www.samajalive.in
Sunday, December 14, 2025
17.1 C
Bhubaneswar

ୟୁପି ବିଦା : ରବିବାର ଦିଲ୍ଲୀ-ମୁମ୍ବଇ ଫାଇନାଲ

ମୁମ୍ବଇ  : ମହିଳା ପ୍ରିମିୟର ଲିଗ୍‌(ଡବ୍ଲ୍ୟୁପିଏଲ) ପ୍ରଥମ ସଂସ୍କରଣର ଫାଇନାଲରେ ମୁମ୍ବଇ ଇଣ୍ଡିଆନ୍‌ସ ପ୍ରବେଶ କରିଛି। ଶୁକ୍ରବାର ଡି ୱାଇ ପାଟିଲ ଷ୍ଟାଡ଼ିୟମରେ ଖେଳାଯାଇଥିବା ଏଲିମିନେଟର ମ୍ୟାଚରେ ମୁମ୍ବଇ ଇଣ୍ଡିଆନ୍‌ସ ୭୨ ରନରେ ୟୁପି ୱାରିୟର୍ଜସକୁ ପରାସ୍ତ କରିଛି। ରବିବାର ମୁମ୍ବଇ ଇଣ୍ଡିଆନ୍‌ସ-ଦିଲ୍ଲୀ କ୍ୟାପିଟାଲ୍‌ସ ମଧ୍ୟରେ ଫାଇନାଲ ମ୍ୟାଚ ବାର୍ବୋର୍ଣ୍ଣ ଷ୍ଟାଡ଼ିୟମରେ ଖେଳାଯିବ। ଦିଲ୍ଲୀ କ୍ୟାପିଟାଲ୍‌ସ ଟେବୁଲର ଶୀର୍ଷରେ ରହି ସିଧାସଳଖ ଫାଇନାଲରେ ପ୍ରବେଶ କରିଥିଲା।
ମୁମ୍ବଇ ଇଣ୍ଡିଆନ୍‌ସ ନାଟ୍‌ ସ୍କିଭର ବ୍ରଣ୍ଟଙ୍କ ଅପରାଜିତ ୭୨ରନ ବଳରେ ୧୮୨ରନ କରିଥିଲା। ଜବାବରେ ୟୁପି ୱାରିୟର୍ଜସ ୧୧୦ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ୧୮୩ରନର ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ୟୁପି ୱାରିୟର୍ଜସ ପ୍ରାରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୨୧ରନରେ ୩ଟି ୱିକେଟ ହରାଇଥିଲା। ଏଲିସ ହିଲି ୧୧, ଶ୍ବେତା ସାୱନ୍ତ ୧ ଓ ତାହିଲା ମ୍ୟାକ୍‌ଗ୍ରା ୭ରନ କରି ଆଉଟ୍‌ ହୋଇଥିଲେ। ୪ର୍ଥ ୱିକେଟରେ କିରଣ ନାଗଭିର ଓ ଗ୍ରେସ ହାରିସ ୪୫ରନ ସଂଗ୍ରହ କରିଥିଲେ। ୬୪ରନ ସ୍କୋର ଥିବାବେଳେ ହାରିସ ୧୪ରନ କରି ଆଉଟ୍‌ ହୋଇଥିଲେ। ପଞ୍ଚମ ୱିକେଟରେ କିରଣ ଓ ଦୀପ୍ତି ଶର୍ମା ୨୮ରନ ସଂଗ୍ରହ କରିଥିଲେ। ୮୪ରନ ସ୍କୋର ଥିବାବେଳେ ଇସି ୱଙ୍ଗ ହ୍ୟାଟ୍ରିକ୍‌ ୱିକେଟ ନେଇଥିଲେ। କିରଣ ୨୭ଟି ବଲରୁ ୪ଟି ଚୌକା ଓ ୩ଟି ଛକା ସହ ୪୩ରନ କରିଥିବାବେଳେ ସିମରନ ସେକ୍‌ ଓ ଶୋଫି ଇକ୍ଲିଷ୍ଟୋନ ଖାତା ଖୋଲି ପାରିନଥିଲେ। ୟୁପି ୱାରିୟର୍ଜସ ଶେଷ ୩ ୱିକେଟ ୨୪ ରନ୍‌ ମଧ୍ୟରେ ହରାଇବା ସହ ୧୭.୪ ଓଭରରେ ୧୧୦ ରନ୍‌ କରି ଅଲ୍‌ଆଉଟ୍‌ ହୋଇଥିଲା।
