www.samajalive.in
Wednesday, December 10, 2025
14.1 C
Bhubaneswar

ଏହି ଦୋକାନରେ ବିକ୍ରି ହୁଏ ମୃତ ଲୋକଙ୍କ ପୋଷାକ….

ନୂଆଦିଲ୍ଲୀ: ଥାଇଲ୍ୟାଣ୍ଡର ଉତ୍ତର ଥାଇର ଚୋନ୍ ଡେନ୍ ରାସ୍ତାରେ ଥିବା ଦୋକାନର ମାଲିକାଣୀ ହେଉଛନ୍ତି ୪୦ ବର୍ଷୀୟା କାନିଥା ଥୋଙ୍ଗାନାକ୍। ସମଗ୍ର ଥାଇଲ୍ୟାଣ୍ଡରେ ସେ ପରିଚିତ,ସେଠାକୁ ଆସୁଥିବା ପର୍ଯ୍ୟଟକଙ୍କ ପାଖେ ବି କାନିଥା ଚିହ୍ନା ନାମ। ଏତେ ଲୋକପ୍ରିୟତାର କାରଣ ହେଉଛି ସେ ତାଙ୍କ ଦୋକାନରେ ମୃତ ଲୋକଙ୍କ ପୋଷାକ ବିକ୍ରି କରନ୍ତି। ମୃତକଙ୍କ ପୋଷାକ କିଣିବାକୁ କାନିଥାଙ୍କ ଦୋକାନରେ ସବୁବେଳେ ଭିଡ଼ ଦେଖିବାକୁ ମିଳେ। କାନିଥା ପ୍ରତିଦିନ ଅନ୍-ଲାଇନ୍‌ରେ ଲାଇଭ୍ ରହି ମଧ୍ୟ ପୋଷାକ ବିକ୍ରି କରନ୍ତି। ତାଙ୍କ ଦୋକାନ ରାତି ୧୦ଟାରୁ ରାତି ୩ଟା ପର୍ଯ୍ୟନ୍ତ ଖୋଲା ରହେ। ଏଥିରେ ହଜାରହଜାର ଲୋକ ଅଂଶଗ୍ରହଣ କରନ୍ତି। କାନିଥାଙ୍କ ଏହି ଅନ୍-ଲାଇନ୍ ଦୋକାନରେ ସେ ନିଜେ ମଧ୍ୟ ଭୂତୁଣୀ ବେଶ ହୋଇ ଉପସ୍ଥିତ ରହି ଗ୍ରାହକଙ୍କ ମନୋରଞ୍ଜନ କରୁଥିବା ଦେଖାଯାଇଛି। ଯେଉଁମାନେ ତାଙ୍କ ଦୋକାନ ଆସିବାକୁ ସାହସ ଜୁଟାଇପାରନ୍ତି ନାହିଁ, ସେଇମାନେ ତାଙ୍କ ଅନ୍-ଲାଇନ୍‌ ଦୋକାନକୁ ଅପେକ୍ଷା କରିଥାନ୍ତି। ମୃତକଙ୍କ ପୋଷାକ ସଂଗ୍ରହ କରିବାରେ ମଧ୍ୟ କାନିଥା ବହୁତ ପରିଶ୍ରମ କରନ୍ତି। କାରଣ ଅଧିକାଂଶ ଲୋକ ତାଙ୍କ ସମ୍ପର୍କୀୟ ପ୍ରାଣ ହରାଇବା ପରେ ସେମାନଙ୍କ ପୋଷାକ, ଅନ୍ୟ ବ୍ୟବହାର୍ଯ୍ୟ ଜିନିଷକୁ ସ୍ମୃତି ଭାବେ ଘରେ ରଖିବାକୁ ଆଗ୍ରହୀ ଥିଲାବେଳେ କାନିଥାଙ୍କ ପ୍ରସ୍ତାବରେ ସେମାନେ ନିରବ ରହନ୍ତି। ସମଗ୍ର ବିଶ୍ବରେ ବୋଧହୁଏ ଏକମାତ୍ର ଦୋକାନ, ଯେଉଁଠାରେ ମୃତଲୋକଙ୍କ ପୋଷାକ ବିକ୍ରି ହେଉଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories