହ ସମାନ। ଏବେ ଏହି ମଶାଧୂପ କଏଲ୍ ବ୍ୟବହାର କରିବା ପୂର୍ବରୁ ସତର୍କ ରୁହନ୍ତୁ। ଦିଲ୍ଲୀର ଏକ ବିଶେଷଜ୍ଞ ଦଳ ବାରମ୍ବାର ଅନୁଧ୍ୟାନ କରିବା ପରେ ତଥ୍ୟ ପ୍ରକାଶ କରିଛନ୍ତି।

- Advertisement -

ଛୋଟ ପିଲାଙ୍କ କକ୍ଷରେ ଆଦୌ ଏହି ମଶାଧୂପ କଏଲ୍ ଲଗାନ୍ତୁନାହିଁ। ଏହା କାରଣରୁ ସେମାନଙ୍କ ମାନସିକ ବିକାଶ ସବୁଠୁ ଅଧିକ ପ୍ରଭାବିତ ହେଉଥିବାର ପରୀକ୍ଷାରୁ ପ୍ରମାଣିତ ହୋଇଛି।

– ଲୁଗା ସଫା ପାଉଡରରେ ଫସ୍‌ଫରସ୍‌ ଥିବାରୁ ଏହା କାରଣରୁ ଆପଣଙ୍କ ତ୍ବଚା ରୋଗ ହେବାର ଭୟ ରହିଛି।
– ଟଏଲେଟ୍ କ୍ଲିନର୍, ଚଟାଣକୁ ସଫା କରୁଥିବା ଏକପ୍ରକାର କ୍ଲିନର୍ କାରଣରୁ ପରଫ୍ଲୋରିଥାଇଲିନ୍ ତତ୍ତ୍ବ ଥିବାରୁ ତାହା କାରଣରୁ ବୃକକ୍‌ ରୋଗ ଓ ସ୍ନାୟୁଜନିତ ରୋଗ ହେବାର ଆଶଙ୍କା ଥାଏ।
– ଏୟାର ଫ୍ରେଶନର୍‌ କାରଣରୁ ତ୍ବଚା ସମନ୍ଧୀୟ ରୋଗ ଓ ମୁଣ୍ଡବିନ୍ଧା ରୋଗ ଅଧିକାଂଶଙ୍କର ହୋଇଥାଏ ବୋଲି ବିଶେଷଜ୍ଞ ପ୍ରକାଶ କରିଛନ୍ତି।

Hot this week

ମାଲକାନଗିରି ହିଂସା:୧୨ ଗିରଫ

ସମାଜ ଲାଇଭ ଡ଼େସ୍କ:ମହିଳା ମୃତ୍ୟୁକୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

Related Articles

Popular Categories