ୟେଚୁରି ପୁଣି ସାଧାରଣ ସମ୍ପାଦକ ନିର୍ବାଚିତ

0

ହାଇଦରାବାଦ : ସୀତାରାମ ୟେଚୁରି ସିପିଏମ ଦଳର ସାଧାରଣ ସମ୍ପାଦକ ଭାବେ ପୁନଃ ନିର୍ବାଚିତ ହୋଇଛନ୍ତି। ଶନିବାର ଏଠାରେ ଅନୁଷ୍ଠିତ ଦଳୀୟ ବୈଠକରେ ୟେଚୁରି ନିଦ୍ୱର୍ନ୍ଦ୍ୱରେ ଏହି ପଦକୁ ଦ୍ୱିତୀୟ ଥର ପାଇଁ ନିର୍ବାଚିତ ହୋଇଛନ୍ତି। ୨୦୧୫ରେ ପ୍ରକାଶ କରାତ୍‌ଙ୍କଠାରୁ ୟେଚୁରି ଏହି ଦାୟିତ୍ୱ ଗ୍ରହଣ କରିଥିଲେ। ସିପିଏମ ସାଧାରଣ ସମ୍ପାଦକ ପଦ ନିମନ୍ତେ ଅନ୍ୟମାନଙ୍କ ମଧ୍ୟରେ ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ ମାନିକ୍‌ ସରକାର, ପଲିଟିବ୍ୟୁରୋ ସଦସ୍ୟ ବ୍ରିନ୍ଦା କରାତ୍‌ ଓ ବି.ଭି.ରାଘଭୁଲୁଙ୍କ ନାମ ଚର୍ଚ୍ଚାକୁ ଆସିଥିଲା। ତେବେ ସିପିଏମ ଦଳର ୯୫ ଜଣିଆ କେନ୍ଦ୍ରୀୟ କମିଟି ୟେଚୁରିଙ୍କ ଉପରେ ପୁଣି ଥରେ ଏହି ଦାୟିତ୍ୱ ନ୍ୟସ୍ତ କରିବାକୁ ଉଚିତ ମଣିଥିଲେ। ପ୍ରକାଶ କରାତ୍‌, ବ୍ରିନ୍ଦା କରାତ୍‌, କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ, ଏସ.ରାମଚନ୍ଦ୍ରନ ପିଲ୍ଲାଇ ଓ ପଶ୍ଚିମବଙ୍ଗର କମ୍ୟୁନିଷ୍ଟ ନେତା ବିମାନ ବସୁ ପ୍ରମୁଖ କେନ୍ଦ୍ରୀୟ କମିଟିକୁ ନିର୍ବାଚିତ ହୋଇଛନ୍ତି।

Leave A Reply