ସାହିତ୍ୟିକା ଆରତି ମହାନ୍ତିଙ୍କ ପରଲୋକ

ଭୁବନେଶ୍ବର : ବିଶିଷ୍ଟ ଜନସେବୀ, ସାହିତ୍ୟିକା, ସଂଗଠିକା ଆରତି ମହାନ୍ତିଙ୍କ ଆଇଆରସି ଭିଲେଜସ୍ଥିତ ବାସଭବନରେ ସୋମବାର ପରଲୋକ ଘଟିଛି। ତାଙ୍କ ସ୍ବାମୀ ସ୍ବର୍ଗତ ଶ୍ୟାମଚରଣ ମହାନ୍ତି ଜଣେ ପ୍ରଶାସକ ଥିଲେ।
ଶ୍ରୀମତୀ ମହାନ୍ତି ବହୁ ଅନୁଷ୍ଠାନ ସହ ସକ୍ରିୟ ଭାବେ ସମ୍ପୃକ୍ତ ଥିଲେ।

prayash

ଓଡ଼ିଶା ଲେଖିକା ସଂସଦର ୧୫ବର୍ଷ ଧରି କାର୍ଯ୍ୟକାରୀ କମିଟିର ସଦସ୍ୟା ତଥା ଆଶ୍ରୟ ଓ ତିଳୋତ୍ତମା ସାଂସ୍କୃତିକ ସଂସଦ ସହ ସେ ଜଡ଼ିତ ଥିଲେ। ସେ ଜଣେ ମେଳାପୀ, ଧର୍ମପରାୟଣା ମହିଳା ଥିଲେ। ଶେଷ ସମୟରେ ତାଙ୍କ ନିକଟରେ ଦୁଇ ପୁଅ ଲଲାଟେନ୍ଦୁ, ଲଳିତେନ୍ଦୁ ଓ ଦୁଇ କନ୍ୟା ସୋନାଲି, ମୋନାଲି ଉପସ୍ଥିତ ଥିଲେ।

ପୁରୀ ସ୍ବର୍ଗଦ୍ବାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ତାଙ୍କ ବିୟୋଗରେ ଆଇଆରସି ଭିଲେଜ ସମେତ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Comments are closed.