ମୁମ୍ବଇ ପକ୍ଷରୁ ଇସି ୱଙ୍ଗ ୪ଟି, ସାଇକା ଇସାକ୍‌ ୨ଟି, ନାଟ୍‌ ସ୍କିଭର ବ୍ରଣ୍ଟ ଓ ହେଲ୍‌ଲି ମାଥ୍ୟୁସ ପ୍ରତ୍ୟେକ ଗୋଟିଏ ଲେଖାଏଁ ୱିକେଟ୍‌ ନେଇଥିଲେ। ୟୁପି ୱାରିୟର୍ଜସ ଟସ୍‌ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ମୁମ୍ବଇ ଇଣ୍ଡିଆନ୍‌ସ ଦୃଢତାର ସହିତ ଇନିଂସ ଆରମ୍ଭ କରିଥିଲା। ଦୁଇ ଓପନର ୟାସ୍ତିକା ଭାଟିଆ ଓ ହେଲ୍‌ଲି ମାଥ୍ୟୁସ ପ୍ରଥମ ୱିକେଟରେ ୩୧ରନ ସଂଗ୍ରହ କରିଥିଲେ। ୟାସ୍ତିକା ୨୧ରନ କରି ଆଉଟ୍‌ ହୋଇଥିଲେ। ଦ୍ବିତୀୟ ୱିକେଟର ପତନ ୬୯ରନରେ ଘଟିଥିଲା। ମାଥ୍ୟୁସ ୨୬ଟି ବଲରୁ ୨୬ରନ କରି ଆଉଟ୍‌ ହୋଇଥିଲେ। ୩ୟ ୱିକେଟରେ ହରମନପ୍ରୀତ କୌର ଓ ନାଟ୍‌ ସ୍କିଭର ବ୍ରଣ୍ଟ ୩୫ରନ ଯୋଡିଥିଲେ। ୧୦୪ରନ ସ୍କୋର ଥିବାବେଳେ ହରମନପ୍ରୀତ ୧୪ରନ କରି ଆଉଟ୍‌ ହୋଇଥିଲେ। ୪ର୍ଥ ୱିକେଟରେ ବ୍ରଣ୍ଟ ଓ ଆମିଲା କେର୍‌ ୬୦ରନ ସଂଗ୍ରହ କରିଥିଲେ। ୧୬୪ରନ ସ୍କୋର ଥିବାବେଳେ କେର୍‌ ୧୯ଟି ବଲରୁ ୫ଟି ଚୌକା ସହ ୨୯ରନ କରି ଆଉଟ୍‌ ହୋଇଥିଲେ। ବ୍ରଣ୍ଟ ଓ ପୂଜା ବତ୍ସାକାର ଶେଷ ଓଭରରୁ ୧୮ରନ ସଂଗ୍ରହ କରିଥିଲେ। ଫଳରେ ମୁମ୍ବଇ ଇଣ୍ଡିଆନ୍‌ସ ୪ ୱିକେଟ ହରାଇ ୧୮୨ରନ କରିବାକୁ ସକ୍ଷମ ହୋଇଥିଲା। ବ୍ରଣ୍ଟ ୩୮ଟି ବଲରୁ ୯ଟି ଚୌକା ଓ ୨ଟି ଛକା ସହ ୭୨ ଓ ପୂଜା ୪ଟି ବଲରୁ ୧୧ରନ କରି ଅପରାଜିତ ରହିଥିଲେ। ୟୁପି ୱାରିୟର୍ଜସ ପକ୍ଷରୁ ଶୋଫି ଇକ୍ଲିଷ୍ଟୋନ ୨ଟି, ଅଞ୍ଜଳି ଶ୍ରାବଣୀ ଓ ପି ଚୋପ୍ରା ପ୍ରତ୍ୟେକ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories