www.samajalive.in
Sunday, December 14, 2025
19.1 C
Bhubaneswar

ୟଶ ଓ ଋଷଭ ଶେଟ୍ଟୀଙ୍କୁ ସାକ୍ଷାତ କଲେ ମୋଦୀ; ସାଉଥ୍‌ ସିନେ ଶିଳ୍ପକୁ ପ୍ରଶଂସା କରି କହିଲେ..

ବେଙ୍ଗାଲୁରୁ: ଦକ୍ଷିଣ ଭାରତୀୟ ସୁପରଷ୍ଟାରଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ‘କେଜିଏଫ୍‌’ ମାଧ୍ୟମରେ ସାରା ଦେଶରେ ଘରେ ଘରେ ପରିଚିତ ଅଭିନେତା ୟଶ ଓ ଗତ ବର୍ଷ ବକ୍ସ ଅଫିସରେ ହଇଚଇ ସୃଷ୍ଟି କରିଥିବା ଫିଲ୍ମ ‘କାନ୍ତାରା’ର ଅଭିନେତା ଋଷଭ ଶେଟ୍ଟୀ ରବିବାର ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସାକ୍ଷାତ କରିଛନ୍ତି। ସେମାନଙ୍କ ସାକ୍ଷାତ ସମୟର ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି। ଏହି ସାକ୍ଷାତ ସମୟରେ ଦିବଂଗତ ଅଭିନେତା ପୁନୀତ ରାଜକୁମାରଙ୍କ ପତ୍ନୀ ଅଶ୍ବିନୀ ମଧ୍ୟ ଉପସ୍ଥିତ ଥିଲେ।

ସୂଚନା ମୁତାବକ, ନିକଟରେ ମୋଦୀ କର୍ଣ୍ଣାଟକ ଗସ୍ତରେ ଯାଇଥିଲେ। ଏହି ଅବସରରେ ରବିବାର ସେ ଚଳଚ୍ଚିତ୍ର ତାରକା, କ୍ରୀଡ଼ାବିତ୍‌ ଏବଂ ଷ୍ଟାର୍ଟଅପ୍‌ ଜଗତର ​‌ବ୍ୟକ୍ତି ବିଶେଷଙ୍କୁ ସାକ୍ଷାତ କରିଥିଲେ। ଏହି ସାକ୍ଷାତ ସମୟରେ ମୋଦୀ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଜଗତର ପ୍ରସିଦ୍ଧ ଅଭିନେତା ସ୍ବର୍ଗତଃ ପୁନୀତ ରାଜକୁମାରଙ୍କୁ ମଧ୍ୟ ମନେ ପକାଇଥିଲେ।

- Advertisement -


ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଚଳଚ୍ଚିତ୍ର ଅଭିନେତାମାନଙ୍କୁ କହିଛନ୍ତି ଯେ, ଦକ୍ଷିଣ ରାଜ୍ୟଗୁଡ଼ିକର ଚଳଚ୍ଚିତ୍ର ଶିଳ୍ପ ନିଜ କାର୍ଯ୍ୟ ଦ୍ବାରା ଭାରତର ସଂସ୍କୃତି ଏବଂ ପରିଚୟକୁ ବେଶ୍‌ ଲୋକପ୍ରିୟ କରିଛି। ବିଶେଷ କରି ଶିଳ୍ପରେ ମହିଳାମାନଙ୍କ ଅଂଶଗ୍ରହଣକୁ ଉତ୍ସାହିତ କରିବା ପାଇଁ ଦକ୍ଷିଣ ରାଜ୍ୟଗୁଡିକର ଉଦ୍ୟମକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories