www.samajalive.in
Monday, December 15, 2025
15.1 C
Bhubaneswar

ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ୍ ଫାଇନାଲ, ବିଜେତାଙ୍କୁ ୧୧.୭ କୋଟି ଟଙ୍କା

ଦୁବାଇ: ଚଳିତମାସ ୧୮ରୁ ୨୨ ପର୍ଯ୍ୟନ୍ତ ଇଂଲଣ୍ଡରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପର ଫାଇନାଲ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌ର ପୁରସ୍କାର ରାଶି ସୋମବାର ଘୋଷଣା କରିଛି ଆନ୍ତର୍ଜାତିକ କ୍ରିକେଟ ପରିଷଦ (ଆଇସିସି)। ଏହି ମ୍ୟାଚ୍‌ର ବିଜେତା ଦଳ ୧.୬ ନିୟୁତ ଡଲାର (ଭାରତୀୟ ମୁଦ୍ରାରେ ୧୧.୭ କୋଟି ଟଙ୍କା) ପୁରସ୍କାର ପାଇବ। ଉପବିଜେତା ଦଳ ଏହି ଅର୍ଥର ଅଧା; ଅର୍ଥାତ୍ ୮୦୦,୦୦୦ ଡଲାର ବା ଭାରତୀୟ ମୁଦ୍ରାରେ ୫.୮୫ କୋଟି ଟଙ୍କା ପୁରସ୍କାର ପାଇବ। ବିଜେତା ଦଳ ଟେଷ୍ଟ ଚମ୍ପିଆନ୍‌ସିପ୍ ଗଦା (ମେସ୍) ମଧ୍ୟ ପାଇବ।

ଭାରତୀୟ ଦଳ ଏହି ଫାଇନାଲ ମ୍ୟାଚ୍‌ ଏବଂ ଏହାର ୬ ସପ୍ତାହ ପରେ ଘରୋଇ ଇଂଲଣ୍ଡ ବିପକ୍ଷରେ ୫ ମ୍ୟାଚ୍‌ର ଟେଷ୍ଟ ସିରିଜ୍‌ ଖେଳିବ। ଏଥିପାଇଁ ଭାରତୀୟ ଦଳ ଜୁନ୍ ୩ରେ ଇଂଲଣ୍ଡରେ ପହଞ୍ଚି ସାଉଥାମ୍ପଟନରେ ଅଭ୍ୟାସ କରିବା ସହ ଅଭ୍ୟାସ ମ୍ୟାଚ୍‌ ମଧ୍ୟ ଖେଳୁଛି। ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ ଦଳ ସୁବିଧାଜନକ ସ୍ଥିତିରେ ରହିଛି। ଘରୋଇ ଇଂଲଣ୍ଡ ବିପକ୍ଷ​‌ରେ ପ୍ରଥମ ଟେଷ୍ଟରେ ଭଲ ଖେଳି ଡ୍ର ରଖିଥିଲା। ୨ୟ ଟେଷ୍ଟରେ ଇଂଲଣ୍ଡକୁ ସହଜରେ ନ୍ୟୁଜିଲାଣ୍ଡ ୮ ୱିକେଟ୍‌ରେ ହରାଇ ସିରିଜ୍ ଜିତିନେଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories