www.samajalive.in
Friday, December 5, 2025
16.1 C
Bhubaneswar

ଦୁନିଆର ସବୁଠୁ ମହଙ୍ଗା ଚକୋଲେଟ୍

ନୂଆଦିଲ୍ଲୀ: ଇକ୍ବେଡର୍‌ ଚକୋଲେଟ୍ କମ୍ପାନୀ ଟୋଆକ୍ ଦାବି କରିଛି ଯେ କେତେ ପ୍ରକାର ମହଙ୍ଗା ଉତ୍ପାଦର ବାହ୍ୟ ସାଜସଜ୍ଜାକୁ ସବୁଠୁ ବେଶୀ ଗୁରୁତ୍ବ ଦିଆଯାଇଥାଏ। ହେଲେ ଟୋଆକ୍ ଭଳି ମୂଲ୍ୟବାନ୍ ଚକୋଲେଟ୍ ତା’ ସ୍ବାଦକୁ ଅଧିକ ଆକର୍ଷକ କରିବାକୁ ଚେଷ୍ଟା କରିଛି। ଦୁନିଆର ସବୁଠୁ ମହଙ୍ଗା ଚକୋଲେଟ୍ ଭାବେ ତାହା ପରିଚିତ। ଏହି ଚକୋଲେଟ୍‌ର ଛୋଟ ୫୦ ଗ୍ରାମ୍ ଖଣ୍ଡର ମୂଲ୍ୟ ୪୦,୮୫୭ଟଙ୍କା ଧାର୍ଯ୍ୟ ହୋଇଛି। କମ୍ପାନୀର ସହ-ପ୍ରତିଷ୍ଠାତା ଜେରୀ ଟୋଥ୍ କମ୍ପାନୀ ବ୍ଲଗ୍‌ରେ ଲେଖିଛନ୍ତି ଯେ ବିଶ୍ବ ପାଇଁ ଅଦ୍ବିତୀୟ ଓ ସ୍ବାଦଯୁକ୍ତ ଚକୋଲେଟ୍‌ ପ୍ରସ୍ତୁତିରେ ସେମାନଙ୍କ ପୂରା ଦଳ ଅନେକ ଅଭିଜ୍ଞତା ମଧ୍ୟ ହାସଲ କରିଛନ୍ତି। ଟୋଥ୍ ଏହା ମଧ୍ୟ କହିଛନ୍ତି ଯେ ଚକୋଲେଟ୍ ପ୍ରସ୍ତୁତିରେ ବ୍ୟବହାର କାକୋ ବିନ୍ସକୁ ହାତରେ ଚୟନ କରାଯାଇଥାଏ। ୨୦-୨୨ଦିନରେ ପ୍ରସ୍ତୁତ ହେଉଥିବା ଏହି ଚକୋଲେଟର ଗ୍ରାହକ ସଂଖ୍ୟା ଦିନକୁଦିନ ବଢ଼ିବାରେ ଲାଗିଛନ୍ତି। ଏସିଆ, ୟୁରୋପ, ଆମେରିକାର ଶିଳ୍ପପତିମାନେ ବରାଦ୍ ଦେଇ ଟୋଆକ୍ ଚକୋଲେଟ୍ କିଣୁଥିବା ପ୍ରକାଶ। ନିକଟରେ ଜାମନଗରରେ ଆୟୋଜିତ ହୋଇଥିବା ଅନନ୍ତ ଅମ୍ବାନୀ-ରାଧିକା ମର୍ଚ୍ଚାଣ୍ଟଙ୍କ ପ୍ରାକ-ବିବାହ ଉତ୍ସବରେ ଏହି ଟୋଆକ୍ ଚକୋଲେଟ୍‌ ଅତିଥିଙ୍କୁ ଉପହାର ଭାବେ ଦିଆଯାଇଥିଲା।

Hot this week

ରାତି ବଢିବା ସହ ବଢ଼ିଲାଣି ଭିଡ ,କାଲିଠୁ ବାରବାଟୀରେ ଅଫଲାଇନ ଟିକେଟ ବିକ୍ରି

କଟକ :କାଲିଠୁ ବାରବାଟୀରେ ଅଫଲାଇନ ଟିକେଟ ବିକ୍ରି । କିନ୍ତୁ ଆଜିଠୁ...

ସମ୍ପତ୍ତି ଆଗରେ ସମ୍ପର୍କ ତୁଛ , ମା ର ମୃତ ଦେହ ସତ୍କାର ନହୋଇ ପଡ଼ିରହିଛି

କୁଜଙ୍ଗ: କୁଜଙ୍ଗ ବ୍ଲକ ବିଶ୍ୱାଳି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି।...

ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦,କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର: ଆସନ୍ତା ୯ ତାରିଖରେ ବାରବାଟୀ ଷ୍ଟାଡିୟମ, କଟକ ଠାରେ ଭାରତ-ଦକ୍ଷିଣ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ଫୁଲବାଣୀ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ ନିଲମ୍ବିତ ହୋଇଛନ୍ତି...

୨ ଶିଶୁ ସହ ୧୫ ଦାଦନ ଶ୍ରମିକ ଉଦ୍ଧାର, ଫେରାର ସର୍ଦ୍ଦାର ଗିରଫ

କଣ୍ଟାବାଞ୍ଜି: ତୁରକେଲା ଥାନା ପୁଲିସ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଗୁରୁବାର...

Related Articles

Popular Categories