www.samajalive.in
Tuesday, November 18, 2025
27.1 C
Bhubaneswar

ମୁମ୍ବଇର ଲଗାତାର ପରାଜୟ: ପଏଣ୍ଟ ଟେବୁଲ ଶୀର୍ଷରେ ରାଜସ୍ଥାନ

ମୁମ୍ବଇ: ଚଳିତ ସଂସ୍କରଣରେ ରାଜସ୍ଥାନ ରୟାଲ୍ସର ବିଜୟ ପଥ ଆଗକୁ ବଢିଚାଲିଛି। ଅନ୍ୟପଟେ ଘରୋଇ ପଡିଆରେ ପରାଜୟରୁ ବର୍ତ୍ତିନାହିଁ ମୁମ୍ବଇ ଇଣ୍ଡିଆନ୍ସ। ଟ୍ରେଣ୍ଟ ବୋଲ୍ଟ ଓ ଯୁଜବେନ୍ଦ୍ର ଚହଲଙ୍କ ଘାତକ ବୋଲିଂ ପରେ ରିୟାନ ପରାଗଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ଆଇପିଏଲରେ ୧୪ତମ ମ୍ୟାଚରେ ମୁମ୍ବଇକୁ ୬ ୱିକେଟରେ ପରାସ୍ତ କରିଛି ରାଜସ୍ଥାନ ରୟାଲ୍ସ। ହ୍ୟାଟ୍ରିକ ବିଜୟ ସହ ରାଜସ୍ଥାନ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି। କ୍ରମାଗତ ୩ୟ ଥର ପରାଜିତ ହୋଇଛି ମୁମ୍ବଇ। ସୋମବାର ଖେଳାଯାଇଥିବା ମ୍ୟାଚରେ ମୁମ୍ବଇ ପ୍ରଥମେ ବ୍ୟାଟିଂ କରି ୯ୱିକେଟ ହରାଇ ୧୨୯ ରନ କରିଥିଲା। ଜବାବରେ ରିୟାନ ପରାଗଙ୍ଗ ଅପରାଜିତ ୫୪ରନ ବଳରେ ରାଜସ୍ଥାନ ରୟାଲ୍ସ ୪ ୱିକେଟ ହରାଇ ୧୫.୩ ଓଭରରେ ବିଜୟ ଲକ୍ଷ୍ୟ ହାସଲ କରିଥିଲା। ରାଜସ୍ଥାନ ଚଳିତ ସିଜିନରେ ହ୍ୟାଟ୍ରିକ ବିଜୟ ହାସଲ କରିଥିବା ବେଳେ ମୁମ୍ବଇ ହ୍ୟାଟ୍ରିକ ପରାଜୟ ହୋଇଛି। ୬ ପଏଣ୍ଟ ସହ ରାଜସ୍ଥାନ ପଏଣ୍ଟ ଟେବୁଲର ଶୀର୍ଷକୁ ଉଠିଛି। ମୁମ୍ବଇ ଏପର୍ଯ୍ୟନ୍ତ ଖାତା ଖୋଲିନାହିଁ।

Hot this week

କିଏ ଏହି ହିଡମା , ଯାହାକୁ ଧରିବା ପାଇଁ ଥିଲା ୧କୋଟି ଟଙ୍କାର ପୁରସ୍କାର ?

ମାଲକାନଗିରି : ମାଓବାଦୀ ମୁକ୍ତ ଅପରେସନରେ ଆଜି ସକାଳେ ମାଲକାନଗିରି ସୀମାନ୍ତରେ...

ସାଇବର ଠକେଇ: ୧୨ ଗିରଫ

ଝାରସୁଗୁଡା: ଝାରସୁଗୁଡାରେ ବଡଧରଣର ସାଇବର ଠକେଇର ପର୍ଦ୍ଦାଫାଶ ହୋଇଛି। ଝାରସୁଗୁଡା ପୁଲିସ୍‌...

ଏସସିବିରେ ଲଜ୍ଜା: ଆଇସିୟୁ ଭିତରେ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ

ସମାଜଲାଇଭ ଡେସ୍କ: କଟକ ବଡ଼ ଡାକ୍ତରଖାନାରେ ଘଟିଛି ଲଜ୍ଜାଜନକ ଘଟଣା। ବଡ଼...

୧୦ ଅଭିଯୁକ୍ତଙ୍କ ନାଁରେ ଏନ୍‌ଆଇଏ ଚାର୍ଜସିଟ୍

ଭୁବନେଶ୍ଵର : ବାଂଲାଦେଶୀ ନାବାଳିକା ଚାଲାଣ ଅଭିଯୋଗରେ ୧୦ ଅଭିଯୁକ୍ତଙ୍କ ନାଁରେ...

ଏକ୍ସ ଓ ଚାଟ୍‌ଜିପିଟି ସର୍ଭର ଡାଉନ୍

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ଏବଂ ଚାଟ୍ ଜିପିଟି ସର୍ଭର...

Related Articles

Popular Categories