www.samajalive.in
Friday, December 5, 2025
20.1 C
Bhubaneswar

ଦୁନିଆର ସବୁଠୁ ମହଙ୍ଗା ଚକୋଲେଟ୍

ନୂଆଦିଲ୍ଲୀ: ଇକ୍ବେଡର୍‌ ଚକୋଲେଟ୍ କମ୍ପାନୀ ଟୋଆକ୍ ଦାବି କରିଛି ଯେ କେତେ ପ୍ରକାର ମହଙ୍ଗା ଉତ୍ପାଦର ବାହ୍ୟ ସାଜସଜ୍ଜାକୁ ସବୁଠୁ ବେଶୀ ଗୁରୁତ୍ବ ଦିଆଯାଇଥାଏ। ହେଲେ ଟୋଆକ୍ ଭଳି ମୂଲ୍ୟବାନ୍ ଚକୋଲେଟ୍ ତା’ ସ୍ବାଦକୁ ଅଧିକ ଆକର୍ଷକ କରିବାକୁ ଚେଷ୍ଟା କରିଛି। ଦୁନିଆର ସବୁଠୁ ମହଙ୍ଗା ଚକୋଲେଟ୍ ଭାବେ ତାହା ପରିଚିତ। ଏହି ଚକୋଲେଟ୍‌ର ଛୋଟ ୫୦ ଗ୍ରାମ୍ ଖଣ୍ଡର ମୂଲ୍ୟ ୪୦,୮୫୭ଟଙ୍କା ଧାର୍ଯ୍ୟ ହୋଇଛି। କମ୍ପାନୀର ସହ-ପ୍ରତିଷ୍ଠାତା ଜେରୀ ଟୋଥ୍ କମ୍ପାନୀ ବ୍ଲଗ୍‌ରେ ଲେଖିଛନ୍ତି ଯେ ବିଶ୍ବ ପାଇଁ ଅଦ୍ବିତୀୟ ଓ ସ୍ବାଦଯୁକ୍ତ ଚକୋଲେଟ୍‌ ପ୍ରସ୍ତୁତିରେ ସେମାନଙ୍କ ପୂରା ଦଳ ଅନେକ ଅଭିଜ୍ଞତା ମଧ୍ୟ ହାସଲ କରିଛନ୍ତି। ଟୋଥ୍ ଏହା ମଧ୍ୟ କହିଛନ୍ତି ଯେ ଚକୋଲେଟ୍ ପ୍ରସ୍ତୁତିରେ ବ୍ୟବହାର କାକୋ ବିନ୍ସକୁ ହାତରେ ଚୟନ କରାଯାଇଥାଏ। ୨୦-୨୨ଦିନରେ ପ୍ରସ୍ତୁତ ହେଉଥିବା ଏହି ଚକୋଲେଟର ଗ୍ରାହକ ସଂଖ୍ୟା ଦିନକୁଦିନ ବଢ଼ିବାରେ ଲାଗିଛନ୍ତି। ଏସିଆ, ୟୁରୋପ, ଆମେରିକାର ଶିଳ୍ପପତିମାନେ ବରାଦ୍ ଦେଇ ଟୋଆକ୍ ଚକୋଲେଟ୍ କିଣୁଥିବା ପ୍ରକାଶ। ନିକଟରେ ଜାମନଗରରେ ଆୟୋଜିତ ହୋଇଥିବା ଅନନ୍ତ ଅମ୍ବାନୀ-ରାଧିକା ମର୍ଚ୍ଚାଣ୍ଟଙ୍କ ପ୍ରାକ-ବିବାହ ଉତ୍ସବରେ ଏହି ଟୋଆକ୍ ଚକୋଲେଟ୍‌ ଅତିଥିଙ୍କୁ ଉପହାର ଭାବେ ଦିଆଯାଇଥିଲା।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories