www.samajalive.in
Monday, December 8, 2025
14.1 C
Bhubaneswar

ଯୋଗେଶ ଖୁରାନିଆ ହେଲେ ପୁଲିସ ମହାନିର୍ଦ୍ଦେଶକ: ଅପରାଧ ନିୟନ୍ତ୍ରଣ ଓ ମହିଳା ସୁରକ୍ଷାକୁ ମିଳିବ ଅଗ୍ରାଧିକାର

ଭୁବନେଶ୍ବର : ରାଜ୍ୟରେ ଅନେକ ଦିନ ହେବ ଖାଲି ପଡିଥିବା ପୁଲିସ ନିର୍ଦ୍ଦେଶକ ପଦବୀ ପୂରଣ ହୋଇଛି । ଆଜି ପୁଲିସ ମହାନିର୍ଦ୍ଦେଶକ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ୧୯୯୦ ବ୍ୟାଚର ଭାରତୀୟ ପୁଲିସ ସେବା ଅଧିକାରୀ ଯୋଗେଶ ବାହାଦୂର ଖୁରାନିଆ । ରାଜ୍ୟ ପୁଲିସ ମୁଖ୍ୟାଳୟରେ ଆଜି ସେ କାର୍ଯ୍ୟକାରୀ ପୁଲିସ ମହାନିର୍ଦ୍ଦେଶକ ଅରୁଣ ଷଡଙ୍ଗୀଙ୍କଠାରୁ ଦାୟିତ୍ବ ଗ୍ରହଣ କରିଥିଲେ ।

ସୂଚନା ଅନୁଯାୟୀ ୨୦୨୧ ମସିହାରୁ କେନ୍ଦ୍ରୀୟ ଡେପୁଟେସନରେ ଥିବା ଶ୍ରୀ ଖୁରାନିଆଙ୍କୁ ଗତ ମାସରେ କେନ୍ଦ୍ର ସରକାର ରାଜ୍ୟକୁ ଫେରାଇ ଦେଇଥିଲେ । ସେ ବିଏସଏଫର ସ୍ୱତନ୍ତ୍ର ମହାନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ । ସେ ତାଙ୍କ କ୍ୟାରିୟରରେ ୫ଟି ଜିଲାରେ ପୁଲିସ ଅଧିକ୍ଷକ ଭାବେ କାର୍ଯ୍ୟ କରିବା ସହ କଟକ- ଭୁବନେଶ୍ବର ଯୌଥ ନଗରୀର ପୁଲିସ କମିଶନର ସମେତ ଦକ୍ଷିଣାଞ୍ଚଳ ଡିଆଇଜି ଭାବେ କାର୍ଯ୍ୟ କରିସାରିଛନ୍ତି । ଦାୟିତ୍ବ ଗ୍ରହଣ କରିବା ପରେ ଶ୍ରୀ ଖୁରାନିଆ କହିଛନ୍ତି ଶାନ୍ତି ଶୃଙ୍ଖଳା ବଜାୟ ରଖିବା, ଅପରାଧ ମୁକାବିଲା ଏବଂ ଉନ୍ନତମାନର ପୁଲିସ ସେବା ଯୋଗାଇବା ଦିଗରେ ବିଧିବଦ୍ଧ ବ୍ୟବସ୍ଥା ଗ୍ରହଣ କରାଯିବ । ବିଶେଷ କରି ଦୁର୍ବଳ ବର୍ଗ, ଶିଶୁ, ମହିଳା ଓ ଅନସୂଚିତ ଜାତି ଜନଜାତିର ଲୋକମାନଙ୍କୁ ନ୍ୟାୟ ଯୋଗାଇଦେବା କ୍ଷେତ୍ରରେ ପୁଲିସ ପ୍ରମୁଖ ଭୂମିକା ଗ୍ରହଣ କରିବା ବୋଲି ଶ୍ରୀ ଖୁରାନିଆ କହିଛନ୍ତି ।

- Advertisement -

ତୃଣମୂଳ ସ୍ତରରେ ଅଭିଜ୍ଞତା ହାସଲ କରିଥିବା ଶ୍ରୀ ଖୁରାନିଆ ଆଗାମୀ ଦିନରେ କେଉଁ ପରିବର୍ତ୍ତନ ଆଣିବେ, ସେନେଇ ସମସ୍ତଙ୍କ ନଜର ରହିଛି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories