www.samajalive.in
Friday, December 12, 2025
15.1 C
Bhubaneswar

୨୦ ବର୍ଷ ପୁରୁଣା ବର୍ଗର

-ଆମେରିକାର ଉଟାହ ନିବାସୀ ଡେଭିଡ୍ ହ୍ବିପଲ୍ ନାମକ ଜଣେ ବ୍ୟକ୍ତି ଏବେ ଗଣମାଧ୍ୟମ ଓ ସୋସିଆଲ ସାଇଟ୍‌୍ରେ ଚର୍ଚ୍ଚା ପରିସରକୁ ଆସିଛନ୍ତି। ସ୍ଥାନୀୟ ଅଞ୍ଚଳର ମ୍ୟାକ୍‌ଡୋନାଲଡ୍‌ ଷ୍ଟୋର୍‌ରୁ ୧୯୯୯ମସିହାରେ ସେ ଦୁଇଟି ବର୍ଗର କିଣିଥିଲେ। ଗୋଟିଏ ବର୍ଗର ସେ ଖାଇବା ପରେ ଅନ୍ୟ ବର୍ଗରକୁ ନିଜ କୋଟ୍‌ର ପକେଟ୍‌ରେ ରଖିଦେଇଥିଲେ। ଘରେ ପହଞ୍ଚିବା ପରେ ତାଙ୍କ ପତ୍ନୀ କୋଟ୍‌କୁ ନେଇ ଷ୍ଟୋର କକ୍ଷରେ ରଖିଦେଲେ। ଏହା ପରେ ଡେିଭଡ୍ ଭୁଲି ମଧ୍ୟ ଗଲେ ଯେ ତାଙ୍କ କୋଟ୍‌ରେ ବର୍ଗର ରହିଯାଇଛି। ୨୦୧୩ରେ ଯେତେବେଳେ ଘର ସଜଡ଼ାସଜଡ଼ି ହେଲା, ଏଇ ପୁରୁଣା କୋଟ୍‌ ତାଙ୍କର ବାହାରିଲା। ତା’ ସହ ପକେଟ୍‌ରୁ ମ୍ୟାକ୍ ବର୍ଗର ଓ ବିଲ୍ ମଧ୍ୟ ବାହାରିଲା। ବର୍ଗରଟି ପୂରା ସତେଜ ଥିବା ଦେଖି ସେମାନେ ଆଶ୍ଚର୍ଯ୍ୟ ହୋଇଥିଲେ ଓ ତୁରନ୍ତ ଖବରଟି ଗଣମାଧ୍ୟମରେ ପ୍ରଚାରିତ ହୋଇଥିଲା। ଏଇ ଘଟଣା ପର ସ୍ବାମୀ-ସ୍ତ୍ରୀ ଦୁହେଁ ପୁଣି ଏକ ଡବାରେ ବର୍ଗରକୁ ରଖିଦେଇଥିଲେ। ପୁନର୍ବାର ୨୦୧୯ ଶେଷ ସପ୍ତାହରେ ସେମାନେ ଡବା ଖୋଲି ଦେଖିଥିଲେ ଯେ ବର୍ଗରଟି ସତେଜ ଦେଖାଯାଉଛି। ଖବରଟି ଏବେ ଖୁବ୍ ଚର୍ଚ୍ଚା ହେଉଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories