ସମଗ୍ର ବିଶ୍ୱରେ ଆତ୍ମହତ୍ୟା ଭଳି ଦୁର୍ବଳ ମାନସିକତା ବିରୋଧରେ ଜନ ସଚେତନତା ସୃଷ୍ଟି କରାଯିବା ଉଚିତ:କୁଳପତି

ଉତ୍କଳ ବିଶ୍ବବିଦ୍ୟାଳୟରେ ବିଶ୍ବ ଆତ୍ମହତ୍ୟା ନିରୋଧ ଦିବସ ପାଳିତ

ଭୁବନେଶ୍ୱର: ଆମ ଦେଶରେ ଲୋକେ ବିଭିନ୍ନ କାରଣରୁ ଆତ୍ମହତ୍ୟା କରିଥାନ୍ତି। ଜୀବନରେ ଘଟୁଥିବା କେତେକ କଠିନ ଓ ଅସୁବିଧାଜନକ ଘଟଣାବଳୀ ଯଥା ବେରୋଜଗାରୀ, ଆର୍ଥିକ ସଙ୍କଟ, ପାରିବାରିକ କଳହ, ଆତ୍ମୀୟ ସ୍ବଜନଙ୍କ ମୃତ୍ୟୁ, ଜୀବନରେ ଘଟୁଥିବା କେତେକ କଠିନ ଓ ଅସୁବିଧାଜନକ ଘଟଣାବଳୀ ଯଥା ବେରୋଜଗାରୀ, ଆର୍ଥିକ ସଙ୍କଟ, ପାରିବାରିକ କଳହ, ପାଠପଢାର ଚାପ , ପ୍ରେମ ସମ୍ବନ୍ଧରେ ଅସଫଳ ହେବା, ଭଲ ଚାକିରି ନ ପାଇବା ଆଦି ମାନସିକ ଚାପ ସୃଷ୍ଟି କରିଥାଏ। ଯେଉଁମାନେ ଏହି ମାନସିକ ଚାପର ଠିକ ମୁକାବିଲା କରି ପାରନ୍ତି ନାହିଁ, ସେମାନେ ଆତ୍ମହତ୍ୟା ଉଦ୍ୟମ କରିଥାନ୍ତି। ଓଡିଶାରେ ଆତ୍ମହତ୍ୟାର ସଂଖ୍ୟା ଜାତୀୟ ହାରଠାରୁ ମଧ୍ୟ ଅଧିକ, ଯାହା ଏକ ଚିନ୍ତାଜନକ ବିଷୟ। ସମଗ୍ର ବିଶ୍ୱରେ ଆତ୍ମହତ୍ୟା ଭଳି ଦୁର୍ବଳ ମାନସିକତା ବିରୋଧରେ ଜନ ସଚେତନତା ସୃଷ୍ଟି କରାଯିବା ଉଚିତ ବୋଲି କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ପ୍ରକାଶ କରିଛନ୍ତି।
ଉତ୍କଳ ବିଶ୍ବବିଦ୍ୟାଳୟର ମନସ୍ତତ୍ବ ବିଭାଗ ପକ୍ଷରୁ ବିଶ୍ବ ବ୍ୟାଙ୍କ-ଓଏଚଇପିଇଇ ସହଯୋଗରେ ବାଣୀବିହାରସ୍ଥିତ ସେଣ୍ଟର ଫର ଇନୋଭେସନ ଆଣ୍ଡ ଇନକୁବେସନ(ସିଆଇଆଇ)ଠାରେ ଆୟୋଜିତ ବିଶ୍ବ ଆତ୍ମହତ୍ୟା ନିରୋଧ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ କହିଥିଲେ ଯେ ଛାତ୍ରଛାତ୍ରୀମାନଙ୍କୁ ମାନସିକ ସ୍ତରରେ ଶକ୍ତିଶାଳୀ କରାଯିବା ଦରକାର। ଏଥିପାଇଁ ସାଧାରଣ ବାର୍ତ୍ତାଳାପ ମାଧ୍ୟମରେ ସେମାନଙ୍କୁ ବାସ୍ତବ ଜୀବନର ପରିସ୍ଥିତି ବିଷୟରେ ଅବଗତ କରାଯିବା ଆବଶ୍ୟକ। ଆତ୍ମହତ୍ୟା ରୋକିବା ପାଇଁ ଛାତ୍ରଛାତ୍ରୀ ମଧ୍ୟରେ ସଚେତନତା ପ୍ରୟାସ ଜରୁରୀ ବୋଲି କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ପ୍ରକାଶ କରିଥିଲେ।

prayash

ପିଜି କାଉନସିଲର ଅଧ୍ୟକ୍ଷ ପ୍ରଫେସର ଦୁର୍ଗା ଶଙ୍କର ପଟ୍ଟନାୟକ କହିଥିଲେ ଯେ ଜୀବନ ହେଉଛି ମୂଲ୍ୟବାନ। ପ୍ରତିଟି ସମସ୍ୟାର ସମାଧାନ ରହିଛି। ବିଫଳତା, ଚାପ, ନିରାଶା ଆଦି ପାଇଁ ଆତ୍ମହତ୍ୟା ଭଳି ପନ୍ଥା ଅବଲମ୍ବନ କରିବା ଅନୁଚିତ। ତେବେ ଆତ୍ମହତ୍ୟାକୁ ରୋକିବାରେ ପରିବାର ଭୂମିକା ଉଲ୍ଲେଖନୀୟ ବୋଲି ସେପ୍ରକାଶ କରିଥିଲେ।
ବିଶ୍ବ ବ୍ୟାଙ୍କ-ଓଏଚଇପିଇଇ ସଂଯୋଜକ ଡ.ନିଗମାନନ୍ଦ ଦାସ କହିଥିଲେ ଯେ ଏବେ ଯୁବପିଢିମାନଙ୍କର ଆଶା ବହୁତ ବଢ଼ି ଯାଇଛି। ସେମାନେ ଅଳ୍ପ ସମୟ ମଧ୍ୟରେ ଅଧିକ ସଫଳତା ପାଇବାକୁ ଆଶା କରୁଛନ୍ତି , ସେହି ଆଶା ପୂରଣ ନହେଲେ ମାନସିକ ଚାପର ଶିକାର ହୋଇ ଆତ୍ମହତ୍ୟା କରୁଥିବା ଦେଖାଯାଉଛି। ତେଣୁ ଧୈର୍ଯ୍ୟ ହରା ନହୋଇ ସାହସର ସହିତ କାର୍ଯ୍ୟ କରିବା ଉଚିତ୍ ବୋଲି ସେ ପ୍ରକାଶ କରିଥିଲେ।
ମନସ୍ତତ୍ବ ବିଭାବ ମୁଖ୍ୟ ପ୍ରଫେସର ଭାସ୍ବତୀ ପଟ୍ଟନାୟକ ସ୍ବାଗତ ଭାଷଣ ଦେଇଥିବାବେଳେ ସହକାରୀ ପ୍ରଫେସର ଡ.ମୌସୁମୀ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ।
ବିଶ୍ବ ଆତ୍ମହତ୍ୟା ନିରୋଧ ଦିବସ ପାଳନ ଅବସରରେ ଉତ୍କଳ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ କ୍ଷୁଦ୍ର ନାଟକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତାରେ ମନସ୍ତତ୍ବ ବିଭାଗ ପ୍ରଥମ, ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗ ଦ୍ବତୀୟ ଏବଂ କାର୍ମିକ ପରିଚାଳନା ଓ ଶୈଳ୍ପିକ ସମ୍ପର୍କ ବିଭାଗ ତୃତୀୟ ସ୍ଥାନ ହାସଲ କରିଥିଲା। କୃତୀ ପ୍ରତିଯୋଗୀଙ୍କୁ ଟ୍ରଫି ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।

kalyan agarbati

Comments are closed.